ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କେନଝରିଆ ପାଲି ପଞ୍ଚାୟତ ର ବାରଝୁଲା ଗ୍ରାମରେ ଡ୍ରେନେଜ ବ୍ୟବସ୍ଥା ନ ଥିବାରୁ ସାମାନ୍ୟ ବର୍ଷା ହେଲେ ବର୍ଷା ଜଳ ଘର ଭିତରକୁ ପଶୁଥିବା ଦେଖାଯାଏ I ଏଇ ଭଳି ପରିସ୍ଥିତିରେ ଗାଁ ମଝିରେ ଆଣ୍ଠୁଏ ପାଣି ଜମି ଅସ୍ଵାସ୍ଥ୍ୟକର ପରିସ୍ଥିତି ସୃଷ୍ଟି ହେଉ ଥିବାବେଳେ ମଶା ମାଛି ଙ୍କ ପ୍ରାଦୁର୍ଭାବ ବଢି ଚାଲିଛି I ଗ୍ରାମର ଉଭୟ ପଟରେ ଲୋକଙ୍କ ଘର ରହିବା ସଙ୍ଗେ ଗାଁ ମୁଣ୍ଡରେ ଥିବା ଚାଷ ଜମି ମଧ୍ୟ ଦେଇ ବର୍ଷା ପାଣି ହରିହର ଜୋର କୁ ଯାଇଥାଏ I ଗ୍ରାମରେ ଲୋକ ସଂଖ୍ୟା ବଢିବା ସଙ୍ଗେ ନୂତନ ଘର ତିଆରି କରିବା ଯୋଗୁଁ ବର୍ଷା ଜଳ ବାହାରକୁ ଯାଇ ନ ପାରି ଗାଁ ଦାଣ୍ଡରେ ଜମା ହୋଇ ରହି ଯାଉଛି l ୟାର ଭିତରେ ଗାଁ ଦାଣ୍ଡ ସିମେଣ୍ଟ କଂକ୍ରିଟ କରl ଯାଇଥିବା ବେଳେ ଡ୍ରେନେଜ ବ୍ୟବସ୍ଥା କରାଯାଇ ନାହିଁ I ଫଳରେ ଏଇ ଭଳି ସମସ୍ୟା ଉପୁଜି ଥିବା ଗ୍ରାମବାସୀ କୁହନ୍ତି I ସୂଚନା ଯେ ଏଇ ଗ୍ରାମ ରାସ୍ତା ଦେଇ କର୍ଡାପାଳ , ଲୁଦୁମୁଣ୍ଡା ଗ୍ରାମ ଯିବାକୁ ପଡୁଥିବା ବେଳେ ମୁରୁଶୁଣ୍ଠି , ଖଣ୍ଡହତା ଆଦି ପଞ୍ଚାୟତ କୁ ମଧ୍ୟ ସଂଯୋଗ କରୁଛି I ତେଣୁ ସାଧାରଣ ଲୋକେ ଯିବା ଆସିବା କରିବାରେ ବାଧା ସୃଷ୍ଟି ହେଉଛି I ତୁରନ୍ତ ଏହାର ପ୍ରତିକାର ଦାବି କରିଛନ୍ତି ଗ୍ରାମବାସୀ I