ଲକ୍ଷ୍ମୀପୁର ରେ ବ୍ୟାପୁଛି ମ୍ୟାଲେରିଆ ଜ୍ୱର…୪ଦିନରେ ୮୪ ଜଣ ଛାତ୍ର ଛାତ୍ରୀ ମ୍ୟାଲେରିଆ ରେ ଆକ୍ରାନ୍ତ….


ଲକ୍ଷ୍ମୀପୁର ୧୧/୦୭….କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ରେ ବ୍ୟାପିଛି ମ୍ୟାଲେରିଆ ଜ୍ୱର।ହଷ୍ଟେଲରେ ରହି ପଢ଼ୁଥିବା ଅନେକ ଛାତ୍ର ଛାତ୍ରୀ ଏଥିରେ ଆକ୍ରାନ୍ତ ହୋଇ ଡାକ୍ତରଖାନା ରହି ଚିକିଶ୍ଚିତ ହେଉଛନ୍ତି।ଲକ୍ଷ୍ମୀପୁର ଡାକ୍ତରଖାନା ର ଦୁଇଟି ଟିମ ହଷ୍ଟେଲ ମାନଙ୍କ ରେ ପହଞ୍ଚି ରକ୍ତ ନମୁନା ପରୀକ୍ଷା କରିବା ସହ ଚିକିତ୍ସା ଆରମ୍ଭ କରିଛନ୍ତି।ଲକ୍ଷ୍ମୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯେକୌଣସି ରୋଗୀ ଆସୁଛନ୍ତି ସେମାନଙ୍କ ମଧ୍ୟରୁ ଅଧିକାଂଶ ରକ୍ତ ନମୁନା ରେ ମ୍ୟାଲେରିଆ ପୋଜିଟିଭ୍ ବାହାରୁଚି। ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏବେ ଅଧିକାଂଶ ମ୍ୟାଲେରିଆ ରୋଗୀ ଭର୍ତି ହୋଇଥିବା ଦେଖିବାକୁ ମିଳିଛି।ବ୍ଳକ ର ୧୮ ଟି ଆଶ୍ରମ ବିଦ୍ୟାଳୟ ରେ ଏବେ ମେଲେରିଆ ଜ୍ଵର କାୟା ବିସ୍ତାର କରିବାରେ ଲାଗିଛି।ଆଶ୍ରମ ସ୍କୁଲ ର ଅନେକ ଛାତ୍ର ଛାତ୍ରୀ ମଧ୍ୟ ଏଥିରେ ଆକ୍ରାନ୍ତ ହୋଇଥିବା ଜଣା ପଡ଼ିଛି।ଗତ ଚାରି ଦିନ ମଧ୍ୟରେ ୮୪ଜଣ  ଛାତ୍ର ଛାତ୍ରୀ ଙ୍କ ମ୍ୟାଲେରିଆ ପଜିଟିଭ ରେ ଆକ୍ରାନ୍ତ ହୋଇଥିବା ଡାକ୍ତର ଖାନା ତରଫରୁ ସୂଚନା ପ୍ରଦାନ କରାଯାଇଛି।ସେମାନଙ୍କ ମଧ୍ୟରୁ ଅନେକ ଙ୍କୁ ଡାକ୍ତରଖାନା ରେ ଭର୍ତି କରାଯାଇ ଚିକିତ୍ସା କରାଯାଉଛି…ଡାକ୍ତର ଖାନା ଇନଚାର୍ଜ ନବ କିଶୋର କୁଣ୍ଡୁ କହିଛନ୍ତି ବର୍ତ୍ତମାନ ଦୁଇ ପ୍ରକାର ର ମ୍ୟାଲେରିଆ ଦେଖାଦେଇଛି, ଗୋଟିଏ ପିଭି ଓ ଅନ୍ୟଟି ପିଏଫବୋଲି ଚି଼ହ୍ନଟ କରାଯାଇଛି, ପିଭି ରେ ୧୩ ଜଣ ଆକ୍ରାନ୍ତ ହୋଇଥିବା ବେଳେ ପିଏଫ ରେ ୬୬ ଜଣ ଆକ୍ରାନ୍ତ ହୋଇଥିବା ଚି଼ହ୍ନଟ କରାଯାଇଛି। ଗୁରୁବାର ଚାରି ଜଣ ଛାତ୍ରୀ ଙ୍କୁ ମ୍ୟାଲେରିଆ ହୋଇଥିବା ରିପୋର୍ଟ ଆସିଛି।ପିଭି ରେ ଆକ୍ରାନ୍ତ ଥିବା ରୋଗୀ ଙ୍କୁ ଅଧିକ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ମ୍ୟାଲେରିଆ କୁ ଦୃଷ୍ଟି ରେ ରଖି ଚିକିତ୍ସା କୁ ଅଧିକ ଗୁରୁତ୍ୱ ଦିଆଯାଇଥିବା ଡାକ୍ତର ପ୍ରକାଶ କରିଛନ୍ତି। ସ୍କୁଲ ଛୁଟି ପରେ ଛାତ୍ର ଛାତ୍ରୀ ମାନେ କିଛି ଦିନହେଲା ହଷ୍ଟେଲ କୁ ଫେରିଛନ୍ତି, ଛୁଟି ରେ ଘରେ ରହିବା ସମୟରେ ମଶାରୀ ବ୍ୟବହାର କରୁନଥିଲେ, କୋରାପୁଟ ଜିଲ୍ଲା ର ଲକ୍ଷ୍ମୀପୁର ବ୍ଳକ ଏକ ମ୍ୟାଲେରିଆ ପ୍ରବଣ ଅଞ୍ଚଳ, ମଶାରୀ ବ୍ୟବହାର ଜରୁରୀ ହୋଇଥିବା ସତ୍ୱେ ଛାତ୍ର ଛାତ୍ରୀ ମାନେ ଘରେ ମଶାରୀ ବ୍ୟବହାର ନକରି ଜ୍ୱର ରେ ହିଁ ପ୍ରାୟ ଛାତ୍ର ଛାତ୍ରୀ ହଷ୍ଟେଲ ଆସିଥିଲେ, ବର୍ତ୍ତମାନ ସେମାନଙ୍କୁ ମଶାରୀ ଦିଆଯାଇଛି, ଯେଉଁମାନେ ଜ୍ୱର ରେ ଆକ୍ରାନ୍ତ ସେମାନଙ୍କୁ ଡାକ୍ତରଖାନା ରେ ଭର୍ତି କରାଯାଇଛି,ଜିଲ୍ଲା ଶିକ୍ଷା ବିଭାଗ ର ନିର୍ଦେଶ ଅନୁଯାୟୀ ଜ୍ୱର ସମ୍ପୂର୍ଣ ନଛାଡିବା ପର୍ଯ୍ୟନ୍ତ ସେମାନଙ୍କୁ ହଷ୍ଟେଲ ରେ ନିଆଯିବନାହିଁ,ପରିବାର ବର୍ଗ ସହ ହଷ୍ଟେଲ ୱାର୍ଡେନ ଓ ମେଟ୍ରୋନ ଛାତ୍ର ଛାତ୍ରୀ ମାନଙ୍କ ଚିକିତ୍ସା ପାଖରେ ରହୁଥିବା କିଛି ହଷ୍ଟେଲ କତୃପକ୍ଷ କହିଛନ୍ତି।ମିନାପାଇ, ଚମ୍ପି ପରଡିଗୁଡା , ତୋୟାପୁଟ, ସୋରିଷପଦର, ଡୁମୁରିପଦର, ବୁର୍ଜା, କୁସୁମଗୁଡା, ଲକ୍ଷ୍ମୀପୁର ଭଳି ଅନେକ ହଷ୍ଟେଲ ର ଛାତ୍ରଛାତ୍ରୀ ମ୍ୟାଲେରିଆ ରେ ଆକ୍ରାନ୍ତ ହୋଇଛନ୍ତି। ଜିଲ୍ଲା ର ଲକ୍ଷ୍ମୀପୁର, ନାରାୟଣପାଟଣା, ଦଶମନ୍ତପୁର,ବନ୍ଧୁଗାଁ  ବ୍ଳକ ରେ ବର୍ଷା ଦିନ ଆସିବା ମାତ୍ରେ ଝାଡା ବାନ୍ତି ସହ ମ୍ୟାଲେରିଆ ଜ୍ୱର ଆରମ୍ଭ ହେବା କୌଣସି ନୁଆଁ କଥା ନୁହଁ, ବର୍ଷା ଦିନ ପୂର୍ବରୁ ସ୍ଵାସ୍ଚ୍ୟ ବିଭାଗ ତରଫରୁ ଆଗରୁ ଡ଼ିଡ଼ିଟି ଛିଞ୍ଚନ ସହ ଅନେକ ସଚେତନତା ମୂଳକ କାର୍ଯ୍ୟକ୍ରମ ହାତକୁ ନିଆ ଯାଉଥିଲା, ବର୍ତ୍ତମାନ ତାହା କିନ୍ତୁ ବନ୍ଦ ହୋଇଯାଇଛି, ଏସବୁ ଗୁଡିକ ବନ୍ଦ ହେବା କାରଣରୁ ବର୍ତ୍ତମାନ ମ୍ୟାଲେରିଆ ଝାଡା ବାନ୍ତି ଭଳି ରୋଗରେ ଅନେକ ଆକ୍ରାନ୍ତ ହେଉଛନ୍ତୁ। ସ୍ଵାସ୍ଚ୍ୟ ବିଭାଗ ତୁରନ୍ତ ଏଥିପ୍ରତି ଧ୍ୟାନ ଦେବା ଜରୁରୀ ହୋଇ ପଡିଛି
କୋରାପୁଟ ଲକ୍ଷ୍ମୀପୁର ରୁ ପରାମଶ୍ୱର ସାହୁ ଙ୍କ ରିପୋର୍ଟ….