Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆକ୍ସନ ମୋଡରେ ଶ୍ରୀ ମନ୍ଦିର ପ୍ରଶାସନ, ରଥ ଉପରୁ ଅଣସେବାୟତଙ୍କୁ ବାହାର କଲେ ମୁଖ୍ୟ ପ୍ରଶାସକ

ପୁରୀ: ପୁଣି ଥରେ ରଥ ଉପରେ ଅଣସେବକମାନଙ୍କୁ ଦେଖିବାକୁ ମିଳିଛି । ତ୍ୱରିତ ପଦକ୍ଷେପ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ରଥ ଉପରୁ ଅଣସେବକମାନଙ୍କୁ ବାହାର କରୁଥିବା ଦେଖିବାକୁ ମିଳିଛି । ରଥର ଉପରେ ସେମାନଙ୍କ ହାତ ଧରି ମୁଖ୍ୟ ପ୍ରଶାସକ ନିଜେ ବାହାର କରୁଥିବା ଦେଖିବାକୁ ମିଳିଛି । ସେବାତୟ ବେଶରେ ଦର୍ପଦଳନ ରଥରେ ଚଢିଥିଲେ ଅଣସେବକ । ରଥରୁ ପ୍ରଶାସନ ସେମାନଙ୍କୁ ଓହ୍ଲାଇ ଦେବା ସହ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ ।

ସୂଚନାଯୋଗ୍ୟ, କୌଣସି ଅଣସେବକ ରଥ ଉପରକୁ ଚଢିବା ନିଷେଧ। ଏନେଇ ବ୍ୟତିକ୍ରମ ସାମ୍ନାକୁ ଆସିଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆଡପ ପହଣ୍ଡି ସମୟରେ ବଡ ଠାକୁର ବଳଭଦ୍ରଙ୍କ ସହ ଘଟିଥିବା ଘଟଣା ପରେ ପୁରା ଆକ୍ସନ ମୋଡରେ ଶ୍ରୀମନ୍ଦିର ପ୍ରଶାସନ । ରଥ ଉପରକୁ ମୋବାଇଲ ନିଷେଧ କରାଯାଇଛି । ରଥ ଉପରେ କେହି ମୋବାଇଲ ବ୍ୟବହାର କରି ପାରିବେ ନାହିଁ । ସେବା ସହ ଜଡିତ ନ ଥିଲେ ରଥ ଉପରକୁ ଯାଇ ପାରିବେନି ।ଅଣସେବାୟତ ରଥ ଉପରେ ମୋବାଇଲ ନେଉଥିବା ପରିଲକ୍ଷିତ ହେଉଛି । ଏଭଳି ବିଶୃଙ୍ଖଳା ଆଚରଣ କଲେ କଡା କାର୍ଯ୍ୟାନୁଷ୍ଠାନ ହେବ ।

ଏହା ପୂର୍ବରୁ ଶ୍ରୀଗୁଣ୍ଡିଚା ଯାତ୍ରା ଦିନ ନିର୍ଦ୍ଦିଷ୍ଟ ଭାବେ ୨ଜଣ ଅନଧିକୃତ ବ୍ୟକ୍ତି ରଥ ଉପରକୁ ଚଢିବା ଶ୍ରୀମନ୍ଦିର ପ୍ରଶାସନ ନଜରକୁ ଆସିଛି। ସମ୍ପୃକ୍ତ ବ୍ୟକ୍ତି ଜଣେ କେନ୍ଦ୍ର ସରକାରଙ୍କ ଉଚ୍ଚ ପଦସ୍ଥ ଅଧିକାରୀ ଏବଂ ଆଉ ଜଣେ ବେସରକାରୀ /ସମବାୟ ଅନୁଷ୍ଠାନର ଅଧିକାରୀ ବୋଲି ପ୍ରାଥମିକ ସୂଚନା ମିଳିଛି। ଏସମ୍ପର୍କରେ ଆବଶ୍ୟକ ଅନୁସନ୍ଧାନ କରି କାର୍ଯ୍ୟାନୁଷ୍ଠାନ ପାଇଁ ସିଂହଦ୍ବାର ଥାନାରେ ଅଭିଯୋଗ ଦାଖଲ ପାଇଁ ମୁଖ୍ୟ ପ୍ରଶାସକ ନିର୍ଦ୍ଦେଶ ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ