Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲକ୍ଷ୍ମୀପୁର ପୋଲିସ ଦ୍ୱାରା ୨୫ ଟି ଚୋରା ମୋଟର ସାଇକେଲ ଉଦ୍ଧାର।ଦୁଇଜଣ ଚୋର ଙ୍କ ସମେତ ତିନି ଜଣ ମୋଟର ସାଇକେଲ କିଣାଳୀ  ଗିରଫ।ସାମ୍ବାଦିକ ସମ୍ମିଳନି re ସୂଚନା ଦେଲେ ଏସଡିପିଓ ମନୋବ୍ରତା।

ଲକ୍ଷ୍ମୀପୁର ପୋଲିସ ଦ୍ୱାରା ୨୫ ଟି ଚୋରା ମୋଟର ସାଇକେଲ ଉଦ୍ଧାର।
ଦୁଇଜଣ ଚୋର ଙ୍କ ସମେତ ତିନି ଜଣ ମୋଟର ସାଇକେଲ କିଣାଳୀ  ଗିରଫ।
ସାମ୍ବାଦିକ ସମ୍ମିଳନି re ସୂଚନା ଦେଲେ ଏସଡିପିଓ ମନୋବ୍ରତା।
ଲକ୍ଷ୍ମୀପୁର ୧୪/୦୭….କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୨୫ ଟି ଚୋରି ହୋଇଥିବା ମୋଟର ସାଇକେଲ ଉଦ୍ଧାର କରିଛି। ଏହି ଚୋରି ରେ  ସମ୍ପୃକ୍ତ ଥିବା  ମାଷ୍ଟର ମାଇଣ୍ଡ ଫେରାର ହୋଇଯାଇଥିବା ବେଳେ ପୋଲିସ ଦୁଇଜଣ ଚୋର ଙ୍କ ସମେତ ତିନି ଜଣ ଚୋରି ହୋଇଥିବା ମୋଟର ସାଇକେଲ କିଣାଳୀ ଙ୍କୁ ଗିରଫ କରିଛି।ରବିବାର ଏନେଇଁ ଏକ ସାମ୍ବାଦିକ ସମ୍ମିଳନି ରେ ସୂଚନା ଦେଇଛନ୍ତି  ଦାୟିତ୍ୱ ରେ ଥିବା ଲକ୍ଷ୍ମୀପୁର ଏସଡିପିଓ ମନବ୍ରୋତା ଶତପଥି।ଲକ୍ଷ୍ମୀପୁର  ଥାନା  ଅଞ୍ଚଳ ରେ ରେ ଗତ କିଛିଦିନ ତଳେ ୪ଟି ମୋଟର ସାଇକେଲ ଚୋରି ହୋଇଥିଲା,ଚୋରି ହୋଇଥିବା ମୋଟର ସାଇକେଲ ମାଲିକ ମାନେ ଥାନା ରେ ଲିଖିତ ଅଭିଯୋଗ କରିଥିଲେ,ଅଭିଯୋଗ କୁ ଆଧାର କରି ତଦନ୍ତ କାରି ଅଧିକାରୀ ଶାନ୍ତିଲତା ବେହେରା  ଏକ ଚୋରି ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲେ।ମୋଟରସାଇକେଲ ଚୋର ଙ୍କୁ ଧରିବା ସକାଶେ ଲକ୍ଷ୍ମୀପୁର ପୋଲିସ ପାଇଁ ଏକ ଚାଲେଞ୍ଜ ସୃଷ୍ଟି ହୋଇଥିଲା। କୋରାପୁଟ ଏସପି ଙ୍କ ନିର୍ଦେଶ କ୍ରମେ ଲକ୍ଷ୍ମୀପୁର ଏସ୍ଡ଼ିପିଓ ଓ ଆଇ ଆଇସି ସୁଜ୍ଞାନୀ ସାହୁ ଙ୍କ ନେତୃତ୍ୱ ରେ ଏକ ଟିମ ଗଠନ କରାଯାଇଥିଲା, କିଛିଦିନ ପରେ ପୋଲିସ ଏକ ସୁରାକ ପାଇ ଲକ୍ଷ୍ମୀପୁର ମେଡିକାଲ ପଛ ପଟ କଲୋନୀ ର ଏକ ଭଡାଘରେ ଲକ୍ଷ୍ମୀପୁର ପୋଲିସ ଚଢ଼ାଉ କରି ଦୁଇଟି ଚୋରି ମୋଟର ସାଇକେଲ ଜବତ କରି ଦୁଇ ଜଣଙ୍କୁ ଗିରଫ କରିଥିଲା, ଉକ୍ତ ଦୁଇ ଜଣ ଙ୍କୁ ପଚରା ଉଚୁରା କରିବା ପରେ ଏମାନଙ୍କ ମାଷ୍ଟର ମାଇଣ୍ଡ ରାୟଗଡା ଜିଲ୍ଲା ପଦ୍ମପୁର ର କେନ୍ଦୁଗୁଡା ଗାଁ ର ଚିକୁ ଗରଡ଼ା ବୋଲି ଜାଣିବାକୁ ପାଇଥିଲେ,ପରେ ରାୟଗଡା ଏସପି ଙ୍କ ନିର୍ଦେଶ କ୍ରମେ ପଦ୍ମପୁର ପୋଲିସ ର ସହଯୋଗ ରେ କେନ୍ଦୁଗୁଡା ଅଞ୍ଚଳ ରେ ଚଢ଼ାଉ କରି ୨୫ ଟି ମୋଟର ସାଇକେଲ ଉଦ୍ଧାର କରାଯିବା ସହ ୩ଜଣ ଚୋରି ମୋଟର ସାଇକେଲ କିଣାଳୀ ଙ୍କ ସମେତ ୫ଜଣଙ୍କୁ ପୋଲିସ ଗିରଫ କରିଛି। ଏହି ଚୋରି ରାକେଟ ର ମାଷ୍ଟର ମାଇଣ୍ଡ ଫେରାର ହୋଇଯାଇଥିବା ବେଳେ ଗିରଫ ୫ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଏସଡିପିଓ ସାମ୍ବାଦିକ ସମ୍ମିଳନି ରେ ସୂଚନା ଦେଇଛନ୍ତି।ଫେରାର ମାଷ୍ଟର ମାଇଣ୍ଡ କୁ ଶୀଘ୍ର ଗିରଫ କରାଯିବା ସକାଶେ ପୋଲିସ ଚେଷ୍ଟା ଜାରି ରଖାଯାଇଥିବା ସୂଚନା ଦିଆଯାଇଛି। ଗିରଫଙ୍କ ମଧ୍ୟରେ କେସିଂହପୁର ପଡ଼ାପଡି ଗାଁ ର ଜଗନ୍ନାଥ କୌଶଲ୍ୟା, ଯୁଧିଷ୍ଟର କୌଶଲ୍ୟା, ପଦ୍ମପୁର କେନ୍ଦୁଗୁଡା ଗାଁ ର ଟୁକୁନା ବିଡ଼ିକା, ଜଟିଲିଙ୍ଗ ଗାଁ ର ଶିବଶଙ୍କର ମାଳିଆଡ଼ି,ଗୁଣୁପୁର ପେଣକାମ ଗାଁ ର ଅନିଲ ସୂର୍ଯ୍ୟା ରହିଛନ୍ତି।ଚଢ଼ାଉ ରେ ପଦ୍ମପୁର ଆଇଆଇସି ରଞ୍ଜନ କୁମାର ମାଝୀ, ରାୟଗଡା ଟାଉନ ଆଇଆଇସି କମଳାକାନ୍ତ ବସନ୍ତକୁମାର କହଁର, କାକିରିଗୁମ୍ମା ଆଇଆଇସି ଡମ୍ବୁରୁଧର ବାତ୍ରିଆ, ଲକ୍ଷ୍ମୀପୁର ଏସ ଆଇ ମାନସ ପ୍ରଧାନ ସମ୍ପୂର୍ଣ ସହଯୋଗ କରିଥିଲେ।ଚୋରି ହୋଇଥିବା ମୋଟରସାଇକେଲ ଗୁଡିକ ନବରଙ୍ଗପୁର କୋରାପୁଟ ରାୟଗଡା ଲକ୍ଷ୍ମୀପୁର ଓ ଗଞ୍ଜାମ ର ଛତ୍ରପୁର ଅଞ୍ଚଳ ର ବୋଲି ପୋଲିସ ସୂଚନା ଦେଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ