Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜ୍ଞାନ ପ୍ରକାଶର ଅଷ୍ଟମ ବାର୍ଷିକୋତ୍ସବ ଓ ଜାତୀୟ କବି ସମ୍ମିଳନୀ

ଭୁବନେଶ୍ବର:ରବିବାର ଭୁବନେଶ୍ୱର ସ୍ଥିତ ଜୟଦେବ ଭବନଠାରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ “ଜ୍ଞାନ ପ୍ରକାଶ” ର ଅଷ୍ଟମ ବାର୍ଷିକୋତ୍ସବ ଓ ଜାତୀୟ କବି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି ।
ମୁଖ୍ୟ ଅତିଥି ଭାବେ ହରିୟଣାର ଆଇନଜୀବୀ ତଥା ସର୍ବଭାରତୀୟ ମୁଖ୍ୟ ସଂଯୋଜକ ନରେଶ କୁମାର ବରନା ଯୋଗ ଦେଇଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ଜ୍ଞାନ ପ୍ରକାଶ ର ଅଧ୍ୟକ୍ଷ ଶ୍ରୀ ଜ୍ଞାନ ପ୍ରକାଶ ଶତପଥୀ, ରାଜ୍ୟ ମୁଖ୍ୟ ଅମ୍ବିକା ସ୍ବାଇଁ, ସଂପାଦକ ସରୋଜ କୁମର ସାହୁ ମଞ୍ଚାସିନ ଅତିଥି ଭାବେ ଯୋଗଦେଇଥିଲେ ।
ଓଡ଼ିଶାର ସମସ୍ତ ଜିଲ୍ଲାରୁ ଜିଲ୍ଲା ମୁଖ୍ୟ ଓ କବି ମାନେ ଯୋଗ ଦେଇଥିବାବେଳେ ବରଗଡ଼ ଜିଲ୍ଲା ମୁଖ୍ୟ ଭାବେ ସାହିତ୍ୟକ ବିରେନ୍ଦ୍ର ପ୍ରସାଦ ମିଶ୍ର ଙ୍କୁ ସମ୍ମାନିତ କରାଯାଇଥିବା ବେଳେ ଜ୍ଞାନ ପ୍ରକାଶ ସାହିତ୍ୟ ସମ୍ମାନ ୨୦୨୪ ଶ୍ରୀ ଅଭିଜିତ ପ୍ରତିହାରଙ୍କୁ ଏବଂ ମାଧୁରୀ ମିଶ୍ର, ସରୋଜ ରଥ ତୁଳସୀ ଚରଣ ଦାଶ ଆଦିଙ୍କୁ ପୁଷ୍ପଗୁଛ, ଉପଢୌକନ, ମାନପତ୍ର ସହ ସମ୍ମାନିତ କରାଯାଇଥିଲା ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ