Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଅସମ୍ଭାଳ ତାତି; ଝାରସୁଗୁଡା ସବୁଠୁ ଉତ୍ତପ୍ତ ସହର

ଝାରସୁଗୁଡ଼ା: ପ୍ରଚଣ୍ଡ ତାତିରେ ଛଟପଟ ହେଉଛି ସାରା ଓଡ଼ିଶା । ଅସମ୍ଭାଳ ତାତିକୁ ଅସହ୍ୟ କରୁଛି ଗୁଳୁଗୁଳି। ଆଜି ଦିନ ୨ଟା ୩୦ ସୁଦ୍ଧା ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର ପାଲଟିଛି । ଝାରସୁଗୁଡ଼ାରେ ତାପମାତ୍ରା ୪୩.୨ ଡ଼ିଗ୍ରୀ ରେକର୍ଡ କରାଯାଇଛି ।

ସେହିପରି ସମ୍ବଲପୁରରେ ଦିନ ତାପମାତ୍ରା ୪୨.୮ ଡିଗ୍ରୀ ରହିଥିବା ବେଳେ ତା ପଛକୁ ରହିଛି ଭୁବନେଶ୍ୱର। ଆଜି ରାଜଧାନୀରେ ତାପମାତ୍ରା ୪୧.୮ ଡିଗ୍ରୀ ରହିଛି। ହୀରାକୁଦରେ ୪୧.୬ ଡିଗ୍ରୀ, ଚାନ୍ଦବାଲି ୪୦.୬ ଡିଗ୍ରୀ, କେନ୍ଦୁଝରରେ ୪୦.୦ ଡିଗ୍ରୀ, ବାଲେଶ୍ୱରରେ ୩୬.୪ ଡିଗ୍ରୀ, ପୁରୀରେ ୩୪.୦ ଡିଗ୍ରୀ, ଗୋପାଳପୁରରେ ୩୩.୨ ଡିଗ୍ରୀ ଓ ପାରାଦୀପରେ ୩୨.୬ ଡିଗ୍ରୀ ରେକର୍ଡ ହୋଇଛି ।

ଆହୁରି ୨ରୁ ୩ ଦିନ କଲବଲ କରିବ ତାତି । ୨୨ ତାରିଖ ପରେ ତାପମାତ୍ରାରେ ସାମାନ୍ୟ ପରିବର୍ତ୍ତନ ଆସିବ ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।