Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲକ୍ଷ୍ମୀପୁର ରେ ରଥଯାତ୍ରା

ଲକ୍ଷ୍ମୀପୁର ରେ ରଥଯାତ୍ରା
ଲକ୍ଷ୍ମୀପୁର ୦୭/୦୭ ..କୋରାପୁଟ ଜିଲ୍ଲା ର ପୁରପଲ୍ଲୀ ରେ ଧୂମଧାମ ରେ ପାଳିତ ହୋଇଛି ରଥଯାତ୍ରା। ଜିଲ୍ଲା ର ଅଭ୍ୟନ୍ତରୀଣ ବ୍ଳକ ଭାବେ ପରିଚିତ ବନ୍ଧୁଗାଁ ନାରାୟଣପାଟଣା ଲକ୍ଷ୍ମୀପୁର ବ୍ଳକ ରେ ପ୍ରତ୍ୟକ ବର୍ଷ ଭଳି ଚଳିତ ବର୍ଷ ରଥଯାତ୍ରା ପାଳିତ ହୋଇଥିବା ବେଳେ ଚଳିତ ବର୍ଷ ପ୍ରଥମ ଥର ସକାଶେ ଦଶମନ୍ତପୁର ବ୍ଳକ ଓ ବନ୍ଧୁଗାଁ ବ୍ଳକ ର ଆଲୋମଣ୍ଡା ଠାରେ ରଥ ଯାତ୍ରା ଆରମ୍ଭ ହୋଇଛି। ଆଦିବାସୀ ଅଧ୍ୟୁଷିତ ଅଂଚଳ ହୋଇଥିବା କାରଣରୁ ପୁରପଲ୍ଲୀ ର ହଜାର ହଜାର ଆଦିବାସୀ ଙ୍କ ସମାଗମ ହୋଇଥିଲା।ଲକ୍ଷ୍ମୀପୁର ଠାରେ ୧୯୮୮ ମସିହାରୁ ଆରମ୍ଭ ହୋଇ ଥିବା ରଥ ଯାତ୍ରା ଆଜି ୩୭ ବର୍ଷରେ ପଦାର୍ପଣ କରିଛି । ଆଜି ପାହାନ୍ତିଆ ଚାରିଟା ବେଳେ ମଙ୍ଗଳ ଆଳତି ସାଢେ ଚାରିଟାରେ ନେତ୍ର ଉତ୍ସବ,ସକାଳ ସାତଟାରେ ନବ ଯୌବନ ଦର୍ଶନ,ଏଗାର ଟାରେ ରଥ ପ୍ରତିଷ୍ଠା,ସାଢେ ଗୋଟାଏରେ ଠାକୁରଙ୍କ ନିତିକାନ୍ତି ସମ୍ପନ୍ନ କରାଯାଇ ଅପରାହ୍ନ ତିନିଟା ବେଳେ ପୁଜା ପଣ୍ଡା ଓ ସେବାୟତଙ୍କ ଦ୍ଵାରା ପହଣ୍ଡି କାର୍ଯ୍ୟ ଆରମ୍ଭ କରି ତିନି ଠାକୁରଙ୍କୁ ରଥରେ ବିଜେ କରାଜାଇଥିଲା।ଅପରାହ୍ନ ସାଢେ଼ ତିନିଟାରେ ତହସିଲଦାର ନୈବେଦ୍ୟ ଭୋଇଙ୍କୁ ବାଜା ବାଜୋଣା ଧରି ପାଛୋଟି ଆଣିବା ପରେ ରାଜା ହିସାବରେ ରଥ ଉପରେ ଛେରା ପହଁରା କରିଥିଲେ। ରଥ ଉପରେ ସେବାୟତ ଓ ମହାରଣା ମାନଙ୍କୁ କମିଟି ତରଫରୁ ପୁରସ୍କୃତ କରାଯାଇଥିଲା, ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଶ୍ରୀ ରାଉତ ଢ଼ାଉକ ଭାବେ ଦାଇତ୍ୱ ସମ୍ପନ୍ନ କରିଥିଲେ।ଚାରିଟା ବେଳେ ରଥ ଟଣା ଆରମ୍ଭ ହୋଇଥିଲା।ହଜାର ହଜାର ଭକ୍ତଙ୍କ ଗହଳରେ ରଥରେ ବିଜେ ତିନି ଠାକୁର ଗୁଣ୍ଡିଚା ମନ୍ଦିର ଠାରୁ ବାହାରି ସନ୍ଧ୍ୟା ରେ ମାଉସୀ ମାଙ୍କ ମନ୍ଦିରରେ ପହଞ୍ଚିଥିଲେ।ଜଗନ୍ନାଥ ମନ୍ଦିର କମିଟି ର ସଭାପତି ଦୀନବନ୍ଧୁ ସାହୁ, ସମ୍ପାଦକ ଅଭିମନ୍ୟୁ ସାହୁ ଙ୍କ ସମେତ ମନ୍ଦିର ପରିଚାଳନା କମିଟି ସଦସ୍ୟ ଦ୍ୱାରା ରଥଯାତ୍ରା ପରିଚାଳନା କରାଯାଉଥିବା ବେଳେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ସକାଶେ ଲକ୍ଷ୍ମୀପୁର ପୋଲିସ ମୃତୟନ ହୋଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ