Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲକ୍ଷ୍ମୀପୁର ରେ ବର୍ଷା ଦିନରେ ମଧ୍ୟ ଜଳ କଷ୍ଟ।୮ମାସ ହେଲା ଜଳ ଯୋଗାଣ ହଉନଥିବା ଅଭିଯୋଗ କଲେ ମହିଳା… ତୁରନ୍ତ ପାଣି ଦିଅ ନଚେତ ଜିଲ୍ଲାପାଳ ଙ୍କ ନିକଟରେ ଫେରାଦ ହେବୁ….ସାହିବାସିନ୍ଦା

ଲକ୍ଷ୍ମୀପୁର ୧୬/୦୭ …ବର୍ଷା ଦିନରେ ମଧ୍ୟ ଜଳ କଷ୍ଟ , ପାଣି ପାଇଁ ଡହଳ ବିକଳ ହେଉଛନ୍ତି ପ୍ରାୟ ୧୦ଟି ସାହି ବାସିନ୍ଦା।ଏପରି ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଳକ ସଦର ମହକୁମାରେ।ବ୍ଲକ ସଦର ମହକୁମାରେ ଯଦି ବର୍ଷା ଦିନରେ ଜଳ କଷ୍ଟ ତାହେଲେ ବ୍ଲକ ର ଅଭ୍ୟନ୍ତରୀଣ ଅଞ୍ଚଳ ରେ କିପରି ପାଣି ପାଉଥିବେ ତାହା ସହଜେ ଅନୁମେୟ……୮ ମାସ ହେଲାଣି ପାଣି ମିଳୁନି, ସାହି ମାନଙ୍କୁ ପାଣି ଯୋଗାଇବା ସକାଶେ ସ୍ଥାନୀୟ  ବିଧାୟକ,ବିଡ଼ିଓ,ସରପଞ୍ଚ ଓ ଜଳ ଯୋଗାଣ ବିଭାଗର ଯନ୍ତ୍ରୀ ଗୁହାରି କଲେ, ହେଲେ କେହି କର୍ଣ୍ଣ ପାତ କରୁନାହାନ୍ତି, ବାଧ୍ୟ ହୋଇ ବିଭାଗର ସହକାରୀ ଯନ୍ତ୍ରୀ ଙ୍କ କାର୍ଯ୍ୟାଳୟ କୁ ୫ଟି ସାହି ର ମହିଳା ମାନେ ପାଣି ପାଇଁ ଗୁହାରି କରିବା ସହ ସହକାରୀ ଯନ୍ତ୍ରୀ ଙ୍କୁ ନେଇଁ ସାହିରେ ଦେଖାଇଛନ୍ତି ପାଣି ସମସ୍ୟା।  ଏକ କୋଟି ଅଶି ଲକ୍ଷ ଟଙ୍କା  ବ୍ୟୟରେ  ବସୁଧା ଯୋଜନା ମାଧ୍ୟମରେ ଚାଲିଛି କାର୍ଯ୍ୟ, ହେଲେ କାର୍ଯ୍ୟ କେବେ ସରିବ ତାହାର କୌଣସି ସଠିକ ସମୟ ଜଣା ପଡୁନାହିଁ, ପାଇପ ବିଛା ହୋଇଛି, ଷ୍ଟାଣ୍ଡ ପୋଷ୍ଟ କରାଯାଇ ଟ୍ୟାପ ବି ଲାଗିଛି ହେଲେ ଆସୁନି ପାଣି।ପ୍ରାୟ ୧୦ ହଜାର ରୁ ଉର୍ଧ୍ଵ ଜନସଂଖ୍ୟା ବିଶିଷ୍ଟ ଲକ୍ଷ୍ମୀପୁର ବ୍ଳକ ସଦର ମହକୁମା ରେ ବସୁଧା ଯୋଜନା ରେ ଘରେ ଘରେ ବିଶୁଦ୍ଧ ଜଳ ପହଂଚାଇବା ସକାଶେ କାର୍ଯ୍ୟ ଆରମ୍ଭ ହୋଇଛି, ଠିକାଦାର ଜଣକ  ସାହି ମାନଙ୍କ ର ଘର ସମ୍ମୁଖରେ ଷ୍ଟାଣ୍ଡ ପୋଷ୍ଟ କରି ପାଇପ ସଂଯୋଗୀ କରାଇବା ସହ ଟ୍ୟାପ ବି ଲଗେଇଛନ୍ତି, କିନ୍ତୁ ପାଣି ଛଡା ଯାଇନାହିଁ,
ଯା ଫଳ ରେ ପାନୀୟ ଜଳ ସକାଶେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ୧୦ଟି ସାହିର ବାସିନ୍ଦା। ତୁରନ୍ତ ପାଣି  ନୁଆଁ ପାଇପ ରେ ଛାଡ,ନଚେତ ନୁଆଁ ସଂଯୋଗୀ କରଣ ଗୁଡିକ ବାହାର କରି ପୁରୁଣା ପାଇପ ଯୋଗେ ଯେମିତି ଆଗରୁ ପାଣି ଛାଡୁଥିଲ ସେମିତି ପ୍ରଦାନ କର, ଆଗରୁ ଯାହେଲେ ବି ପାଣି ପାଉଥିଲୁ, ବର୍ତ୍ତମାନ ଜମାରୁ ମିଳୁନି ବୋଲି ଅଭିଯୋଗ କରିଛନ୍ତି ମହିଳା। ଟ୍ୟାଙ୍କର ରେ ପାଣି ବିଭାଗ ତରଫରୁ ପ୍ରଦାନ କରଯାଉ ଥିବା ବେଳେ ହାଣ୍ଡିଏ ପାଣି ପାଇଁ ମହିଳା ମାନଙ୍କ ଭିତରେ ଲମ୍ବା ଲାଇନ ସହ ନିଜ ନିଜ ଭିତରେ ଝଗଡା ହଉଥିବା କହିଛନ୍ତି କନକ ଲତା ଗରଡ଼ା,ବିନଦିନୀ ଖରା ଭଳି ଅନେକ ଅଭିଯୋଗକାରୀ ମହିଳା।ବସୁଧା ଯୋଜନା ରେ କାର୍ଯ୍ୟ ଚାଲିଛି, ପାଣି ବିତରଣ ସକାଶେ କାର୍ଯ୍ୟ ଶେଷ ପର୍ଯ୍ୟାୟ ରେ ପହଁଚିଛି, ଅଳ୍ପ ଦିନ ଭିତରେ ନୁଆଁ କନେକ୍ସନ ରେ ପାଣି ଛଡ଼ାଯିବ, ପୁରୁଣା ପାଇପ ଲାଇନ ଭିତରେ ବୋତଲ ଗୁଡିକ ପଶିଯାଇଥିବା କାରଣରୁ ପାଣି ଅନେକ ସାହି କୁ ଯାଇ ପାରୁନି, ନୁଆଁ କନେକ୍ସନ ରେ ପାଣି ଆରମ୍ଭ କରାଯିବ, ତେଣୁ ଆଉ ସପ୍ତାହେ ସମୟ ମଗାଯାଇଛି ବୋଲି ସହକାରୀ ଯନ୍ତ୍ରୀ ପ୍ରଦୀପ୍ତ ସିଂ କହିଛନ୍ତି।ବସୁଧା ଯୋଜନା ରେ ସରକାର ଙ୍କ ତରଫରୁ ପାଖାପାଖି ୨କୋଟି ଟଙ୍କା ଖର୍ଚ୍ଚ କରାଯାଇଥିବା ସତ୍ୱେ ପିଇବା ପାଣି ପାଇଁ ସାହି ସାହି ରେ ମହିଳା ମାନେ ଅସୁବିଧା ର ସମ୍ମୁଖୀନ ହେବା ସହ ପରସ୍ପର ମଧ୍ୟରେ ଝଗଡା ହଉଛନ୍ତି,  ଠିକାଦାର ଏହି ଯୋଜନା ର କାର୍ଯ୍ୟ କେବେ ସମାପ୍ତ କରୁଛନ୍ତି, ଓ ଲକ୍ଷ୍ମୀପୁର ବ୍ଳକ ସଦର ର ୧୦ ରୁ ଉର୍ଦ୍ଧ ସାହିର ଲୋକେ ପାଣି ପାଇବେ ତାହା ଦେଖିବାକୁ ଆପେକ୍ଷା ଥିବା ବେଳେ ସପ୍ତାହକ ମଧ୍ୟରେ ପାଣି ଯୋଗାଇ ଦିଅନାଗଲେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ପହଞ୍ଚି ଧାରଣା ଦେବୁ ବୋଲି ସୂଚାଇଛନ୍ତି ମହିଳା ମାନେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ