Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଭାତପୁରା ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ ପାଳିତ

ଜମନକିରା : ଜାତୀୟ ବନ ସପ୍ତାହର ତୃତୀୟ ଦିନରେ ଜମନକିରା ବ୍ଲକ ଭାତପୁରା ସ୍ଥିତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ଆଜି ବନ ମହୋତ୍ସବ ସ୍କୁଲର ପ୍ରଧାନ ଶିକ୍ଷକ ରତନ ଲାଲ ସିଂ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସ୍କୁଲର ପ୍ରତିଷ୍ଠାତା ସଭ୍ୟ ତଥା ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ରୁଦ୍ର ନାରାୟଣ ବେହେରା ମୁଖ୍ୟଅତିଥି ଓ ଅବସର ପ୍ରାପ୍ତ ଅଧ୍ୟକ୍ଷ ତଥା ପ୍ରକୃତି ବନ୍ଧୁ ସୁବାସ ଚନ୍ଦ୍ର ନାୟକ ମୁଖ୍ୟବକ୍ତା ଭାବରେ ଯୋଗଦେଇ ବନ ଓ ବନ୍ୟ ପ୍ରାଣୀର ସୁରକ୍ଷା ପାଇଁ କିପରି ପୂରାଣ ଯୁଗରୁ ଵିଧି ରହି ଆସିଛି ତାହା ବିସ୍ତୃତ ଭାବରେ ବର୍ଣ୍ଣନା କରିଥିଲେ। ତାଙ୍କ ବକ୍ତବ୍ୟରେ କୁଚିଣ୍ଡା ଉପଖଣ୍ଡ ଓ ଆଖପାଖ ଅଂଚଳରେ ବୃକ୍ଷ ରୋପଣ କିପରି ଏକ ଜନ ଆନ୍ଦୋଳନର ରୂପ ନେଇଛି ତାର ସୂଚନା ଦେଇ ସମସ୍ତେ ଏହି ସବୁଜ ଆନ୍ଦୋଳନରେ ଝାସ ଦେବାକୁ ଶପଥ ପାଠ କରାଇଥିଲେ। ମୁଖ୍ୟଅତିଥି ଶ୍ରୀ ବେହେରା ମୁଖ୍ୟବକ୍ତା ଶ୍ରୀ ନାୟକଙ୍କୁ ସ୍କୁଲ ପକ୍ଷରୁ “ବନ୍ୟ ପ୍ରାଣୀ ଓ ବନ ସଂରକ୍ଷକ ” ସମ୍ମାନ ରେ ସମ୍ମାନିତ କରିଥିଲେ। ସହକାରୀ ଶିକ୍ଷକ ଖଗେଶ୍ୱର ନାଏକ ସଂଯୋଜନା କରିବା ସହ ମାନପତ୍ର ପାଠ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସଂସ୍କୃତ ଶିକ୍ଷିକା ମଧୁସ୍ମିତା ବହିଦାର, କ୍ରୀଡା ଶିକ୍ଷକ ପ୍ରଦୀପ୍ତ ବାରିକ, କୈଳାସ ଚଦ୍ର ଗୌଡ଼ ମଧ୍ୟ ବୃକ୍ଷ ରୋପଣ ସହ ତାର ଯତ୍ନ ନେବାର ଆବଶ୍ୟକତା ସମ୍ପର୍କରେ କହିଥିଲେ। ଅନ୍ୟତମ ଅତିଥି ଭାବରେ ପ୍ରକୃତିବନ୍ଧୁ ସରୋଜ ମେହେର ଓ ସାମାଜିକ କର୍ମୀ ରବୀନ୍ଦ୍ର ପଟେଲ ମଞ୍ଚସିନ ରହି ନିଜର ଅନୁଭୂତି ବାଣ୍ଟିଥିଲେ। ଏହା ପରେ ବିଭିନ୍ନ ସ୍ଲୋଗାନ ସହ ଶୋଭାଯାତ୍ରା କରିବା ସହ ୫୦ ଟି ବିଭିନ୍ନ ପ୍ରଜାତିର ଚାରା ସ୍କୁଲ ପରିସର ଓ ଖେଳ ପଡିଆରେ ରୋପଣ କରାଯାଇଥିଲା। ପ୍ରାରମ୍ଭ ଓ ଶେଷରେ ଉଦଘାଟନି ସଂଗୀତ ଓ ଉଦଜାପନୀ ସଂଗୀତ ଗାନ କରିଥିଲେ ସ୍କୁଲର ଛାତ୍ରୀ ଗଣ। ଭାଷଣ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ସୁଶ୍ରୀ ଦୀପିକା ଲୁହୁରା, ପୂଜା ସିଂ ଓ ସୁହାନି ବାରିକ ଙ୍କୁ ପୁରସ୍କୃତ କରାଯାଇଥିଲା। ଶେଷରେ ଛାତ୍ରୀ ଦୀପିକା ଧନ୍ୟବାଦ ଅର୍ପଣ କରିଥିଲେ।