Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜେଡିର ରଣନୀତି ଆରମ୍ଭ:୨୦ରେ ବିଧାୟକ ଦଳ ବୈଠକ

ଭୁବନେଶ୍ବର:ଆଗାମୀ ବିଧାନସଭା ନେଇ ପ୍ରସ୍ତୁତ ହେଉଛି ବିଜେଡି।ବିଜେପି ସରକାର କଡା ମୁକାବିଲା କରିବାକୁ ଆଜି ନିର୍ବାଚିତ ବିଧାୟକ ମାନଙ୍କ ମଧ୍ୟରେ କିଏ କେଉଁ ବିଭାଗ ଉପରେ ତୀକ୍ଷ୍ଣ ନଜର ରଖିବ ସେ ନେଇ ଏକ ତାଲିକା ଛାଡିଛନ୍ତି ବିଜେଡି ସୁପ୍ରିମୋ।ପୁଣି ଆସନ୍ତା ଜୁଲାଇ ୨୦ ତାରିଖରେ ବିଜେଡି ବିଧାୟକ ଦଳ ବୈଠକବସିବ ବୋଲି ସ୍ଥିର ହୋଇଛି।୨୦ ଅପରାହ୍ନରେ ଶଙ୍ଖ ଭବନରେ ଏହି ବୈଠକ ବସିବା ଏକ ପ୍ରକାର ସ୍ଥିରିକୃତ ହୋଇଛି। ସଭାପତି ନବୀନ ପଟ୍ଟନାୟକ ଏଥିରେ ଅଧ୍ୟକ୍ଷତା କରିବେ। ବୈଠକରେ ବିଧାନସଭା ପାଇଁ ପ୍ରସ୍ତୁତ ହେବ ରଣନୀତି। ଶୁକ୍ରବାର ସନ୍ଧ୍ୟା ୬ଟାରେ ବିଜେଡି ସାଂସଦଙ୍କ ବୈଠକ ହେବାର ଯୋଜନା ରହିଛି । ଆଗକୁ ବିଧାନସଭା ଅଧିବେଶନ ଆରମ୍ଭ ହେବାକୁ ଥିବାବେଳେ ଏଥିରେ ଦଳର କ’ଣ ଭୂମିକା ରହିବ ସେ ନେଇ ବୈଠକରେ ରଣନୀତି ପ୍ରସ୍ତୁତ କରାଯିବ । ନବୀନଙ୍କ ମାର୍ଗଦର୍ଶନରେ ସାଂସଦମାନେ କାମ କରିବେ। ବିରୋଧୀ ଦଳ ଭାବେ ବିଜେଡିକୁ ଜନାଦେଶ ମିଳିଛି।ତେଣୁ ବିଜେଡି ନିଜ ଭୂମିକା କିଭଳି ଓ କେଉଁ ଢ଼ଙ୍ଗରେ ନିର୍ବାହ କରିବ ତାର ରଣନୀତି ନିର୍ଦ୍ଧାରଣ ହେବ। ଜନାଦେଶ ଅନୁସାରେ ଓଡ଼ିଶାବାସୀଙ୍କ ସ୍ୱର ହୋଇ କାମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ବିଜେଡି ସୁପ୍ରିମୋ । ଦରଦାମ ବୃଦ୍ଧି, ଏଏସଓଙ୍କୁ ରାଜ୍ୟପାଳଙ୍କ ପୁଅର ଆକ୍ରମଣ ଘଟଣା ସାଙ୍ଗକୁ ଅନେକ ପ୍ରସଙ୍ଗ ବିଜେଡି ଉଠାଇପାରେ।ଏଭଳି କିଛି ପ୍ରସଙ୍ଗକୁ ଆଧାର କରି ବିଜେଡି ଶାସକ ଦଳକୁ ବିଧାନସଭାରେ ଘେରିପାରେ। ବୈଠକରେ ବିଭିନ୍ନ ପ୍ରସଙ୍ଗ ନେଇ ସ୍ଵତନ୍ତ୍ର ରଣନୀତି ପ୍ରସ୍ତୁତ ହେବ।ଏହା ଆସନ୍ତା ୨୦ ତାରିଖ ଦିନ ବିଧାୟକ ଦଳ ବୈଠକ ପରେ ନିଶ୍ଚିତ ହୋଇଯିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ