ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ବାଗବର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ନୂତନ ମନ୍ତ୍ରୀ ମଣ୍ଡଳ ଗଠନ ପ୍ରଧାନ ଶିକ୍ଷକ ଲକ୍ଷ୍ମୀନାରାୟଣ ସାହୁଙ୍କ ତତ୍ତ୍ଵାବଧାନରେ କରାଯାଇଛି l ସମ୍ପୂର୍ଣ୍ଣ ଗଣତାନ୍ତ୍ରିକ ବିଧି ବିଧାନ ଅନୁସାରେ ବିଦ୍ୟାଳୟ ମନ୍ତ୍ରୀମଣ୍ଡଳ ଗଠନ ହୋଇ ଥିଲା l ଏଥିରେ ମୁଖ୍ୟମନ୍ତ୍ରୀ ଭାବେ ରିୟା ମହାକୁର , ଉପ ମୁଖ୍ୟମନ୍ତ୍ରୀ ମହାବୀର ସେଠି ରହିଛନ୍ତି I ଶିକ୍ଷାମନ୍ତ୍ରୀ ବଳରାମ ଦଣ୍ଡସେନା , ଖାଦ୍ୟ ଓ ଶୃଙ୍ଖଳା ମନ୍ତ୍ରୀ ସେହ୍ନlସିନି ସେଠି , ଉପ ଖାଦ୍ୟ ମନ୍ତ୍ରୀ କ୍ରିଷ୍ଣା ଦତ୍ତ ଦେହୁରୀ , କ୍ରୀଡା ଓ ସଂସ୍କୃତି ମନ୍ତ୍ରୀ ତୁଳସୀ ସେଠି , ଉପ କ୍ରୀଡା ଓ ସଂସ୍କୃତି ମନ୍ତ୍ରୀ ଶୀତମ ସାହୁ , ପରିବେଶ ମନ୍ତ୍ରୀ ତୃପ୍ତି ମୟୀ ବଗର୍ତି , ଉପ ପରିବେଶ ମନ୍ତ୍ରୀ ଉଜାଗର ମହାକୁର , ସ୍ୱାସ୍ଥ୍ୟ ଓ ପରିମଳ ମନ୍ତ୍ରୀ ପ୍ରାଚୀ ରଣା , ଉପ ସ୍ୱାସ୍ଥ୍ୟ ଓ ପରିମଳ ମନ୍ତ୍ରୀ ବ୍ରଜ ରାଜ ମଳିକ , ମିନା ମନ୍ତ୍ରୀ ରଶ୍ମି ବାଘ ଓ ଅଶ୍ମିତା ଭୋଇ ଙ୍କୁ ସର୍ବ ସମ୍ମତି କ୍ରମେ ମନୋନିତ ହୋଇଛନ୍ତି l ନବ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଏବଂ ଅନ୍ୟାନ୍ୟ ମନ୍ତ୍ରୀଙ୍କୁ ଫୁଲତୋଡ଼ା ଦେଇ ସ୍ୱାଗତ କରାଯାଇଥିଲା । ଶିକ୍ଷକ ପ୍ରଭୂଦତ୍ତ ବେଦୋକ୍ତା ମନ୍ତ୍ରୀ ମାନଙ୍କୁ ଶପଥ ପାଠ କରାଇଥିଲେ। ଶିକ୍ଷୟତ୍ରୀ ମିନାକ୍ଷୀ ପ୍ରଧାନ ମନ୍ତ୍ରୀମାନଙ୍କ ଦାୟୀତ୍ବ ସମ୍ପର୍କରେ ଅବଗତ କରାଇବା ସହିତ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l