Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଭଉଣୀ ବାହାଘର କରଜ ଶୁଝିବା ଉଦ୍ଦେଶ୍ଯ ରେ ଦାଦନ ଶ୍ରମିକ ଭାବେ ପୁନେ ଯାଇ ଆଉ ଘରକୁ ଫେରି ନ ଥିଲେ ବୁଦ୍ଧ ଦେବ

ବୀରମହାରାଜପୁର : (ସୌମିତ୍ରି ମେହେର )
ଅଭାବରେ ପଡିଲେ ଅର୍ଥ ରୋଜଗାର ପାଇଁ ବିଭିନ୍ନ କାମ କରିବା ପାଇଁ ବାଧ୍ୟ ହୁଅନ୍ତି ଲୋକ I ଏକ ଅଭାବନୀୟ ପରିସ୍ଥିତିରେ କାମ କରିବାକୁ ଯାଇ ଛାତରୁ ପଡି ଚାଲିଗଲା ଯୁବକର ଜୀବନ l ଭଉଣୀର ବାହାଘର କରଜ ମୁଣ୍ଡରେ ଥିବାବେଳେ ପରିବାର ଉପରୁ ଉଧାରି ବୋଝ ହାଲୁକା କରିବା ପାଇଁ ଦାଦନ ଖଟିବାକୁ ଯାଇ ଆଉ ଘରକୁ ଫେରି ପାରିନଥିଲେ ଯୁବକ I ଏହିପରି ଏକ ଦୁଃଖଦ ଘଟଣା ଦେଖାଦେଇଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ହିଲୁଙ୍ଗ ଗ୍ରାମରେ I ପ୍ରକାଶ ଯେ ଏହି ଗ୍ରାମର ହୀରାମଣି ମେଣ୍ଡେଲୀ ର 22 ବର୍ଷିୟ ପୁଅ ବୁଦ୍ଧଦେବ ପରିସ୍ଥିତିରେ ପଡି ଦାଦନ ଶ୍ରମିକ ଭାବେ କାମ କରିବାକୁ ମହାରାଷ୍ଟ୍ରର ପୁଣେ କୁ ଯାଇଥିଲେ l ସେଠାରେ ଗତ 1 ତାରିଖରେ କାମ କରିବା ସମୟରେ ଛାତରୁ ତଳେ ଖସିପଡି ଯାଇଥିବା ବେଳେ ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନା ନିଆଯାଇଥିଲା I ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା l ଖବର ପାଇ ପରିବାର ଲୋକ ଗୁରୁବାର ସେଠାରେ ପହଁଞ୍ଚିବା ପରେ ଶବ ବ୍ୟବଚ୍ଛେଦ କରାଯାଇଥିଲା l ମୃତକଙ୍କ ବାପା ଓ ବଡ଼ ଭାଇ ଙ୍କ ଉପସ୍ଥିତିରେ ସଂସ୍କାର କରାଯାଇଥିଲା l ରୋଜଗାରିଆ ପୁଅ କୁ ହରାଇ ପରିବାର ବର୍ଗ ଦୁଃଖରେ ଭାଙ୍ଗି ପଡିଛନ୍ତି I ଦୁଃଖଦ ଖବର ଜଣାପଡିବା ପରେ ଆଖାପାଖ ଗ୍ରାମରେ ଶୋକର ଛାୟା ଖେଳିଯାଇଛି l