Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

କଳାଞ୍ଜଳି ପ୍ରତିଷ୍ଠାତ୍ରି ନିଆରା ଢଙ୍ଗରେ ପାଳିଲେ ନିଜ ଜନ୍ମ ଦିବସ

ବ୍ରହ୍ମପୁର:କାଲାଞ୍ଜଳି ଆର୍ଟଷ୍ଟୀ ର ପ୍ରତିଷ୍ଠାତ୍ରି ତଥା ବିଶିଷ୍ଟ ସମାସେବୀକା ଶ୍ରୀମତୀ ରାମେସ୍ୱରି ନନ୍ଦ ନିଜ ଜନ୍ମ ଦିବସ କୁ ନିଆରା ଢଙ୍ଗରେ ରାମଚନ୍ଦ୍ରପୁର ବିଶ୍ବ ନିକେତନ ଜରାନିବାସ ଅନ୍ତେଃବାସୀ ଙ୍କ ଗହଣ ରେ ନିଜର ୩୨ତମ ସ୍ଵନକ୍ଷତ୍ର ଦିବସ ପାଳନ କରିଥିଲେ। ଏହି ଅବସରରେ ଆଶ୍ରମ ପରିସରରେ ୩୨ ଗୋଟି ନଡିଆ ଓ ବିଭିନ୍ନ ପ୍ରକାରର ଚାରା ରୋପଣ ସହ ମଧ୍ୟାହ୍ନ ଭୋଜନ ର ଆୟୋଜନ କରିଥିଲେ। ଅନ୍ତେଃବାସୀ ଙ୍କ ନିମନ୍ତେ ବସ୍ତ୍ର ବିସ୍କେଟ, ଚାଉଳ ଓ ଗ୍ରୋସରି ସାମଗ୍ରୀ ପ୍ରଦାନ କରିଥିଲେ।ଏହି ଅବସରରେ ବିଶ୍ଵ ନିକେତନ ର ପ୍ରତିଷ୍ଠାତା ଶ୍ରୀ ସୁଶାନ୍ତ କୁମାର ସାବତ, କଳାଞ୍ଜଳି ର କୋଷାଧ୍ୟକ୍ଷ ଶ୍ରୀ ଅର୍ଧେନ୍ଦୁ ପାଣିଗ୍ରାହୀ, ସମାଜସେବୀ ଶ୍ରୀ ରାକେଶ ସିଂଦେଓ ଙ୍କ ସମେତ୍ ଅନୁଷ୍ଠାନ ର ବହୁ ସଦସ୍ୟ ସଦସ୍ୟା ଅଂଶଗ୍ରହଣ କରିଥିଲେ। ମାନ୍ୟବର ପ୍ରଧାନ ମନ୍ତ୍ରୀ ଙ୍କ ମା ଟିଏ ଗଛ ଟିଏ ଆହ୍ବାନ ରେ ଅନୁପ୍ରାଣିତ ହୋଇ ଚଳିତ ବର୍ଷ କଲାଞ୍ଜଳୀ ପକ୍ଷ ରୁ ବ୍ୟାପକ ବ୍ରୁକ୍ଷ ରୋପଣ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସମ୍ପାଦିକା ଶ୍ରୀମତୀ ନନ୍ଦ ସୂଚନା ଦେଇଛନ୍ତି।