Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓଡିଶାର ସେବା ପାଇଁ ସୁଯୋଗ ଦେଇଥିବାରୁ ଓଡିଶାବାସୀଙ୍କୁ ପ୍ରଣାମ: ଜେପି ନଡ୍ଡା

ପୁରୀ: ଆଜିଠୁ ପୁରୀରେ ବିଜେପିର ଦୁଇ ଦିନିଆ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଆରମ୍ଭ ହୋଇଛି । କାର୍ଯ୍ୟକାରିଣୀକୁ ସମ୍ବୋଧିତ କରି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କହିଛନ୍ତି, ଓଡିଶାର ସେବା ପାଇଁ ସୁଯୋଗ ଦେଇଥିବାରୁ ଓଡିଶାବାସୀଙ୍କୁ ପ୍ରଣାମ । ଅକ୍ଳାନ୍ତ ପରିଶ୍ରମ କରି ରାଜ୍ୟରେ ପଦ୍ମ ଫୁଟାଇଥିବାରୁ କର୍ମୀମାନଙ୍କୁ ମୋର ଅଭିନନ୍ଦନ । ଓଡିଶାକୁ ବିକାଶ ପଥରେ ନେବାର କୌଣସି ସୁଯୋଗ ଛାଡିବନି ବିଜେପି ।

ନଡ୍ଡା କହିଛନ୍ତି, ଲୋକସଭା ସିଟ୍ ଡବଲ କରିବାକୁ କହିଥିଲି, ଆପଣମାନେ ୨୦ ସିଟ୍ ଦେଲେ । ଲୋକସଭା ପାଇଁ ୪୫ ପ୍ରତିଶତ ଭୋଟ୍ ଦେଲେ, ଆପଣମାନଙ୍କୁ କୃତଜ୍ଞତା । ବିଧାନସଭାରେ ୪୦.୭ ପ୍ରତିଶତ ଭୋଟ୍ ସହ ସରକାର ଗଠନର ସୁଯୋଗ ଦେଲେ । ଆଜି ଦେଶରେ ୧୮ଟି ରାଜ୍ୟରେ ଏନଡିଏ, ୧୩ ରାଜ୍ୟରେ ବିଜେପି ସରକାର । ଦେଶର ୫୭ ପ୍ରତିଶତ ଭୂଭାଗରେ ବିଜେପିର ସରକାର ରହିଛି । କଂଗ୍ରେସ ଅମରିଲତା ପରି, ପର ଭରସାରେ ବଞ୍ଚିଛି ।

ସେ ଏହା ମଧ୍ୟ କହିଛନ୍ତି, ଏମାନେ ସମ୍ବିଧାନର ରକ୍ଷକ ନୁହନ୍ତି, ସମ୍ବିଧାନର ଭକ୍ଷକ ଏମାନେ । ପରଜୀବୀ ଭଳି ଅନ୍ୟ ପାର୍ଟି ସହାୟତାରେ ସିଟ୍ ଜିତିଛି କଂଗ୍ରେସ । ସହଯୋଗୀଙ୍କ ଭୋଟ୍ ଖାଇ ନିଜକୁ ବଞ୍ଚାଇ ରଖିଛି କଂଗ୍ରେସ ।ଜରୁରୀ ପରିସ୍ଥିତି ଲଗାଇ ଅଣସାମ୍ବିଧାନିକ ଭାବେ ଜେଲରେ ପୂରାଇଥିଲେ । ନବୀନ ବାବୁଙ୍କୁ ପଚାରନ୍ତୁ । ତାଙ୍କ ବାପାଙ୍କୁ କଂଗ୍ରେସ ଜେଲରେ ପୂରାଇଥିଲା ।

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ କହିଛନ୍ତି, ଭାରତ ଆତ୍ମନିର୍ଭରଶୀଳ ଦିଗରେ ଆଗକୁ ବଢୁଛି। କିଛି ବର୍ଷ ପୂର୍ବରୁ ଭାରତରେ ବ୍ୟବହାର ହେଉଥିବା ମୋବାଇଲ ମେଡ୍ ଇନ୍ ଜାପାନ, ମେଡ ଇନ୍ ଚାଇନା, ମେଡ୍ ଇଡି ତାଇୱାନ ଲେଖାଯାଉଥିଲା। ଏବେ କିନ୍ତୁ ଭାରତରେ ମୋବାଇଲ ମୋବାଇଲ ଉତ୍ପାଦନ ହେଉଛି। ଆପଣମାନେ ବ୍ୟବହାର କରୁଥିବା ମୋବାଇଲ୍‌ରେ ମେଡ୍ ଇନ୍ ଇଣ୍ଡିଆ ଲେଖା ରହୁଛି। କେବଳ ମୋବାଇଲ୍ ନୁହେଁ। ବରଂ ଅଟୋ ମୋବାଇଲ ସେକ୍ଟରରେ ମଧ୍ୟ ଭାରତର ବିକାଶ ହୋଇଛି। ବିଶ୍ବର ତୃତୀୟ ସର୍ବବୃହତ୍ତ ଅଟୋ ମୋବାଇଲ ଉତ୍ପାଦନକାରୀ ରାଷ୍ଟ୍ର ହୋଇପାରିଛି ଭାରତ।

ସୂଚନାଯୋଗ୍ୟ, ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକାରିଣୀ ବୈଠକ ଆରମ୍ଭ ହୋଇଛି । ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ୩ ପ୍ରଭାରୀ ଯୋଗ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ମନ୍ତ୍ରିପରିଷଦ ସଦସ୍ୟ ଉପସ୍ଥିତ । ଦୁଇ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ, ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ମଧ୍ୟ ଉପସ୍ଥିତ ଅଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ