ବୀରମହାରାଜପୁର ଅଞ୍ଚଳର ବିଭିନ୍ନ ସ୍କୁଲ ରେ 75 ତମ ବନ ମହୋତ୍ସବ ପାଳିତ


ବୀରମହାରାଜପୁର : ( ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବିଭିନ୍ନ ସ୍କୁଲ ରେ 75 ତମ ବନ ମହୋତ୍ସବ ପାଳିତ ହୋଇଯାଇଛି I ସୁବଳୟା ଉଚ୍ଚ ବିଦ୍ୟାଳୟରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସଦାନନ୍ଦ ରଥଙ୍କ ସଭାପତିତ୍ୱରେ ତଥା ଇକୋକ୍ଲବ ମୁଖ୍ୟ ଶିକ୍ଷୟିତ୍ରୀ ସମ୍ପା ବିଶ୍ୱାଳଙ୍କ ସଂଯୋଜନାରେ ୭୫ ତମ ବନମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି l ସୁବଳୟା ବନ ବିଭାଗର ରେଞ୍ଜର ଅବିନାଶ ବରିହା ମୁଖ୍ୟ ଅତିଥି ଭାବେ ଯୋଗଦାନକରି ବୃକ୍ଷ ରୋପଣର ମହତ୍ୱ ବିଷୟରେ ବକ୍ତବ୍ୟ ରଖି ବୃକ୍ଷ ରୋପଣ କରିବାକୁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ l ‘ଗଛ ବଞ୍ଚିଲେ , ଆମେ ବଂଚିବା’ ସମସ୍ତେ ଗଛର ସୁରକ୍ଷା କରିବା ବୋଲି ଉପସ୍ଥିତ ଶିକ୍ଷକ ସୁରେନ୍ଦ୍ର ପାଢ଼ୀ , ପଦ୍ମନାଭ ମିଶ୍ର , ପ୍ରଦୀପ ମହାନନ୍ଦ , ସିଦ୍ଧାର୍ଥ ମିଶ୍ର , ନବକିଶୋର ପଧାନ , ସାଗରୀକା ମହାପାତ୍ର , କର୍ମଚାରୀ ଦିବ୍ୟଜ୍ୟୋତି ମାଈତି, ହଳଧର ବାଘ ପ୍ରମୁଖ ମତବ୍ୟକ୍ତ କରିଥିଲେ l ଉକ୍ତ କାର୍ଯ୍ୟକ୍ରମ କୁ ବିଦ୍ୟାଳୟ ର ଜୁନିଅର ରେଡ଼କ୍ରସ ପରାମର୍ଶଦାତା ଚନ୍ଦ୍ରମଣି ବାଘଙ୍କ ତତ୍ୱାବଧାନରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ସେହିପରି ବୀରମହାରାଜପୁର ବାଳକ ହାଇ ସ୍କୁଲ , ବାଳିକା ହାଇ ସ୍କୁଲ, ଖଣ୍ଡହତା , କେନ୍ଦୁପାଲି, ବାଗବର, ଲୁତୁରପଙ୍କ ଆଦି ସମସ୍ତ ଉଚ୍ଚ ବିଦ୍ୟାଳୟ ପରିସରରେ ବନ ମହୋତ୍ସବ ପାଳିତ ହୋଇଯାଇଛି I