ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବିରମହlରାଜପୁର ବ୍ଲକ ମୁର୍ଷୁଣ୍ଡି ଗ୍ରାମପଞ୍ଚାୟତ କାର୍ଯ୍ୟଳୟ ପରିସରରେ ବେସିକ ନିଡ଼ିସ ବାଙ୍ଗାଲୋର ସହାୟତାରେ ରେୟାର ସୋନପୁର ତରଫରୁ ଏକ ଦିବସୀୟ ମାନସିକ ସ୍ୱାସ୍ଥ୍ୟ ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି l ବ୍ଲକ ର ଖଣ୍ଡହତl , ମୁର୍ଷୁଣ୍ଢୀ , କେନଝିରିଆପାଲି , ଉଫୁଳା , ସୁବଳୟା ଆଦି ପଂଚାୟତ ର ଅଙ୍ଗନବାଡି କର୍ମୀ , ଆଶା କର୍ମୀ , ୱାର୍ଡ ସଭ୍ୟ ସଭ୍ୟା , ସ୍ଵୟଂ ସହାୟକ ଗୋଷ୍ଠୀ ର ସଦସ୍ୟl ସ୍ବେଛାସେବୀ ମାନେ ଯୋଗ ଦେଇଥିଲେ I ଏଥିରେ ପ୍ରଶିକ୍ଷକ ଭାବରେ ବେସିକ ନୀଡ଼ସ ଇଣ୍ଡିଆ ରାଜ୍ୟ ସଂଯୋଜକ ରାଜୀବ କର୍ମୀ ମାନସିକ ସ୍ୱାସ୍ଥ୍ୟ କ୍ଷେତ୍ର ସଂଯୋଜକ ବିଶ୍ୱମ୍ବର ସାହୁ , କ୍ଷେତ୍ର କର୍ମୀ ମିତ୍ରଭାନୁ ମଲ୍ଲିକ ପ୍ରମୁଖ ଯୋଗଦେଇ ଏହି ରୋଗର କାରଣ ଓ ନିରାକରଣ ଚିକିତ୍ସା ତଥା ମାନସିକ ଅସୁସ୍ଥ ବ୍ୟକ୍ତି ମାନଙ୍କର ଜୀବନ ଜୀବିକା ବିଷୟରେ ଆଲୋଚନା କରିଥିଲେ l ଏହା ସହ ସମାଜରେ ସେମାନଙ୍କ ର ପୁନଃ ଥଇଥାନ କିପରି ହୋଇପାରିବ ଓ ସରକାରୀ ସୁବିଧା ରୁ କିପରି ବଞ୍ଚିତ ନ ହେବେ ସେ ବିଷୟରେ ସୁଦାମ ଗାଈଗରିଆ ଉପସ୍ଥାପନା କରିଥିଲେ l ଶେଷରେ ସ୍ବେଛାସେବୀ ଗୀତାଞ୍ଜଳି ଜେନା ଧନ୍ୟବାଦ ଅର୍ପଣ କରିଥିଲେ l ଏଥିରେ ସ୍ବେଛାସେବୀ ଶାନ୍ତିଲତା ନାଏକ , ରଶ୍ମିତା ବିଶ୍ଵାଳ, ଓ ରେଆର ପ୍ରକଳ୍ପ ସଂଯୋଗକ ଅବନୀ ଶତପଥି ପ୍ରମୁଖ ସହଯୋଗ କରିଥିଲେ l