Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

୨୧ରେ ସର୍ବଦଳୀୟ ବୈଠକ, ୩ ଲକ୍ଷ କୋଟି ଛୁଇଁପାରେ ବଜେଟ୍ ଆକାର !

ଭୁବନେଶ୍ୱର: ଆସନ୍ତା ୨୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭାର ସ୍ୱତନ୍ତ୍ର ବଜେଟ୍ ଅଧିବେଶନ । ଏଥିପାଇଁ ୨୧ ତାରିଖରେ ବସିବ ଓଡ଼ିଶା ବିଧାନସଭାର ସର୍ବଦଳୀୟ ବୈଠକ। ସେହି ଦିନ ପୂର୍ବାହ୍ନ ୧୧ଟାରେ ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ। ବଜେଟ ଅଧିବେଶନକୁ ସୁରୁଖୁରୁରେ ପରିଚାଳନା ଲାଗି ସହଯୋଗ ଲୋଡ଼ିବେ ବାଚସ୍ପତି। ବଜେଟ୍ ଜୁଲାଇ ୨୫ ତାରିଖରେ ଗୃହରେ ଉପସ୍ଥାପନ ହେବ ।

ବୈଠକ ପୂର୍ବରୁ ନିଯୁକ୍ତ ହେବେ ସରକାରୀ ଦଳ ମୁଖ୍ୟ ସଚେତକ ଓ ଉପ ମୁଖ୍ୟ ସଚେତକ। ସେହିପରି ଆସନ୍ତା ୨୩ ତାରିଖରେ ଉପ ବାଚସ୍ପତି ପଦ ଲାଗି ନାମାଙ୍କନ ହେବ। ସେହିଦିନ ୧୨ଟା ସୁଦ୍ଧା ନାମାଙ୍କନ ଦାଖଲ ହେବ ଏବଂ ୨୪ ତାରିଖରେ ଫଳାଫଳ ଘୋଷଣା କରାଯିବ। ଏହା ପରେ ୨୫ରେ ବିଜେପି ସରକାରର ପ୍ରଥମ ସାଧାରଣ ବଜେଟ୍ ଉପସ୍ଥାପନ ହେବ । ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଛି ।

ବିଶ୍ୱସ୍ତ ସୂଚନା ଅନୁଯାୟୀ, ୨୦୨୪-୨୫ର ମୋଟ୍ ବଜେଟ୍ ରାଶି ୩ ଲକ୍ଷ କୋଟି ଟଙ୍କା ଛୁଇଁପାରେ । ୨୦୨୩-୨୪ରେ ରାଜ୍ୟ ସକରାର ୨ ଲକ୍ଷ ୩୦ ହଜାର କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରିଥିଲେ । ତାହା ତୁଳନାରେ ଚଳିତ ଆର୍ଥିକ ବର୍ଷର ବଜେଟ୍ ପ୍ରାୟ ୭୦ ହଜାର କୋଟି ଟଙ୍କା ଅଧିକ ରହିପାରେ । ଏହା ହେଲେ ବଜେଟ୍ ଆକାର ପ୍ରାୟ ୩୦ ପ୍ରତିଶତ ବଢିବ ।

More Stories