Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଠାକୁରପୁର ରାସ୍ତା ଦୁରାବସ୍ଥା ଯୋଗୁଁ ଲୋକେ ଭୋଗୁଛନ୍ତି ନାହିଁ ନ ଥିବା ଅବସ୍ଥା

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ପିତାମହୁଲ   ପଞ୍ଚାୟତ ଅନ୍ତର୍ଗତ ଠାକୁରପୁର ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାଟି ବିପଦପୂର୍ଣ୍ଣ ତଥା ଦୟନୀୟ ଅବସ୍ଥାରେ ପଡ଼ିରହିଛି । ଉକ୍ତ ରାସ୍ତାଟି ବୀରମହାରାପୁର –  କଦଳିଗଡ ମୁଖ୍ୟ ରାସ୍ତା  ଠାରୁ ଠାକୁରପୁର  ଦେଇ ଅନୁଗୋଳ ଜିଲ୍ଲା କିଆକଟା  ପଞ୍ଚୟତ  ଅନ୍ତର୍ଗତ ଶଙ୍ଖମାଳ ଗ୍ରାମ ଦେଇ ବୌଦ୍ଧ ଓ ଆଠମଲ୍ଲିକ କୁ ସଂଯୋଗ କରିଥାଏ । ଏହି ରାସ୍ତା ଦେଇ ପ୍ରତ୍ୟେକ ଦିନ ବହୁ ଜନସାଧାରଣ ତଥା ଛାତ୍ରଛାତ୍ରୀ ମାନେ ଯିବା ଆସିବା କରିଥାନ୍ତି । ଏଭଳି ଦୟନୀୟ ରାସ୍ତା ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଜଣାଯାଇଛି ।‌ ବିଭିନ୍ନ ସମୟରେ ଏହି ରାସ୍ତା ଉପରେ ଛୋଟ ବଡ ଦୁର୍ଘଟଣା ଶିକାର ହେଉଥିବା ସ୍ଥାନୀୟ ଲୋକମାନେ ପ୍ରକାଶ କରିଛନ୍ତି।   ଠାକୁରପୁର ଓ ଶଙ୍ଖମାଳ ମଧ୍ୟରେ ଥିବା କେରଣ୍ଡି ଯୋର ଉପରେ   ୭ କୋଟି ୪୬ ଲକ୍ଷ ୯୪ହଜାର ଟଙ୍କା ବ୍ୟୟ ରେ ପୋଲ ନିର୍ମାଣ ହୋଇଛି । କିନ୍ତୁ ସେତୁ ର ଉଭୟ  ପାର୍ଶ୍ୱ ରାସ୍ତା ଅସମ୍ପୂର୍ଣ୍ଣ  ଭାବେ ପଡି ରହିଛି । ଠିକାଦାର ଓ ଯନ୍ତ୍ରୀଙ୍କ ମଧୁ ଚନ୍ଦ୍ରିକା ଯୋଗୁଁ ଉଭୟ ପାର୍ଶ୍ବର ରାସ୍ତା ନିମ୍ନ ମାନର ଓ ଅସମ୍ପୂର୍ଣ୍ଣ ଅବସ୍ଥାରେ ପଡ଼ିରହିଛି।‌ ଏନେଇ ବିଭାଗୀୟ ଅଧିକାରୀଙ୍କୁ ଉକ୍ତ ରାସ୍ତା ପାଇଁ ସ୍ଥାନୀୟ ଲୋକେ ଅଭିଯୋଗ କରିଥିଲେ ସୁଦ୍ଧା ତାହା କାର୍ଯ୍ୟକ୍ଷମ ହୋଇପାରିନାହିଁ । ଠାକୁରପୁର  ରାସ୍ତା ଓ ଶଙ୍ଖମାଳ ରୁ ସେତୁ ପର୍ଯ୍ୟନ୍ତ ରାସ୍ତା ଶୋଚନୀୟ ହୋଇପଡିଛି। ଠାକୁରପୁର ରାସ୍ତା କାଦୁଅ ପଚ୍ ପଚ୍ ହୋଇଥିବାବେଳେ ଶଙ୍ଖମାଳ ରୁ ସେତୁ ପର୍ଯ୍ୟନ୍ତ ରାସ୍ତା ମେଟାଲ ବାହାରି ପଡ଼ିଛି। ଏହି ରାସ୍ତା ଦେଇ ଡୁଲେଶ୍ୱର ହାଇସ୍କୁଲ କୁ ଛାତ୍ର ଛାତ୍ରୀ ପାଠ ପଢି ଯାଉଥିବା ବେଳେ ଶହ ଶହ ଲୋକ ଯିବା ଆସିବା କରୁଛନ୍ତି। ସାମାନ୍ୟ ବର୍ଷା ରେ ମଧ୍ୟ ରାସ୍ତା ଟି କାଦୁଅ ହୋଇ ଯାଉଥିବାରୁ ଛାତ୍ର ଛାତ୍ରୀ ତଥା ଯିବା ଆସିବା କରୁଥିବା ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବହୁ ସମୟରେ ସାଇକଲ ଓ ମୋଟର ସାଇକଲ ରୁ ଲୋକମାନେ ପଡ଼ି ଯାଉଥିବା ଦେଖାଯାଏ । ଏଣୁ ଉକ୍ତ ରାସ୍ତା କୁ ଶୀଘ୍ର ମରାମତି ପାଇଁ ସାଧାରଣ ରେ ଦୃଢ ଦାବୀ ହୁଏ I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ