ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଦୁର୍ଜନତୈଲା-ସାଗଜୁରୀ ମୌଜାରେ ରହିଛି ହରିହର ଜୋର ଠେଙ୍ଗୋ ଡ୍ୟାମ , ଉଲୁଣ୍ଡା ବ୍ଲକ ର ରକ୍ସା , ମୁଣ୍ଡଘାଟ, ଜାଲୋଇ, କଳାପଥର , ମହଦା , କାଦୋଦର ଗ୍ରାମ ପଞ୍ଚାୟତ ଏବଂ ବୀରମହାରାଜପୁର ବ୍ଲକ ର ହିଲୁଙ୍ଗ , ଉଫୁଲା , ଚମ୍ପମାଲ , ବାଗବର ଗ୍ରାମପଞ୍ଚାୟତ ର ୨୧ ଗୋଟି ରାଜସ୍ବ ଗ୍ରାମକୁ କେନାଲ ଯୋଗେ ଚାଷ ଜମିକୁ ପାଣି ଯୋଗାଇ ଦେବାକୁ ପ୍ରକଳ୍ପ ନିର୍ମାଣ କରାଯାଇଛି l ପ୍ରଶାସନ ର ଅବହେଳା କାରଣ ରୁ ଆଜି କେନାଲ ତଳମୁଣ୍ଡ ଚାଷୀ ପାଣି ପାଇବାରୁ ବଞ୍ଚିତ ହେଉଛନ୍ତି l ହରିହର ଜୋର ମଧ୍ୟମ ଜଳ ସେଚନ ପ୍ରକଳ୍ପ ରେ କେବଳ ଖରିଫ ଫସଲ ଧାନଚାଷ ପାଇଁ ୯୪୫0 ହେକ୍ଟର ଜମି କୁ ଜଳ ଯୋଗାଣ ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ଆଜିଯାଏ ଚମ୍ପମାଲ ଡିସଟ୍ରିବୁଟାରୀ ର ଚମ୍ପମାଲ ମାଇନର ରେ ଥିବା ଉଫୁଲା ସବମାଇନର ଗୌଡ଼କେଲା ସବମାଇନର ର ୯୭ ହେକ୍ଟର , ଚମ୍ପାମାଲ ସବମାଇନର ର ୧୯୧ ହେକ୍ଟର , ଭଳିଆପଦର ସବମାଇନର ର ୧୯ ହେକ୍ଟର , ଝାରକୁମୁଣ୍ଡା ସବମାଇନର ର ୩୯ ହେକ୍ଟର ଚାଷ ଜମିକୁ କେନାଲ ପାଣି ମାଡୁନଥିବାର ଅଭିଯୋଗ ହେଉଛି l ଏତତବ୍ୟତୀତ କମ୍ୱଲପୁର ର ୮ ହେକ୍ଟର, ନାୟକପାଲି ର ୩୯ ହେକ୍ଟର , ବୁରୋଘାଟ ନୁଆଁପାଲି ର ୨୮ ହେକ୍ଟର ଚାଷ ଜମି କୁ ଆଦୌ ପାଣି ଯାଉନାହିଁ l ସେଚାଞ୍ଚଳ ର ଚାଷୀ ମାନଙ୍କ ବାରମ୍ବାର ଆନ୍ଦୋଳନ ସତ୍ତ୍ୱେ ପ୍ରଶାସନ ଜାଣିଶୁଣି ନିରବ ରହୁଛନ୍ତି l କୌଣସି ସୋଠୋ ରେ ପାଣି ଯାଉ ନ ଥିବା ବେଳେ ଭାଙ୍ଗି ଅଚଳ ହୋଇପଡିଛି l ଚଳିତ ଖରିଫ ଫସଲ ସମୟ ଆସି ପହଞ୍ଚି ସାରିଥିବା ବେଳେ ଜୁନ ମାସ ୨୫ ତାରିଖ ସୁଦ୍ଧା କେନାଲ ରେ ଆବର୍ଜନା ଓ ଗଛ ଲତା ରେ ପରିପୂର୍ଣ୍ଣ ହୋଇଥିବା ଦେଖିବାକୁ ମିଳୁଛି l ଉଭୟ ବୀରମହାରାଜପୁର ତହସିଲଦାର ଏବଂ ଉଲୁଣ୍ଡା ତହସିଲଦାର ଜଳସେଚନ ଅଧିକାରୀ ରହିଥିବା ବେଳେ, ସୁବର୍ଣ୍ଣପୁର ଜିଲ୍ଲା ଜଳସେଚନ ବିଭାଗ ର ନିର୍ବାହୀଯନ୍ତ୍ରୀ ଭାବରେ ଜିତେନ୍ଦ୍ର କୁମାର ପାଢ଼ୀ ରହିଛନ୍ତି l କେବେ ଭାଙ୍ଗିବ ପ୍ରଶାସନିକ ଅଧିକାରୀ ଙ୍କ ନିଦ ବୋଲି ସାଧାରଣ ରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି l