Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦୁଇ ହଜାର ନୋଟ୍ କୁ ନେଇ ବ୍ୟାଙ୍କ ରୁ ନିରାଶ ହୋଇ ଫେରୁଛନ୍ତି ଗ୍ରାହକ

ପଟ୍ଟାଙ୍ଗି୨୨/୦୭ଗ୍ରାମାଞ୍ଚଳରେ ବସବାସ କରୁଥିବା ଚାଷୀଙ୍କ ଠାରୁ ଆରମ୍ଭ କରି ସାଧାରଣ ମଣିଷ ବର୍ତ୍ତମାନ ଦୁଇ ହଜାର ନୋଟ୍ କୁ ନେଇ ପଡି ଯାଇଛନ୍ତି ଚିନ୍ତାରେ । ଏହିପରି ଦୃଶ୍ୟ ସବୁଦିଆ ଘଟଣା ପରି ଘଟି ଚାଲିଛି କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ସଦର ମହକୁମା ସ୍ଥିତ ଷ୍ଟେଟବ୍ୟାଙ୍କ ସମୁଖରୁ ଆରମ୍ଭ କରି ଗ୍ରାମାଞ୍ଚଳରେ ବସ ବାସ କରୁଥିବା ଚାଷୀଙ୍କ ଠାରୁ ଆରମ୍ଭ କରି ସାଧାରଣ ମଣିଷ ବା ବ୍ୟାଙ୍କ ର ଗ୍ରାହକଙ୍କ କ୍ଷେତ୍ରରେ । ସୂଚନା ମୁତାବକ ବର୍ତ୍ତମାନ ଦୁଇ ହଜାର ନୋଟ୍ କେନ୍ଦ୍ର ସରକାର
ଙ୍କ ଦ୍ଵାରା ଅଚଳ କରି ଦିଆ ଯାଇଥିବା ବେଳେ ରିଜର୍ଭ ବ୍ୟାଙ୍କ ନିକଟସ୍ଥ ବ୍ୟାଙ୍କ ମାନଙ୍କୁ ଯାଇ ନିଜ ପାଖରେ ରହିଥିବା ଦୁଇ ହଜାର ଟଙ୍କା ବଦଳାଇବା ପାଇଁ ପୁର୍ବରୁ କରିଥିବା ଘୋଷଣା ସମୟରେ ଜାଣିଥିବା ଗ୍ରାହକ ବଦଳାଇ ପାରିଥିବା ବେଳେ ଏହି କ୍ଷେତ୍ରରେ ନ ବୁଝି ପାରିଥିବା ଗ୍ରାମାଞ୍ଚଳର ଚାଷୀ ଓ ସାଧାରଣ ମଣିଷ ଟି ବୁଝି ନପାରି ଏବେ ନିଜ ପାଖରେ ରଖିଥିବା ଦୁଇ ହଜାର
ନୋଟ୍ କୁ ନେଇ ନିକଟସ୍ଥ ବ୍ୟାଙ୍କ ମାନଙ୍କୁ ଯାଇ ବଦଳାଇବା ପାଇଁ ଚେଷ୍ଟା କରୁଥିଲେ ମଧ୍ୟ ବଦଳାଇ ପାରୁ
ନାହାଁନ୍ତି । ଯାହାକୁ ନେଇ ବର୍ତ୍ତମାନ ଚିନ୍ତା ରେ ପଡି ଯାଇ
ଥିବା ସହ ବ୍ୟାଙ୍କ କୁ ଯାଇ ନିରାଶ ହୋଇ ଫେରୁଥିବା ଦେଖିବା କୁ ମିଳୁଛି । ଏହିପରି କି ଦୁଇ ହଜାର ନୋଟ ରଖିଥିବା ଚାଷି ଟିଏ ବ୍ୟାଙ୍କ କୁ ଗଲେ ଏଠାରେ ହୋଇ ପାରିବ ନାହିଁ ରିଜର୍ଭ ବ୍ୟାଙ୍କ ରେ ହୋଇ ପାଇବ ବୋଲି କହି ଫେରାଇ ଦେଉଥିବା ବେଳେ ଗୋଟିଏ ଚାଷୀ କିମ୍ବା
ନୋଟ୍ ବଦଳାଇବା ନିୟମ ନ ଜାଣିଥିବା ସାଧାରଣ ମଣିଷ ଟି କିପରି କେମିତି ରିଜର୍ଭ ବ୍ୟାଙ୍କ ରେ ପହଞ୍ଚି ନିଜ ପାଖରେ ରଖିଥିବା ଦୁଇ ହଜାର ନୋଟ୍ କୁ ବଦଳାଇବ ସେନେଇ ପ୍ରଶ୍ନ ଉଠୁଥିବା ବେଳେ ରହି ଯାଇଥିବା ନୋଟ୍
ଗୁଡିକ କୁ ବ୍ୟାଙ୍କ ମାନଙ୍କରେ କିପରି ବଦଳା ଯାଇ ପାରିବ ସେନେଇ ରିଜର୍ଭ ବ୍ୟାଙ୍କ ପୁନର୍ବାର ବ୍ୟାଙ୍କ ମାନଙ୍କୁ ନିର୍ଦ୍ଦେଶ ଦେବେ ଏହା ଉପରେ ଚିନ୍ତା କରିବା ଉଚିତ ବୋଲି ପଟ୍ଟାଙ୍ଗି ଷ୍ଟେଟବ୍ୟାଙ୍କ ରୁ ନିରାଶ ହୋଇ ଫେରିଥିବା ସ୍ଥାନୀୟ ବ୍ଲକ ର ଦେଓପଟ୍ଟାଙ୍ଗିର ଜଣେ ଭିନ୍ନକ୍ଷମ ଚାଷୀ ପଦୁ ପୁଜାରୀ ନିଜ ଦୁଃଖ ଭରା କଣ୍ଠରେ ମତପ୍ରକାଶ କରିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ