Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୋନପୁର ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ବିଭିନ୍ନ 33 ଗୋଟି ଅଭିଯୋଗ ର ଦରଖାସ୍ତ ଗ୍ରହଣ କଲେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ

ସୋନପୁର : ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି l ଅତିରିକ୍ତ ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଅଞ୍ଜଳିନା ପ୍ରଧାନ ଓ ଶ୍ରୀଯୁକ୍ତ ୟସ ପ୍ରତାପ ଶ୍ରୀମଲ ଆରକ୍ଷୀ ଅଧିକ୍ଷକ , ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଯୋଗଦାନ କରି ଜନସାଧାରଣଙ୍କ ବିଭିନ୍ନ ଆପତ୍ତି ଓ ସମସ୍ୟା ନିହିତ ୩୩ ଗୋଟି ପଞ୍ଜିକୃତ ଅଭିଯୋଗ ଦରଖାସ୍ତ ଗ୍ରହଣ କରିଥିଲେ l ତନ୍ମଧ୍ୟରେ ୨୩ ଗୋଟି ବ୍ୟକ୍ତିଗତ ଓ ୧୦ ଗୋଟି ସାମୁହିକ ଦରଖାସ୍ତ ରହିଥିବା ବେଳେ ୨ ଗୋଟି ଦରଖାସ୍ତ ମୁଖମନ୍ତ୍ରୀ ରିଲିଫ ପାଣ୍ଠି ରୁ ଆର୍ଥିକ ସହାୟତା ନିମନ୍ତେ ଗ୍ରହଣ କରାଯାଇଛି l ଶିବିରରେ ପଞ୍ଜିକୃତ ଆବେଦନ ଗୁଡିକୁ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ତୁରନ୍ତ ସମାଧାନ ପାଇଁ ସମ୍ପୃକ୍ତ ବିଭାଗର ବିଭାଗୀୟ ଅଧିକାରୀଙ୍କୁ ପ୍ରଦାନ କରାଯାଇଛି l ଶିବିର ରେ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ତରଫରୁ ଭିନ୍ନକ୍ଷମ ଦମ୍ପତି ଦିଲୀପ ମହାନନ୍ଦ (ଭିନ୍ନକ୍ଷମ ) ଓ ଡଲି ଭଞ୍ଜ , ଭାଲିଆପଦର, ବୀରମହାରାଜପୁର ଏବଂ ଅଚ୍ୟୁତ ମେହେର (ଭିନ୍ନକ୍ଷମ) ଓ ଉଷା ମେହେର, ପଟାଭାଡ଼ି, ସୋନପୁର ଉଭୟ ଯୋଗ୍ୟ ଦମ୍ପତିଙ୍କୁ ବୈବାହିକ ପ୍ରୋତ୍ସାହନ ଅର୍ଥ ରାଶି ବାବଦରେ ଉଭୟ ଦମ୍ପତିଙ୍କୁ ୨ ଲକ୍ଷ ୫୦ ହଜାର ଟଙ୍କାର ଚେକ୍ ପ୍ରଦାନ କରାଯାଇଥିଲା l ସୋନପୁର ବ୍ଲକ ଗୋଷ୍ଠି ଉନ୍ନୟନ ଅଧିକାରୀ ସୌମ୍ୟ ରଞ୍ଜନ ସ୍ୱାଇଁ ଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଯୁଗ୍ମ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ଅଶ୍ୱିନୀ କୁମାର ମେହେର ଜିଲ୍ଲା ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ, ପି ଡି ଡୁଡା ବିଶ୍ୱନାଥ ବାରିକ, ସି ଏସ ଓ ସୁରେଶ ପାଣିଗ୍ରାହୀ , ଉପଜିଲ୍ଲାପାଳ ସୋନପୁର ସୂରଜ କୁମାର ପଟ୍ଟନାୟକ , ଜିଲ୍ଲା ଜନସ୍ୱାସ୍ଥ୍ୟ ଓ ଚିକିତ୍ସାଧିକାରୀ ଡ଼ଃ ଦୁର୍ଗା ପ୍ରସାଦ ଦାଶ, ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇ , ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରବୀର ସାମଲ , ଜିଲ୍ଲା ମତ୍ସ୍ୟ ଅଧିକାରୀ ପ୍ରସନ୍ନ ପଟ୍ଟନାୟକ , ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଗୋବିନ୍ଦ ବଲ୍ଲଭ ଷଡ଼ଙ୍ଗୀ . ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ , ଜିଲ୍ଲା ପଞ୍ଚାୟତ ଅଧିକାରୀ ଅର୍ଜୁନ ଚରଣ ମାଝୀ . ଜିଲ୍ଲା କ୍ରୀଡା ଅଧିକାରୀ ଚିତ୍ତରଞ୍ଜନ ମିଶ୍ର , ନିର୍ବାହୀ ଯନ୍ତ୍ରୀ ତେଲ ଇରିଗେଶନ ଡିଭିଜନ ଇଂ ଜିତେନ୍ଦ୍ର ପାଢ଼ୀ , ନିର୍ବାହୀ ଯନ୍ତ୍ରୀ ଟିପି ଓ ଡବ୍ଲୁ ଓ ଡି ଏଲ ଅଶୋକ ମିଶ୍ର , ନିର୍ବାହୀ ଯନ୍ତ୍ରୀ ଏଲ ଆଇ ଇଂ ପ୍ରଫୁଲ୍ଲ ବେହେରା , ଡ.ସୋମ୍ୟାରୁପା ରଥ ତହସିଲଦାର ସୋନପୁର , ନିର୍ବାହୀ ଅଧିକାରୀ ପୌର ପରିଷଦ ସୋନପୁର ମନୋରଞ୍ଜନ ପଣ୍ଡା, ତଥା ଅନ୍ୟାନ୍ୟ ଜିଲ୍ଳା ସ୍ତରୀୟ ଅଧିକାରୀ, ତହସିଲ ଓ ବ୍ଲକ ସ୍ତରୀୟ କର୍ମଚାରୀ ପ୍ରମୁଖ ଯୋଗଦାନ କରିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ