ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ଶ୍ରୀ ପାତାଳୀ କ୍ଷେତ୍ର କୋଟସମଲାଇ ଠାରେ ଆଗାମୀ ୭ ତାରିଖରେ ରଥଯାତ୍ରା ହେବାକୁ ଥିବାବେଳେ ଆଜି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ବିଶେଷ କରି ମହାସମାରୋହରେ ରଥଯାତ୍ରା ପାଳିତ ହେବ ବୋଲି ଆଲୋଚନା ହୋଇଥିଲା I ନୀତି ନିର୍ଘଣ୍ଟ ଉପରେ ବିଶେଷ ଧ୍ୟାନ ସାଙ୍ଗକୁ ପହଣ୍ଡିକୁ ସରସ ସୁନ୍ଦର କରିବା , ବିଭିନ୍ନ ବିଭାଗର କର୍ମକର୍ତ୍ତାଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ ଏବଂ ବ୍ୟବହାର ଉପରେ ଗୁରୁତ୍ବ ଦେବାକୁ ମତ ପ୍ରକାଶ ପାଇଥିଲା । ରବିବାର ଟ୍ରଷ୍ଟ ସମ୍ପାଦକ ଉତ୍ତର କୁମାର ପାତ୍ର ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ଯକ୍ରମରେ ପୂର୍ଣ୍ଣଚନ୍ଦ୍ର ପାଢୀ ସଭା ପରିଚାଳନା କରିଥିଲେ । ଏ ଅବସରରେ ପାତାଳୀ ଶ୍ରୀକ୍ଷେତ୍ର ସେବାୟତ ସଂଘ ଗଠନ କରାଯାଇଥିଲା । ଏଥିରେ ସଭାପତି ଗୋପାଳ ପଣ୍ଡା , ଆବାହକ ଶ୍ରୀରାମ ପଣ୍ଡା , ସଭ୍ୟ ଫକୀରମୋହନ ପୁରୋହିତ, ଜଗଦୀଶ ପୁରୋହିତ , ରବିନାରାୟଣ ପୂଝାରୀ , ଅରବିନ୍ଦ ମିଶ୍ର , ପବିତ୍ର ନନ୍ଦ , ବିଜୟ କୁମାର ହୋତା ଙ୍କୁ ସର୍ବସମ୍ମତିକ୍ରମେ ଚୟନ କରାଯାଇଛି। ଆଗାମୀ ୨ ତାରିଖରେ ପୁନଶ୍ଚ ରଥଯାତ୍ରା ଉପରେ ସେବାୟତମାନଙ୍କ ସହ ସ୍ଵତନ୍ତ୍ର ବୈଠକ ଆୟୋଜନ କରି ପୁଙ୍ଖାନୁପୁଙ୍ଖ ଆଲୋଚନା ପାଇଁ ପ୍ରସ୍ତାବ ଦେଇଥିଲେ ।