Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କେନଝରିଆ ପାଲି ଉଚ୍ଚ ବିଦ୍ୟାଳୟ ରେ ବନ ମହୋତ୍ସବ ପାଳିତ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବିରାମହରଜପୁର ବ୍ଲକ କେନଝିରିଆପାଲି ସ୍ଥିତ ଆଞ୍ଚଳିକ ଉଚ୍ଚ ବିଦ୍ୟlପୀଠ ପରିସରରେ ବୁଧବାର ବନ ମହୋତ୍ସବ ପାଳିତ ହୋଇଯାଇଛି l ଏନେଇ ସ୍କୁଲ ପରିସରରେ ଏକ ସଭା ଅନୁଷ୍ଠିତ ହୋଇଥିଲା l ସ୍କୁଲ ର ଗଣିତ ଶିକ୍ଷକ ଦୀନବନ୍ଧୁ ପଧାନ ଙ୍କ ପୌରୋହିତ୍ୟ କ୍ରମେ ଆୟୋଜିତ ସ୍କୁଲ ପରିସର ସଭାରେ ବହଳପଦର ବନପାଳ ନିରଞ୍ଜନ ପଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବୃକ୍ଷ ରୋପଣ ଆବଶ୍ୟକତା ଉପରେ ଛାତ୍ରଛାତ୍ରୀ ଙ୍କୁ ବୁଝାଇ ସମସ୍ତେ ଗୋଟିଏ ଲେଖାଏଁ ବୃକ୍ଷ ରୋପଣ କରିବାକୁ ଅନୁରୋଧ କରଥିଲେ l ଜଙ୍ଗଲ ସୁରକ୍ଷା ସମ୍ୱନ୍ଧରେ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ଜଙ୍ଗଲ ସୁରକ୍ଷା ଓ ବୃକ୍ଷ ରୋପଣ ଉପରେ ଗୁରୁତ୍ୱ ଦେବାକୁ ସଚେତନ କରାଯାଇଥିଲା l ପରବର୍ତ୍ତୀ ସମୟରେ ସ୍କୁଲ ପରିସରରେ ନିମ୍ବ , ଆମ୍ବ , ଅଁଳା , କରଞ୍ଜ , ପିଜୁଳି ଆଦି ବୃକ୍ଷ ରୋପଣ କରାଯାଇ ଥିଲା l ଏହି ଅବସରରେ ସ୍କୁଲ ର ସହକାରୀ ଶିକ୍ଷକ ଜୀବର୍ଦ୍ଧନ ରଣା , ଜଗଦିଶ ପଧାନ , ମିନକେତନ ରଣା , ସୁରେନ୍ଦ୍ର କୁମାର ପଧାନ , ବିଦ୍ୟାଳୟ ର କର୍ମଚାରୀ ଚିତ୍ତରଞ୍ଜନ ପଧାନ , ସତ୍ୟନାରାୟଣ ରାଜହଂସ , ସରୋଜ କୁମାର ଭୁକ୍ତା ଙ୍କ ସମେତ ସମସ୍ତ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ