Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

କୁଞ୍ଜାପାଲି ଆଶ୍ରମ ବିଦ୍ୟାଳୟରେ ରକ୍ତ ଶିଉଳି ରୋଗ ସଚେତନତା କାର୍ଯ୍ୟକ୍ରମ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଳକ ଦୁର୍ଜନତୈଲା ପଞ୍ଚାୟତ ଅନ୍ତର୍ଗତ କୁଞ୍ଜାପାଲି ଆଶ୍ରମ ବିଦ୍ୟାଳୟରେ ଆଜି ରକ୍ତଶିଉଳି ରୋଗ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବୁଧବାର ପ୍ରଧାନଶିକ୍ଷକ ଶୁଭ୍ରାଂଶୁ ଶେଖର ପଣ୍ଡାଙ୍କ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ଯକ୍ରମରେ ମୁଖ୍ଯ ଅତିଥି ଭାବରେ ମେଡିକାଲ ଅଫିସର ପି.କେ ମହାପାତ୍ର , ସମ୍ମାନିତ ଅତିଥି ଭାବେ ପିଏଚଇଓ ସ୍ଵର୍ଣ୍ଣପ୍ରଭା ସ୍ଵାଇଁ ଯୋଗ ଦେଇ ରକ୍ତଶିଉଳି ରୋଗ ଉପରେ ସଚେତନ କରିଥିଲେ । ଏହି ସଭାରେ ଶିକ୍ଷକ ତ୍ରିଲୋଚନ ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ ରକ୍ତ ଶିଉଳି ରୋଗ ଉପରେ ସଚେତନତା , ଏହି ରୋଗ ର କାରଣ ନିରାକରଣ ଓ ହାତଧୂଆ ସଚେତନତା ଆଦି ଛାତ୍ର ଛାତ୍ରୀଙ୍କୁ ବୁଝାଇଥିଲେ l ଏଥିରେ ସୁଜିତ କର୍ମୀ , ଦିବ୍ୟ ଭଗବାନ ନାଏକ୍ , ସ୍ଵପ୍ନସାଗର ତାଣ୍ଡି , ରଞ୍ଜିତା ସେଠୀ ଆଦି ସହଯୋଗ କରିଥିଲେ। ଶେଷରେ ଶିକ୍ଷକ ମାନସ ରଞ୍ଜନ କଲେତ ଧନ୍ୟବାଦ ଅର୍ପଣ ଦେଇଥିଲେ। ସଚେତନତା କାର୍ଯ୍ୟକ୍ରମ ରେ ସମସ୍ତ ଛାତ୍ରଛାତ୍ରୀ , ଶିକ୍ଷକ ଶିକ୍ଷୟିତ୍ରୀ , କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।