ଗୁନ୍ଦୁଲିମାଲ ମହିଳା ସଂଗଠନ ପକ୍ଷରୁ ବୃକ୍ଷ ରୋପଣ


ଝାରସୁଗୁଡା ୮/୭ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ ବାଘମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ଗୁନ୍ଦୁଲିମାଲ ଗ୍ରାମରେ ବାଘମୁଣ୍ଡା ଫରେଷ୍ଟ ସେକ୍ସନର ସହାୟତାରେ ସ୍ଥାନୀୟ ମହିଳା ସଂଗଠନ ପକ୍ଷରୁ ୭୫ତମ ବନ ମହୋତ୍ସବ ସପ୍ତାହ ପାଳିତ ହୋଇ ଯାଇଛି । ଏହି ଅବସରରେ ଗୁନ୍ଦୁଲିମାଲ ଗ୍ରାମରେ ବିଭିନ୍ନ ପ୍ରକାର ଗଛ ଚାରା ରୋପଣ କରା ଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମହିଳା ସଂଗଠନ ସଦସ୍ୟା ମାନଙ୍କ ମଧ୍ୟରେ ସିଆରପି ବିଚିତ୍ରା ଭୋଇ, ଇସି ଯଶୋବନ୍ତି ମାଝୀ ଓ ବିଳାସିନି ବଏଗା,ରୀନା ମାଝୀ,ଲିଲିମା ମାଝୀ,ବିଦେଶିନୀ ଗିରି, କୌଶଲ୍ୟା ଭୋଇ, ଭାମା ମାଝୀ, ରଶ୍ମିତା ମାଝୀ, ସରୋଜିନୀ ବଏଗା,ସୁଜାତା ବେନିଆ,କବିତା ବଏଗା, କମଳା ବଏଗାଙ୍କ ସମେତ ସମସ୍ତ ସଦସ୍ୟା ମାନେ ସାମିଲ ଥିଲେ ।