ଲୁତୁରପଙ୍କ ନର୍ସରୀ ରୁ ସବୁଜ ରଥ ବାହାରିଲା ଚାରା ବଣ୍ଟନ କରି ଗ୍ରାମାଞ୍ଚଳ କୁ


ବୀରମହାରାଜପୁର : (ସୌମିତ୍ରି ମେହେର) ରାଜ୍ୟରେ ନୂତନ ବିଜେପି ସରକାର ଗଠନ କଲା ପରେ ଜଙ୍ଗଲ ପରିବେଶ ଓ ଜଳ ବାୟୁ ପରିବର୍ତନ ବିଭାଗ ଓଡିଶା ସରକାର ଙ୍କ ପକ୍ଷରୁ ଚଳିତ ବର୍ଷ ବେଶ ଗୁରୁତ୍ୱ ଦେଇଛନ୍ତି ବୃକ୍ଷ ରୋପଣ ଉପରେ I ପୂର୍ଵ ବର୍ଷ ଅପେକ୍ଷା ଚଳିତ ବର୍ଷ ବନ ମହୋତ୍ସବ ସପ୍ତାହ ରେ ଅଧିକ ରୁ ଅଧିକ ବୃକ୍ଷରୋପଣ କରାଯାଇଛି I ଏହି କାର୍ଯ୍ୟକ୍ରମ ଗତ 4ତାରିଖ ଦିନ ସୁବର୍ଣ୍ଣପୁର ଜିଲ୍ଲା କମିରl ଖେଳ ପଡିଆ ଠାରେ 75 ତମ ବନ ମହୋତ୍ସବ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମ ରେ ବୀର ମହାରାଜପୁର ର ବିଧାୟକ ଶ୍ରୀଯୁକ୍ତ ରଘୁନାଥ ଜଗଦଳା ମୁଖ୍ୟ ଅତିଥି ଭାବେ ଯୋଗଦାନକରି ସାମୁହିକ ବୃକ୍ଷରୋପଣ ର ଶୁଭାରମ୍ଭ କରିବା ସହ ଭ୍ର୍ୟlମ୍ୟମାଣ ଚାରା ର ସବୁଜ ରଥ ର ଶୁଭାରମ୍ଭ କରିଥିଲେ I ତେବେ ସେହିଦିନ ଠାରୁ ଭ୍ର୍ୟlମ୍ୟମାଣ ସବୁଜ ରଥ ଗାଁ କୁ ଗାଁ ଯାଇ ଜନସାଧାରଣ ଙ୍କୁ ମାଗଣାରେ ଚାରା ଯୋଗାଇ ଦେବା ସହ ନୂତନ ବୃକ୍ଷରୋପଣ ପାଇଁ ସଚେତନତା କରିଥିଲେ l ସକାଳ 9 ଘଣ୍ଟା ରୁ ଭ୍ର୍ୟlମ୍ୟମାଣ ସବୁଜରଥ ଲୁତୁରପଙ୍କ ଅସ୍ଥାୟୀ ନର୍ସରୀ ରୁ ଅନେକ ପ୍ରକାର ଚାରା ନେଇ ଲୁତୁରପଙ୍କ , ଘିଚlପାଲି , ମେଣ୍ଡିଲିପାଲି ବର୍ଡ଼lକଟା , ପୁରୁଷୋତ୍ତମ ପାଳି ଓ ବଡ଼ମାଳ କୁ ଯାଇ 2000 ଚାରା ବଣ୍ଟନ କରିଥିବା ସୂଚନା ଦେଇଛନ୍ତି ବନପାଳ ନିରଞ୍ଜନ ପଧାନ ନର୍ସରୀ