Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରେମିକର ମୃତ୍ୟୁ ଖବର ଶୁଣି ମହାନଦୀକୁ ଡେଇଁଲେ ଯୁବତୀ ! ମିଳୁନି ପତ୍ତା

ଜଗତସିଂହପୁର: ପୋଲ ଉପରୁ ମହାନଦୀକୁ ଜଣେ ଯୁବତୀ ଡେଇଁ ପଡ଼ିଛନ୍ତି । ଜଗତସିଂହପୁର ତିର୍ତ୍ତୋଲ ଥାନା ତାରତୋଲଠାରେ ଯୁବତୀ ଜଣକ ମହାନଦୀକୁ ଡେଇଁଛନ୍ତି। ଯୁବତୀ ଜଣକ ନିଖୋଜ ଅଛନ୍ତି। ତାଙ୍କୁ ଖୋଜିବା ପାଇଁ ଉଦ୍ଧାରକାରୀ ଦଳ ପକ୍ଷରୁ ଖୋଜା ଜାରି ରହିଛି। ପ୍ରେମିକର ମୃତ୍ୟୁ ଖବର ଶୁଣି ନଦୀକୁ ଡେଇଁଥିବା ଗ୍ରାମବାସୀ କହିଛନ୍ତି ।

ନିଖୋଜ ଯୁବତୀଙ୍କ ପରିଚୟ ମିଳିପାରି ନାହିଁ। ଖବର ପାଇ ଘଟଣାସ୍ଥଳରେ ତିର୍ତ୍ତୋଲ ପୁଲିସ୍ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର‌୍ୟ୍ୟ ଜାରି ରଖିଛନ୍ତି । ଉଦ୍ଧାର କାର‌୍ୟ୍ୟରେ ନିୟୋଜିତ ବୋଟ୍ ଅଚଳ ହେବା ଯୋଗୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଯୁବତୀ ଜଣକ କିଏ ଓ ସେ ମହାନଦୀକୁ କାହିଁକି ଡେଇଁଲେ ତାର କାରଣ ଅସ୍ପଷ୍ଟ ରହିଛି।

ସେପଟେ ନଦୀର କିଛି ଦୂରରେ ଆଜି ତାରତୋଲ ଗାଁ ଆମ୍ବତୋଟାରୁ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା । ତେବେ ପ୍ରେମିକଙ୍କ ମୃତ୍ୟୁ ଖବର ଶୁଣି ସହି ନପାରି ଯୁବତୀ ମହାନଦୀକୁ ଡେଇଁଥିବା କୁହାଯାଉଛି । ହେଲେ ଉଭୟ ଘଟଣା ମଧ୍ୟରେ କିଛି ସମ୍ପର୍କ ରହିଛି କି ନାହିଁ ତାହା ସ୍ପଷ୍ଟ ହୋଇ ନାହିଁ ।

ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ ସକାଳ ପ୍ରାୟ ୧୦ଟା ବେଳେ ଜଣେ ଯୁବତୀ ଲିଫ୍ଟ ମାଗି ବ୍ରିଜ ମଝିକୁ ଆସିଥିଲେ। ଏହାପରେ ସେଠାରୁ ସେ ମହାନଦୀକୁ ଡେଇଁ ପଡ଼ିଥିଲେ। ତେବେ ଯୁବତୀଜଣକ ବ୍ରିଜ ଉପରେ ନିଜ ଫୋନ୍ କିମ୍ବା ଚପଲ ଆଦି କିଛି ବି ଜିନିଷ ଛାଡ଼ି ନ ଥିବାରୁ ତାଙ୍କୁ ଚିହ୍ନଟ କରିବା ସମ୍ଭବ ହୋଇନି ।

More Stories