Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଛତିଶଗଡରେ ମାଓ କାଣ୍ଡ,ଘରୁ ଟେକି ନେଇ ଯୁବକକୁ ହତ୍ୟା

ନାରାୟଣପୁର(ଛତିଶଗଡ଼):ଛତିଶଗଡରେ ପୁଣି ହୋଇଛି ମାଓ କାଣ୍ଡ। ନାରାୟଣପୁର ଜିଲ୍ଲାରେ ମାଓବାଦୀଙ୍କ ବର୍ବରକାଣ୍ଡରେ ପୋଲିସ ଇନଫର୍ମର ସନ୍ଦେହରେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରିଛି ମାଓବାଦୀ। ଘଟଣାସ୍ଥଳରୁ ନକ୍ସଲ ପନ୍ଥୀଙ୍କ ଏକ ହାତ ଲେଖା ପୋଷ୍ଟର ଜବତ ହୋଇଛି। ଏହି ଘଟଣା ପରେ ଡିଆରି ଏବଂ ସିଆରପିଏଫ୍ ବାହିନୀ ପକ୍ଷରୁ ଜୋରଦାର ଅପରେସନ ଆରମ୍ଭ ହୋଇଛି।
ସୂଚନାନୁଯାୟୀ, ରବିବାର ରାତିରେ ୩୦ ରୁ ୪୦ ଜଣ ସଶସ୍ତ୍ର ମାଓବାଦୀ ଅର୍ଚ୍ଚା ଗାଁରେ ପହଞ୍ଚି ସାଣ୍ଟୁ ଉସେଣ୍ଡି ନାମକ ଜଣେ ଯୁବକଙ୍କୁ ଘରୁ ଉଠାଇ ନେଇଥିଲେ। ପରେ ମାଓବାଦୀମାନେ ତାଙ୍କୁ ହତ୍ୟା କରିବା ସହ ରାସ୍ତା ଉପରେ ଶବ ଛାଡି ଚାଲି ଯାଇଛନ୍ତି। ଘଟଣା ସ୍ଥଳରେ ନକ୍ସଲ ପନ୍ଥୀଙ୍କ ଏକ ହାତ ଲେଖା ପୋଷ୍ଟର ମଧ୍ୟ ରହିଛି। ଯେଉଁଥିରେ ଉଲ୍ଲେଖ ରହିଛି ଯେ ଜୁନ ୧୫ ତାରିଖ ଦିନ ପାର୍ସୁବେଦା ଓ କୋଡାମାର୍କା ଜଙ୍ଗଲରେ ହୋଇଥିବା ଏନକାଉଣ୍ଟରରେ ୮ ଜଣ ମାଓବାଦୀ ପ୍ରାଣ ହରାଇଛନ୍ତି। ପୋଲିସକୁ ସହଯୋଗ କରିବା ସହ ସୁରକ୍ଷାକର୍ମୀଙ୍କୁ ନେଇ ଏହି ଏନକାଉଣ୍ଟର କରାଇଥିବା ସାଣ୍ଟୁ ଉସେଣ୍ଡିଙ୍କୁ ମାଓବାଦୀମାନେ ମୃତ୍ୟୁଦଣ୍ଡ ଦେଇଛନ୍ତି। ଘଟଣା ପରେ ସଂପୃକ୍ତ ଅଞ୍ଚଳରେ ଡିଆରଜି ଏବଂ ସିଆରପିଏଫ ବାହିନୀ ପକ୍ଷରୁ ଜୋରଦାର ଅପରେସନ ଆରମ୍ଭ ହୋଇଥିବା ନେଇ ନାରାୟଣପୁର ଏସପି ସୂଚନା ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ