ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ପୁଲିସ ବାଇକ ଚୋରି ଅଭିଯୋଗ ରେ ସମ୍ପୃକ୍ତ ତିନି ଜଣ ଅଭିଯୁକ୍ତ କୁ ଗିରଫ କରିବା ପରେ କୋର୍ଟ ଚାଲାଣ କରିଛି l ସେମାନେ ହେଲେ ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଜମ୍ଭାଳି ପାଲି ଗ୍ରାମର ଅମିତ ଶତପଥୀ ଏବଂ ବାଇକ କ୍ରେତା ଦ୍ୱୟ ହେଲେ ବୌଦ୍ଧ ଜିଲ୍ଲା ସାହୁପଡ଼l ଗାଁ ର ସବୁଜ ପ୍ରଧାନ ଓ ବୌଦ୍ଧ ଥାନା କେଲlକାଟା ଗ୍ରାମ ସୁକାନ୍ତ ମାଝି I ସୂଚନା ଯୋଗ୍ୟ ଯେ ସମ୍ଭାଳି ପାଲି ର ଲୋକନାଥ ଶତପଥୀ ଙ୍କ ଘରୁ ତାଙ୍କ ବାଇକ କୁ ସେହି ଗ୍ରାମର ଅମିତ ଶତପଥୀ ଧରି ଫେରାର ହୋଇଯାଇଥିଲା I ଉକ୍ତ ଘଟଣା ସମ୍ପର୍କରେ ବୀରମହାରାଜପୁର ଆଦର୍ଶ ଥାନାରେ ଲୋକନାଥ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା I ଅଭିଯୁକ୍ତ ଅମିତ ଚୋରି କରିଥିବା ବାଇକ କୁ ବୌଦ୍ଧ ଜିଲ୍ଲା ସାହୁପଦା ର ସବୁଜ ପ୍ରଧାନ କୁ ବିକ୍ରି କରିଥିଲା I ତେବେ ସବୁଜ ପ୍ରଧାନ ଉକ୍ତ ବାଇକ କୁ ବୌଦ୍ଧ ଥାନା କେଲlକାଟା ଗାଁ ର ସୁକାନ୍ତ ମାଝୀ ଙ୍କ ଠାରେ ବିକ୍ରି କରିଥିଲା I ସୁକାନ୍ତ ଉକ୍ତ ବାଇକ ର ରଙ୍ଗ ବଦଳାଇ ବ୍ୟବହାର କରୁଥିଲା I ବୀରମହାରାଜପୁର ପୁଲିସ ଖବର ପାଇ କେଲlକାଟା ଗାଁ କୁ ଯାଇ ସୁକାନ୍ତ କୁ ଗିରଫ କରିବା ସହ ବାଇକ ଜବତ କରିଥିଲା I ପରବର୍ତ୍ତି ସମୟରେ ଦୁଇ ଅଭିଯୁକ୍ତ ଅମିତ ଓ ସବୁଜ କୁ ପୁଲିସ ବିଭିନ୍ନ ସ୍ଥାନରୁ ଗିରଫ କରି କୋର୍ଟଚାଲାଣ କରିଛି l ତିନି ଅଭିଯୁକ୍ତ ଙ୍କ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ଜେଲ ହାଜତକୁ ପଠାଇ ଦିଆଯାଇଛି I