Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନୀତିଆୟୋଗ ତରଫରୁ ଲକ୍ଷ୍ମୀପୁର ବ୍ଲକ ରେ ସମ୍ପୂର୍ଣତା ଅଭିଯାନ ଆରମ୍ଭ…

ଲକ୍ଷ୍ମୀପୁର ୦୪/୦୭ ….କେନ୍ଦ୍ର ସରକାର ଙ୍କ ନୀତି ଆୟୋଗ ତରଫରୁ ଭାରତ ର ପାଞ୍ଚ ସହ ବ୍ଳକ କୁ ସମ୍ପୂର୍ଣ୍ଣତା ଅଭିଯାନ ମାଧ୍ୟମରେ ଯୋଡ଼ା ଯାଇଥିବା ବେଳେ କୋରାପୁଟ ଜିଲ୍ଲା ର ପଛୁଆ ବ୍ଳକ ଭାବେ ପରିଚିତ ଲକ୍ଷ୍ମୀପୁର ଓ ଲମତାପୁଟ ବ୍ଳକ କୁ ଏହି ଯୋଜନା ରେ ସାମିଲ କରାଯାଇଛି।  ଭାରତ ସରକାରଙ୍କ ନୀତି ଆୟୋଗ ର ପର୍ଯ୍ୟବେକ୍ଷକ  ଅମ୍ବିକା ଶୁକ୍ଲା ଦିଲ୍ଲୀ ରୁ ଆସି କାର୍ଯ୍ୟକ୍ରମ କୁ ପରଖି ଥିବା ବେଳେ କୋରାପୁଟ ଏଡିଏମ ଲଗ୍ନଜିତ ରାଉତ,ଯୋଜନା ଉପ ନିର୍ଦେଶକ ସୂର୍ଯ୍ୟ କାନ୍ତ ବେହେରା, ବିଡ଼ିଓ ଗୁରେଶ୍ୱର ଭୋଇ ପ୍ରମୁଖ ଉପସ୍ଥିତ ରହିଥିଲେ। ନୀତି ଆୟୋଗ ର ଏହି ସମ୍ପୂର୍ଣ୍ଣତା ଅଭିଯାନ ମାଧ୍ୟମରେ ବ୍ଳକ ରେ ରହିଥିବା ୩ମାସ ର ଗର୍ଭବତୀ ମହିଳା ଙ୍କ ନାମ ପଞ୍ଜିକରଣ କରାଯାଇ ସେମାନଙ୍କ ଶାରୀରିକ ବିକାଶ ସକାଶେ ପୃଷ୍ଟିକର ଖାଦ୍ୟ ପ୍ରଦାନ, ଚାଳିଶି ବର୍ଷ  ରୁ ଉର୍ଧ୍ଵ ମହିଳା ଓ ପୁରୁଷ ମାନଙ୍କୁ ମଧୁମେହ ପରୀକ୍ଷା ,ଚାଷୀ ମାନଙ୍କ ର ଜମି ରୁ ମାଟି ସଂଗ୍ରହ କରାଯାଇ ପରୀକ୍ଷା କରିବା ପରେ କେଉଁ ପ୍ରକାର ସାର ପ୍ରଦାନ କରାଗଲେ ଚାଷୀ ଉପକୃତ ହେବେ,ଆର୍ଥିକ ସୁଦୃଢ ସକାଶେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳା ଙ୍କୁ ଆବର୍ତନ ପାଣ୍ଠି ପ୍ରଦାନ, ମହିଳା ମାନଙ୍କ ସାମାଜିକ  ଅର୍ଥନୀତିକ ଓ ରାଜନୀତି ରେ ଅଭିଜ୍ଞତା କରି ଆତ୍ମ ନିର୍ଭରଶୀଳ କରିବା ଭଳି ଛଅ ଗୋଟି କାର୍ଯ୍ୟକ୍ରମ ନୀତିଆୟୋଗ ତରଫରୁ ନିଆଯାଇଛି।ବ୍ଳକ ରୁ ବିଭିନ୍ନ ପ୍ରକାର ପ୍ଲାୟ କାର୍ଡ ଧରି ସଚେତନତା ବାର୍ତା ଦେବା ପରେ ବାସନ୍ତୀ କଲ୍ୟାଣ ମଣ୍ଡପ ଠାରେ ପହଞ୍ଚି ଥିଲେ,ସେଠାରେ ଅତିଥି ମାନଙ୍କ ଦ୍ୱାରା ଜଗନ୍ନାଥ ଙ୍କ ଫୋଟଚିତ୍ର ରେ ପୂଜାର୍ଚନା କରାଯିବା ପରେ ସମ୍ପୂର୍ଣ୍ଣତା ଅଭିଯାନ କଣ ଓ କେଉଁମାନେ ଏହି ଯୋଜନା ରେ ଉପକୃତ ହୋଇପାରିବେ ସେ ବିଷୟରେ ଅବଗତ କରାଯାଇଥିଲା, କାର୍ଯ୍ୟକ୍ରମ ରେ ପ୍ରଧାନମନ୍ତ୍ରୀ ଙ୍କ ଜନହିତକର ବାର୍ତା ପ୍ରୋଜେକଟର ମାଧ୍ୟମ ରେ ଦେଖା ଯାଇଥିଲା।କାର୍ଯ୍ୟକ୍ରମ ରେ ବିଧାୟକ  ପବିତ୍ର ସାଉଁତା, ସିଡିପିଓ ପାର୍ବତୀ ଆଚାର୍ଯ୍ୟ,ଡାକ୍ତର ଦୀନବନ୍ଧୁ ଚୌଧୁରୀ ,କୃଷିଅଧିକାରୀ ସୂର୍ଯ୍ୟ କାନ୍ତ ନାହାକ ,ମିଶନ ଶକ୍ତି କର୍ମଚାରୀ  ପ୍ରକାଶ ଚନ୍ଦ୍ର ସେଠି,ଜିପିଇଓ ସୁଧୀର ବେହେରା, ସହକାରୀ ଯନ୍ତ୍ରୀ ଏମ ପବନ କୁମାର ଙ୍କ ସମେତ ବ୍ଳକ କର୍ମଚାରୀ ଉପସ୍ଥିତ ରହିଥିଲେ। କାର୍ଯ୍ୟକ୍ରମ କୁ ବୁର୍ଜା ପଞ୍ଚାୟତ ଅଧିକାରୀ  ଅଭିନାଶ ବିଡ଼ିକା ପରିଚାଳନା କରିଥିଲେ।ନିର୍ବାଚିତ ଲୋକ ପ୍ରତିନିଧି ଓ ସ୍କୁଲ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ରହିଥିବା ବେଳେ କୃତି ପ୍ରତିଯୋଗି ମାନଙ୍କୁ ପୁରସ୍କୃତ କରାଯାଇଥିଲା।
ନୀତିଆୟୋଗ ତରଫରୁ ଲକ୍ଷ୍ମୀପୁର ବ୍ଲକ ରେ ସମ୍ପୂର୍ଣତା ଅଭିଯାନ ଆରମ୍ଭ…
ଲକ୍ଷ୍ମୀପୁର ୦୪/୦୭ ଇମିସ…..କେନ୍ଦ୍ର ସରକାର ଙ୍କ ନୀତି ଆୟୋଗ ତରଫରୁ ଭାରତ ର ପାଞ୍ଚ ସହ ବ୍ଳକ କୁ ସମ୍ପୂର୍ଣ୍ଣତା ଅଭିଯାନ ମାଧ୍ୟମରେ ଯୋଡ଼ା ଯାଇଥିବା ବେଳେ କୋରାପୁଟ ଜିଲ୍ଲା ର ପଛୁଆ ବ୍ଳକ ଭାବେ ପରିଚିତ ଲକ୍ଷ୍ମୀପୁର ଓ ଲମତାପୁଟ ବ୍ଳକ କୁ ଏହି ଯୋଜନା ରେ ସାମିଲ କରାଯାଇଛି।  ଭାରତ ସରକାରଙ୍କ ନୀତି ଆୟୋଗ ର ପର୍ଯ୍ୟବେକ୍ଷକ  ଅମ୍ବିକା ଶୁକ୍ଲା ଦିଲ୍ଲୀ ରୁ ଆସି କାର୍ଯ୍ୟକ୍ରମ କୁ ପରଖି ଥିବା ବେଳେ କୋରାପୁଟ ଏଡିଏମ ଲଗ୍ନଜିତ ରାଉତ,ଯୋଜନା ଉପ ନିର୍ଦେଶକ ସୂର୍ଯ୍ୟ କାନ୍ତ ବେହେରା, ବିଡ଼ିଓ ଗୁରେଶ୍ୱର ଭୋଇ ପ୍ରମୁଖ ଉପସ୍ଥିତ ରହିଥିଲେ। ନୀତି ଆୟୋଗ ର ଏହି ସମ୍ପୂର୍ଣ୍ଣତା ଅଭିଯାନ ମାଧ୍ୟମରେ ବ୍ଳକ ରେ ରହିଥିବା ୩ମାସ ର ଗର୍ଭବତୀ ମହିଳା ଙ୍କ ନାମ ପଞ୍ଜିକରଣ କରାଯାଇ ସେମାନଙ୍କ ଶାରୀରିକ ବିକାଶ ସକାଶେ ପୃଷ୍ଟିକର ଖାଦ୍ୟ ପ୍ରଦାନ, ଚାଳିଶି ବର୍ଷ  ରୁ ଉର୍ଧ୍ଵ ମହିଳା ଓ ପୁରୁଷ ମାନଙ୍କୁ ମଧୁମେହ ପରୀକ୍ଷା ,ଚାଷୀ ମାନଙ୍କ ର ଜମି ରୁ ମାଟି ସଂଗ୍ରହ କରାଯାଇ ପରୀକ୍ଷା କରିବା ପରେ କେଉଁ ପ୍ରକାର ସାର ପ୍ରଦାନ କରାଗଲେ ଚାଷୀ ଉପକୃତ ହେବେ,ଆର୍ଥିକ ସୁଦୃଢ ସକାଶେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳା ଙ୍କୁ ଆବର୍ତନ ପାଣ୍ଠି ପ୍ରଦାନ, ମହିଳା ମାନଙ୍କ ସାମାଜିକ  ଅର୍ଥନୀତିକ ଓ ରାଜନୀତି ରେ ଅଭିଜ୍ଞତା କରି ଆତ୍ମ ନିର୍ଭରଶୀଳ କରିବା ଭଳି ଛଅ ଗୋଟି କାର୍ଯ୍ୟକ୍ରମ ନୀତିଆୟୋଗ ତରଫରୁ ନିଆଯାଇଛି।ବ୍ଳକ ରୁ ବିଭିନ୍ନ ପ୍ରକାର ପ୍ଲାୟ କାର୍ଡ ଧରି ସଚେତନତା ବାର୍ତା ଦେବା ପରେ ବାସନ୍ତୀ କଲ୍ୟାଣ ମଣ୍ଡପ ଠାରେ ପହଞ୍ଚି ଥିଲେ,ସେଠାରେ ଅତିଥି ମାନଙ୍କ ଦ୍ୱାରା ଜଗନ୍ନାଥ ଙ୍କ ଫୋଟଚିତ୍ର ରେ ପୂଜାର୍ଚନା କରାଯିବା ପରେ ସମ୍ପୂର୍ଣ୍ଣତା ଅଭିଯାନ କଣ ଓ କେଉଁମାନେ ଏହି ଯୋଜନା ରେ ଉପକୃତ ହୋଇପାରିବେ ସେ ବିଷୟରେ ଅବଗତ କରାଯାଇଥିଲା, କାର୍ଯ୍ୟକ୍ରମ ରେ ପ୍ରଧାନମନ୍ତ୍ରୀ ଙ୍କ ଜନହିତକର ବାର୍ତା ପ୍ରୋଜେକଟର ମାଧ୍ୟମ ରେ ଦେଖା ଯାଇଥିଲା।କାର୍ଯ୍ୟକ୍ରମ ରେ ବିଧାୟକ  ପବିତ୍ର ସାଉଁତା, ସିଡିପିଓ ପାର୍ବତୀ ଆଚାର୍ଯ୍ୟ,ଡାକ୍ତର ଦୀନବନ୍ଧୁ ଚୌଧୁରୀ ,କୃଷିଅଧିକାରୀ ସୂର୍ଯ୍ୟ କାନ୍ତ ନାହାକ ,ମିଶନ ଶକ୍ତି କର୍ମଚାରୀ  ପ୍ରକାଶ ଚନ୍ଦ୍ର ସେଠି,ଜିପିଇଓ ସୁଧୀର ବେହେରା, ସହକାରୀ ଯନ୍ତ୍ରୀ ଏମ ପବନ କୁମାର ଙ୍କ ସମେତ ବ୍ଳକ କର୍ମଚାରୀ ଉପସ୍ଥିତ ରହିଥିଲେ। କାର୍ଯ୍ୟକ୍ରମ କୁ ବୁର୍ଜା ପଞ୍ଚାୟତ ଅଧିକାରୀ  ଅଭିନାଶ ବିଡ଼ିକା ପରିଚାଳନା କରିଥିଲେ।ନିର୍ବାଚିତ ଲୋକ ପ୍ରତିନିଧି ଓ ସ୍କୁଲ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ରହିଥିବା ବେଳେ କୃତି ପ୍ରତିଯୋଗି ମାନଙ୍କୁ ପୁରସ୍କୃତ କରାଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories