Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଡୁଙ୍ଗୁରି ଗ୍ରାମ ରେ ପାନୀୟଜଳ ସଙ୍କଟ ; ଜଳ ଯୋଗାଣ ପ୍ରକଳ୍ପ ପ୍ରାରମ୍ଭରୁ ଅଚଳ ଯୋଗୁଁ ଗ୍ରାମବାସୀ ହନ୍ତସନ୍ତ

ବୀରମହାରାଜପୁର ( ସୌମିତ୍ରି ମେହେର) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଜଟେସିଂହା ପଞ୍ଚାୟତ ଅନ୍ତର୍ଗତ ଡୁଙ୍ଗୁରି ଗ୍ରାମରେ ବହୁ ଦିନ ହେବ ପିଇବା ପାଣି ପାଇଁ ଗ୍ରାମବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି । ଗ୍ରାମରେ ପ୍ରାୟ ୨୫୦୦ ରୁ ଉର୍ଦ୍ଧ୍ବ ଲୋକ ବସବାସ କରୁଛନ୍ତି। ଲୋକଙ୍କ ପିଇବା ପାଣି ପାଇଁ ବହୁ ବର୍ଷ ଆଗରୁ ଲକ୍ଷାଧିକ ଟଙ୍କା ବ୍ୟୟରେ ଅଭରହେଡ ପାଣି ଟାଙ୍କି ନିର୍ମାଣ ସହ ଗ୍ରାମରେ ପାଇପ ପାଣି ବିଛା ଯାଇ ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲା । କିଛି ମାସ ଠିକଠାକ ଚାଲିବା ପରେ ଉକ୍ତ ପ୍ରକଳ୍ପ ବନ୍ଦ ହୋଇଗଲା । ଗ୍ରାମରେ ପିଇବା ପାଣି ପାଇଁ ଗୋଟିଏ ଉପଯୁକ୍ତ ନଳକୂପ ରହିଛି । ହେଲେ ସେଠାରୁ ଠିକ୍ ସମୟରେ ଉପଯୁକ୍ତ ପାଣି ପାଇପାରୁ ନଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ବାଧ୍ୟ ହୋଇ ଗ୍ରାମବାସୀ ଅନ୍ୟ ଗାଁ’ର ନଳକୂପ ଉପରେ ନିର୍ଭର କରିବା ସହ ସ୍ଥାନୀୟ ପୋଖରୀର ଦୁଷିତ ପାଣି ବ୍ୟବହାର କରୁଛନ୍ତି । ଲୋକେ ଅନେକ ସମୟରେ ବିଭିନ୍ନ ଚର୍ମ ରୋଗରେ ଆକ୍ରାନ୍ତ ହେଉଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି। ଏହି ଗ୍ରାମରେ ବିଭିନ୍ନ ଜନ ପ୍ରତିନିଧି ଥିଲେ ମଧ୍ୟ ଉକ୍ତ ପ୍ରକଳ୍ପ ଉପରେ କାହାରି ନଜର ପଡୁଥିବା ଜଣାଯାଇଛି। ସ୍ଥାନୀୟ ଜନସାଧାରଣ ପ୍ରତିବର୍ଷ ବିଭାଗୀୟ ଅଧିକାରୀ ତଥା ଜନପ୍ରତିନିଧିଙ୍କୁ ଉକ୍ତ ପ୍ରକଳ୍ପ ମରାମତି ପାଇଁ ଜଣାଇଥିଲେ ମଧ୍ୟ ତାହା ଆଜି ପର୍ଯ୍ୟନ୍ତ ମରାମତି ହୋଇପାରିନାହିଁ। ଯାହା ଫଲରେ ସ୍ଥାନୀୟ ଜନସାଧାରଣ ଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏନେଇ ଜଳ ପରିମଳ ବିଭାଗର ଏସଡିଓ ରଞ୍ଜନ ପଟେଲ ଙ୍କୁ ଯୋଗାଯୋଗ କରାଯିବାରୁ ମୁଁ ଉକ୍ତ ପ୍ରକଳ୍ପ ଉପରେ ଆମର ଯନ୍ତ୍ରୀ ଙ୍କୁ ବୁଝିକରି କହିବି ବୋଲି କହିଥିଲେ। ମେଗା ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଠିକ ଭାବରେ ଜଳ ଯୋଗାଣ ହୋଇପାରିବ ବୋଲି ବିଭାଗୀୟ ଯନ୍ତ୍ରୀ ମଞ୍ଜୁଲତା ଗୌଡ କୁହନ୍ତି I