Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ବଡରମା ଘାଟି ମଝିରେ ଦୁଇ ଟ୍ରକ୍ ମୁହାଁମୁହିଁ ଧକ୍କା, କଣ୍ଟେନର ଚାଲକ ମୃତ

ଜମନକିରା : ଜମନକିରା ଥାନା ଗୌଡ଼ପାଲି ଫାଣ୍ଡି ଅନ୍ତର୍ଗତ ବଡରମା ଘାଟି ମଝିରେ ଆଜି ବିଳମ୍ବିତ ରାତି ପ୍ରତ୍ୟୁଷ ସାଢ଼େ ୨ଟା ସମୟରେ ଗୋଟିଏ ଟ୍ରେଲର ସହ ଏକ କଣ୍ଟେନର ସହ ମୁହାଁମୁହିଁ ଧକ୍କା ହେବା ଫଳରେ କଣ୍ଟେନର ର ଚାଲକ ମହାରାଷ୍ଟ୍ର ବୁଲଦନା ର ଶାରୁଖ ଜେ ସାହା (୨୫) ଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି। ଖବର ଜାଣିବା ପରେ ଉଭୟ ପୋଲିସ ଓ ଅଗ୍ନିଶେବାଶ୍ରମ ଅଧିକାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ମୃତ ଚାଲକ କୁ ଦୁଇଟି କ୍ରେନ୍ ସାହାଯ୍ୟରେ ଟ୍ରକ୍ କୁ ଅଲଗା କରି ଉଦ୍ଧାର କରାଯାଇଥିବା ନେଇ ଥାନା ଅଧିକାରୀ ପଦ୍ମାଳୟା ସାହୁ ପ୍ରକାଶ କରିଛନ୍ତି। ଏନେଇ ଜମନକିରା ଥାନାରେ ଏକ ମାମଲା ରୁଜୁ କରାଯାଇଛି।
ପୋଲିସର ସୂଚନା ଅନୁଯାୟୀ, ଆଜି ଭୋର୍ ସାଢେ଼ ୨ଟା ସମୟ ପାଖାପାଖି ଏକ ଟ୍ରେଲର (ଆର ଯେ ୦୬ କିଏ ୮୨୬୫) ସହ ଅନ୍ୟ ଏକ କଣ୍ଟେନର ( ଏନଏଲ ୦୧ ଏ ଏଫ୍ ୧୪୮୩) ବଡରମା ଘାଟି ମଝିରେ ମୁହାଁ ମୁହିଁ ଧକ୍କା ହୋଇଥିଲା। ଫଳରେ ଘଟଣା ସ୍ଥଳରେ କଣ୍ଟେନର ଚାଲକ ସାରୁଖ ର ମୃତ୍ୟୁ ହୋଇଥିଲା। ପୋଲିସ ପରିବାର ଲୋକଙ୍କୁ ଖବର ଦେଇ ବ୍ୟବଚ୍ଛେଦ ପାଇଁ କୁଚିଣ୍ଡା ଡାକ୍ତରଖାନା କୁ ପଠେଇଥିବା ନେଇ ଥାନା ଅଧିକାରୀ ଶ୍ରୀମତୀ ସାହୁ ପ୍ରକାଶ କରିଛନ୍ତି।