Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାଚସ୍ପତି ନିଷ୍ପତ୍ତିରେ ବିଜେଡି ଖୁସୀ,କିନ୍ତୁ ଧାନର ଏମଏସପିରେ କ୍ଷୁବ୍ଧ

ଭୁବନେଶ୍ବର:ବିଜେଡିର ପରମ୍ପରାକୁ ବିଜେପି ଗ୍ରହଣ କରିଥିବାରୁ ଆମେ ଖୁସୀ।ପ୍ରମିଳ‌ା ମଲ୍ଲିକ ଓଡ଼ିଶାର ୧୬ତମ ବିଧାନସଭାରେ ବାଚସ୍ପତି ଭାବରେ ନିର୍ବାଚିତ ହୋଇଥିଲେ। ବର୍ତ୍ତମାନ ବାଚସ୍ପତି ଭାବରେ ଜଣେ ମହିଳାଙ୍କୁ ଚୟନ କରିବାର ପରମ୍ପରା ଜାରି ରହିଛି ବୋଲି ବିଜେଡି ଉପାଧ୍ୟକ୍ଷ ତଥା ରେଢାଖୋଲ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ ଆଜି ଏଭଳି କହି ଦଳ ପକ୍ଷରୁ ନିଜର ଖୁସୀ ପ୍ରକାଶ କରିଛନ୍ତି।
ଏବେ ସୁରମା ପାଢ଼ୀଙ୍କୁ ବାଚସ୍ପତି ଭାବେ ଚୟନ କରାଯାଇଛି। ପୂର୍ବର ସମାନ ପରମ୍ପରା ଜାରି ରହି ଥିବାରୁ ଆମେ ବହୁତ ଖୁସି ବୋଲି କହିଛନ୍ତି ପ୍ରଶନ୍ନ ଆଚାର୍ଯ୍ୟ। ବିଧାନସଭାରେ ସର୍ବ ବୃହତ ତଥା ଶକ୍ତିଶାଳୀ ବିରୋଧୀ ଅଟୁ ତେଣୁ ଆମେ ବିରୋଧୀ ଦଳ ଭାବରେ ଆମର ଭୂମିକା ଗ୍ରହଣ କରିବୁ ଏବଂ ଆମେ ଆମର କତ୍ତର୍ବ୍ୟ ଜାରି ରଖିବୁ।
ଏମଏସପି ଉପରେ ସେ କହିଛନ୍ତି, ମୁଁ ଆଶ୍ଚର୍ଯ୍ୟ ହେଉଛି ଗତ ନିର୍ବାଚନ ପ୍ରଚାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଇଥିବା ପ୍ରତିଶ୍ରୁତି ସତ୍ତ୍ବେ ମାତ୍ର ୧୧୭ଟଙ୍କା ବୃଦ୍ଧି କରାଯାଇଛି।
ଅତି କମରେ ୧୦୦୦ଟଙ୍କା ବୃଦ୍ଧି କରିବାକୁ ପ୍ରତିଶ୍ରୁତି ଦିଆଯାଇଥିଲା। ଆମେ ଏଥିପାଇଁ ବହୁତ ଦୁଃଖିତ ଏବଂ ଆମେ ଅସନ୍ତୁଷ୍ଟ। ମୁଁ ଭାବୁଛି ସମଗ୍ର କୃଷକ କମିଟି ଅସନ୍ତୁଷ୍ଟ।ସ୍ବାମୀନାଥନ କମିଟିର ସୁପାରିଶ ଅନୁଯାୟୀ ଧାନର ଏମଏସପି ସ୍ଥିର କରାଯାଉ ବୋଲି ସେ ଦାବି କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ