Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ପାତାଳୀ ଶ୍ରୀକ୍ଷେତ୍ର ରେ ମହାପ୍ରଭୁଙ୍କ ଗୁପ୍ତ ସେବା ନୀତି ଜାରି

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା କୋଟସମଲେଇ ସ୍ଥିତ ପାତାଳୀ ଶ୍ରୀକ୍ଷେତ୍ର ରେ ଶ୍ରୀ ଜୀଉମାନଙ୍କୁ ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କଲାପରେ ଅସୁସ୍ଥ ହୋଇ ପଡ଼ି ଥିଲେ ଠାକୁରେ । ବିଧି ଅନୁସାରେ ପଞ୍ଚମୂଳ, ଦଶମୂଳ ଆଦି ଉପଚାର ପରେ ଏବେ କ୍ରମଶଃ ସୁସ୍ଥ ହେଉଛନ୍ତି ଶ୍ରୀ ଜିଉମାନେ । ଟ୍ରଷ୍ଟ ସଦସ୍ୟ ପୂର୍ଣ୍ଣଚନ୍ଦ୍ର ପାଢ଼ୀଙ୍କ ତତ୍ତ୍ଵାବଧାନରେ ପୂଜକ ଗୁଣାକର ପଣ୍ଡା ଏବଂ ସୂପକାର ଜଗନ୍ନାଥ ହୋତା ସେବା ନୀତି ସଂପାଦନ କରୁଛନ୍ତି । ଆସନ୍ତା ତା ୭.୭.୨୪ ସକାଳୁ ନେତ୍ରୋତ୍ସବ, ନବଯୌବନ ପରେ ଶ୍ରୀ ଗୁଣ୍ଡିଚା ରଥଯାତ୍ରା ଅନୁଷ୍ଠିତ ହେବ। ଏଥି ପାଇଁ ପ୍ରଶାସନ, ସେବାୟତ ସଂଘ ତଥା ଶ୍ରୀ ପାତାଳୀ କ୍ଷେତ୍ର ଟ୍ରଷ୍ଟ ତରଫରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ, ସେବାୟତ ବୈଠକ ପରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ପାତାଳୀ ସେନାର ଯୁବ ସଂଠନ ତରଫରୁ ପୁଙ୍ଖାନୁପଙ୍ଖ ଆଲୋଚନା କରାଯାଇ ବିଭିନ୍ନ ବିଭାଗରେ ଦାୟିତ୍ଵ ବଣ୍ଟନ କରାଯାଇଛି।