ବୀରମହାରାଜପୁର : (ସୌମିତ୍ରି ମେହେର)
ଗ୍ରୀଷ୍ମ ଛୁଟି ପରେ ପ୍ରାୟତଃ ସ୍କୁଲ କୁ ଛାତ୍ରଛାତ୍ରୀ ପଢିବାକୁ ଟିକିଏ କମ ଆସିଥନ୍ତି I ଏହାକୁ ଦୃଷ୍ଟିରେ ରଖି ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କୁମାରକେଳି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ କିଭଳି ଛାତ୍ରଛାତ୍ରୀ ଙ୍କ ଉପସ୍ଥାନ ବୃଦ୍ଧି ପାଇବ ସେଥିପାଇଁ ଅଭିନବ ଉପାୟ ପ୍ରୟାସ କରିଛନ୍ତି l ସ୍କୁଲ ର ପ୍ରଧାନ ଶିକ୍ଷକ ହୃଷୀକେଶ ଚାନ୍ଦ ଙ୍କ ନେତୃତ୍ଵରେ ସହକାରୀ ଶିକ୍ଷକ ଦିଲ୍ଲୀପ କୁମାର ପଣ୍ଡା , ଶିବରାମ ଚାନ୍ଦ , ନରେନ୍ଦ୍ର ନାଗ , ସତ୍ୟ ନାରାୟଣ ମେହେର , ଭlରତ ପରିପାଲ ପ୍ରମୁଖ ସ୍କୁଲ କୁ ଆସୁଥିବା ଛାତ୍ରଛାତ୍ରୀ ଙ୍କୁ ପାଠ୍ୟ ଉପକରଣ ସହିତ ବିଭିନ୍ନ ପୁରସ୍କାର ପ୍ରଦାନ କରିଥିଲେ l ଏଥିରେ ସ୍କୁଲ ପରିଚାଳନା କମିଟି ସଭାପତି ରଞ୍ଜନ ପଧାନ , ସଭ୍ୟ ସରୋଜ ସେଠି , ବିନୋଦ ମହାପାତ୍ର , କୁମାର ଖୁରା ପ୍ରମୁଖ ସହଯୋଗ କରିଥିଲେ I ସବୁ ବର୍ଷ ସ୍କୁଲ ଛୁଟି ପରେ କିଛିଦିନ ପର୍ଯ୍ୟନ୍ତ ପିଲାଙ୍କ ଉପସ୍ଥାନ କମ ରୁହେ I ଏହାକୁ ଦୃଷ୍ଟିରେ ରଖି ପ୍ରଧାନ ଶିକ୍ଷକ ଶ୍ରୀ ଚାନ୍ଦ ଛାତ୍ରଛାତ୍ରୀ କିପରି ପାଠ ପଢିବା ପାଇଁ ଆଗ୍ରହ ପ୍ରକାଶ କରିବେ ଓ ଉପସ୍ଥାନ ବୃଦ୍ଧି ପାଇବ ସେଥିପାଇଁ ଏଭଳି ନୂତନ ପ୍ରୟାସ କରିଥିବା କୁହନ୍ତି I ସ୍କୁଲ ଆସୁଥିବା ପିଲାଙ୍କ ପାଇଁ ଲଟେରୀ ମାଧ୍ୟମରେ ପ୍ରତ୍ୟେକ ଦିନ ବିଭିନ୍ନ ପୁରସ୍କାର ପ୍ରଦାନ କରା ଯାଉଥିବା ଦେଖି ଛାତ୍ରଛାତ୍ରୀ ମାନେ ସ୍କୁଲ ଆସୁଛନ୍ତି I ଶନିବାର ରୁତୁରାଜ ରଣl , ସୋମବାର ପ୍ରିନ୍ସ ପଧାନ ପ୍ରଥମ ହୋଇ ପୁରସ୍କୃତ ହୋଇଛନ୍ତି l ଫଳରେ ଦିନକୁ ଦିନ ଉପସ୍ଥାନ ହାର ବୃଦ୍ଧି ପାଇବାରେ ଲାଗିଛି I