Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶ୍ରମ ବିଭାଗ ର ଚଢ଼ାଉ, ତିନିଜଣ ଶିଶୁ ଶ୍ରମିକ ଉଦ୍ଧାର।

ଲକ୍ଷ୍ମୀପୁର ୨୭/୦୬ ..କୋରାପୁଟ ଜିଲ୍ଲା ଶ୍ରମ ବିଭାଗ ଦ୍ୱାରା ଲକ୍ଷ୍ମୀପୁର ବ୍ଲକର ବିଭିନ୍ନ ହୋଟେଲ, ଢ଼ାବା ଓ  ତେଜରାତି ଦୋକାନ ମାନଙ୍କ ରେ ଚଢ଼ାଉ କରାଯାଇ ତିନି ଜଣ ଶିଶୁ ଶ୍ରମିକ ଙ୍କୁ ଉଦ୍ଧାର କରାଯାଇଛି। ଚଢ଼ାଉ ସମୟରେ ଲକ୍ଷ୍ମୀପୁର ପୋଲିସ ସହାୟତା କରିଥିବା ବେଳେ ଉଦ୍ଧାର ଶିଶୁଙ୍କୁ କୋରାପୁଟ ଶିଶୁ ସୁରକ୍ଷା ଆୟୋଗ ଙ୍କୁ ହସ୍ତାନ୍ତର କରାଯାଇଛି। ଉଦ୍ଧାର ହୋଇଥିବା ଶିଶୁଙ୍କ ଅଭିଭାବକ ଙ୍କୁ  କୋରାପୁଟ ରେ ଡକାଯିବା ପରେ ସେମାନଙ୍କୁ କେଉଁ ସ୍ଥାନରେ ରଖାଯିବ ସେ ନେଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଶ୍ରମଧିକାରୀ  ବୃନ୍ଦାବନ ସେଠି ପ୍ରକାଶ କରିଛନ୍ତି।ଶ୍ରମ ଅଧିକାରୀ ଙ୍କ ଚଢ଼ାଉ ଖବର ଜାଣିବା ପରେ  ଶିଶୁ ଶ୍ରମିକ ନିୟୋଜିତ କରିଥିବା କିଛି ହୋଟେଲ ଓ ଦୋକାନୀ ମାନେ ଦୋକାନ ବନ୍ଦ କରିଦେଇଥିବା କାରଣରୁ ଅନେକ ଶିଶୁ ଶ୍ରମିକ ଧରା ପଡି ପାରିନାହାନ୍ତି, ସମସ୍ତ ନିୟମ ଜାଣିବା ସତ୍ୱେ ଏପରି ବେଆଇନ ଭାବେ ଶିଶୁ ଶ୍ରମିକ ନିୟୋଜିତ କରାଯାଉଥିବା ସ୍ଥାନୀୟ ପ୍ରଶାସନ ର ବିଭିନ୍ନ ଅଧିକାରୀ ମାନେ ଦେଖିକି ନଦେଖିବା ଭଳି ରହିବା କାରଣରୁ ଶିଶୁ ଶ୍ରମିକ ବୃଦ୍ଧି ହୋଇଥିବା ଦେଖିବାକୁ ମିଳିଛି । ରାଜ୍ୟ ରେ ଶିଶୁ ମାନଙ୍କ ସକାଶେ ସରକାର ପାଠ ପଢ଼ାଇବା ସକାଶେ  ପ୍ରଥମ ଶ୍ରେଣୀ ରୁ ହଷ୍ଟେଲ ବ୍ୟବସ୍ତା କରି ଖାଦ୍ୟ ପେୟ  ସହ ଡ୍ରେସ ମାଗଣାରେ ପ୍ରଦାନ କରୁଥିବା ସତ୍ୱେ ଅଭିଭାବକ ମଧ୍ୟ କେଉଁ କାରଣରୁ ନିଜର କୋମଳ ମତି ଶିଶୁ କୁ ଶ୍ରମିକ ଭାବେ ନିୟୋଜିତ କରୁଛନ୍ତି ତାହା ବର୍ତ୍ତମାନ ଚିନ୍ତା ର ବିଷୟ ପାଲଟିଛି, ଆଗକୁ ମଧ୍ୟ ଏହି ଚଢ଼ାଉ ଜାରି ରହିବ ବୋଲି ଶ୍ରମ ଅଧିକାରୀ ପ୍ରକାଶ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ