Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ରତ୍ନଭଣ୍ଡାର ଅଳଙ୍କାର ରଖିବା ପାଇଁ ଆସିଲା ୬ ସିନ୍ଦୁକ

ପୁରୀ: ରତ୍ନଭଣ୍ଡାର ଅଳଙ୍କାର ରଖିବା ପାଇଁ ଆସିଲା ସିନ୍ଦୁକ । ସ୍ୱତନ୍ତ୍ର ବରାଦରେ ତିଆରି ହୋଇଥିବା ୬ ସିନ୍ଦୁକ ଶ୍ରୀମନ୍ଦିରରେ ଆସି ପହଞ୍ଚିଛି । ୬ଟି ସିନ୍ଦୁକକୁ ଟ୍ରକରେ ଲଦି ଭୁବନେଶ୍ୱରର ଜନୈକ ବ୍ୟକ୍ତି ପହଞ୍ଚିଛନ୍ତି । ପ୍ରଶାସନ ପକ୍ଷରୁ ୧୫ଟି ସିନ୍ଦୁକ ବରାଦ କରାଯାଇଥିବା କହିଲେ ଜନୈକ ବ୍ୟକ୍ତି । ୨୦ କାରିଗରଙ୍କ ୪୮ ଘଣ୍ଟାର ପରିଶ୍ରମରେ ୬ଟି ସିନ୍ଦୁକ ତିଆରି ହୋଇଛି । ଆଉ ୯ଟି ସିନ୍ଦୁକ ତିଆରି କାମ ଚାଲିଛି । ଖୁବ୍ ଶୀଘ୍ର ପହଞ୍ଚିବ । ।ଶାଗୁଆନ କାଠରେ ତିଆରି ହୋଇଥିବା ସିନ୍ଦୁକରେ ପିତଳ ଛାଉଣୀ ରହିଛି । ଛଅଟି ସିନ୍ଦୁକ ଶ୍ରୀମନ୍ଦିର ଭିତରେ ପ୍ରବେଶ କରାଯାଇଛି । ଏଥିରେ ରଖାଯିବ ରତ୍ନଭଣ୍ଡାରରେ ଥିବା ଅଳଙ୍କାର।

ଶୁଭ ମୁହୂର୍ତ୍ତ ଅନୁସାରେ ରତ୍ନଭଣ୍ଡାରର ୧ଟା ୨୮ ସୁଦ୍ଧା ତାଲା ଖୋଲିବା ପ୍ରକ୍ରିୟା ଆରମ୍ଭ ହୋଇ ଯାଇଛି । ଏଥିପାଇଁ ମନ୍ଦିର ଭିତରକୁ ପ୍ରବେଶ କରି ସାରିଛନ୍ତି ୧୧ ଜଣ ସଦସ୍ୟ । ମୋଟ୍ ୧୧ ଜଣ ସଦସ୍ୟ ଭାବେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏଏସଆଇ ଅଧିକ୍ଷକ, ରତ୍ନଭଣ୍ଡାର ସବ କମିଟିର ଜଣେ, ହାଇଲେବୁଲ କମିଟିର ୨ ସଦସ୍ୟ, ଗଜପତି ମହାରାଜଙ୍କ ପ୍ରତିନିଧି, ପାଟ୍ଟଯୋଶୀ ମହାପାତ୍ର, ଭଣ୍ଡାର ମେକାପ, ତଢାଉ କରଣ ଓ ଦେଉଳ କରଣ ମନ୍ଦିରକୁ ପ୍ରବେଶ କରିଛନ୍ତି ।