Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

କେନ୍ଦୁଝରରୁ ଆସିଲା କେନ୍ଦୁ, ଶ୍ରଦ୍ଧାରେ ଖାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର:ଲୋକଙ୍କ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଲୋକଙ୍କ ଶ୍ରଦ୍ଧା ସାଉଁଟିବାରେ ବେଶ୍ ଧୁରନ୍ଦର।ରାଜ୍ୟ ଅତିଥି ଭବନରେ ଏଭଳି ଏକ ଦୃଶ୍ୟ ସାମ୍ନାକୁ ଆସିଛି।ଯାହାକି ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତାକୁ ଆଜି ନୂଆ ମୋଡ ଦେଇଛି। ସାଧାରଣ ଲୋକ ଓ ବିଭିନ୍ନ ସଙ୍ଗଠନ ର ସଦସ୍ୟ ମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଅଭିନନ୍ଦନ ଓ ଶୁଭେଛା ଜଣାଇବା ଅବସରରେ କେନ୍ଦୁଝରରୁ ବି ଲମ୍ବିଛନ୍ତି ଲୋକ ।ଆଜି ସୁଦେଶ କୁମାର ସାହୁ ନାମକ ଜନୈକ କେନ୍ଦୁଝର ବାସୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏକ ଅଚଳ ସଂସ୍ଥାର ପୁନଃ କାର୍ଯ୍ୟକ୍ଷମ ପାଇଁ ସ୍ମାରକ ପତ୍ର ପଦାନ କରିଥିଲେ।ଏହି ସମୟରେ କେନ୍ଦୁଝରରୁ ସେ ନେଇଆସିଥିଲେ କେନ୍ଦୁ।ଆଉ ଶ୍ରଦ୍ଧାରେ ମଧ୍ୟ ମୁଖ୍ୟମନ୍ତ୍ରୀ କେନ୍ଦୁ ଗ୍ରହଣ କରି ସେଥିରୁ କିଛି ଖାଇଥିଲେ।

More Stories