Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରତ୍ନଭଣ୍ଡାର ଅଳଙ୍କାର ଗୁଡ଼ିକ ଗଣତିମଣତି ପାଇଁ ଏସଓପି ଇସ୍ୟୁ ହୋଇ ସାରିଛି: ଜଷ୍ଟିସ ରଥ

ପୁରୀ: ଶ୍ରୀମନ୍ଦିରର ରତ୍ନଭଣ୍ଡାରରୁ ସବୁ ଅଳଙ୍କାର ଅସ୍ଥାୟୀ ରତ୍ନଭଣ୍ଡାରକୁ ସ୍ଥାନାନ୍ତର ହୋଇ ସାରିଛି । କେବେ ଏହାର ଗଣତି ହେବ ଏହାକୁ ନେଇ ସୂଚନା ଦେଇଛନ୍ତି ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ। ସେ କହିଛନ୍ତି ଶ୍ରୀମନ୍ଦିର ବାହାର ଓ ଭିତର ରତ୍ନ ଭଣ୍ଡାରର ଥିବା ଅଳଙ୍କାର ଗୁଡ଼ିକର ଗଣତି,ମଣତି ପାଇଁ ଏସଓପି ଇସ୍ୟୁ ହୋଇସାରିଛି। ଏସଓପିରେ ଥିବା ମାର୍ଗଦର୍ଶିକ ଅନୁସାରେ ଆମେ କାମ କରିବୁ। ସେଥିପାଇଁ ଓଡ଼ିଶାବାସୀ ଧୈର‌୍ୟ୍ୟ ଧରନ୍ତୁ।

ଜଷ୍ଟିସ ରଥ କହିଛନ୍ତି, ରତ୍ନ ଭଣ୍ଡାରର ମରାମତି କରାଯିବ। ଏସଆଇ ଭିତର ଓ ବାହାର ରତ୍ନ ଭଣ୍ଡାରର ମରାମତି କରିବେ। ଏପରି ମରାମତି ହେବା ଦରକାର ଯାହା ୧୦୦ ବର୍ଷ ପାଇଁ ମରାମତିର ଆବଶ୍ୟକ ପଡ଼ିବନି। ମରାମତି କରିବା ପରେ ରତ୍ନଭଣ୍ଡାର ଆମକୁ ହସ୍ତାନ୍ତର କରିବ ଏଏସଆଇ। ତା’ପରେ ରତ୍ନଭଣ୍ଡାର ଭିତରେ ଗଣତି ମଣତି କରାଯିବ।

ସୂଚନାଯୋଗ୍ୟ, ଜୁଲାଇ ୧୪ ତାରିଖରେ ଶ୍ରୀମନ୍ଦିରର ବାହାର ରତ୍ନଭଣ୍ଡାର ଖୋଲା ଯାଇଥିବା ବେଳେ ୧୮ ତାରିଖରେ ଭିତର ରତ୍ନଭଣ୍ଡାର ଖୋଲା ଯାଇଥିଲା। ରତ୍ନ ଭଣ୍ଡାରର ତଦାରଖ କମିଟି ଅଧ୍ୟକ୍ଷ ବିଶ୍ୱନାଥ ରଥ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସମେତ ୧୧ ଜଣିଆ ଅଧିକୃତ ଟିମ୍ ଭିତର ରତ୍ନଭଣ୍ଡାର ଭିତରକୁ ଯାଇଥିଲେ। ଭିତର ରତ୍ନଭଣ୍ଡାର ଖୋଲା ଦିନ ଗଜପତି ମହାରାଜ ମଧ୍ୟ ଭିତର ରତ୍ନଭଣ୍ଡାର ଭିତରକୁ ଯାଇଥିଲେ। ବାହାର ଓ ଭିତର ରତ୍ନଭଣ୍ଡାର ଖୋଲାଯାଇ ଅଳଙ୍କାର ଗୁଡ଼ିକ ଅସ୍ଥାୟୀ ଷ୍ଟ୍ରଙ୍ଗରୁମକୁ ସ୍ଥାନାନ୍ତର କରାଯାଇଥିଲା। ଏହା ପରେ କବାଟ ସିଲ୍ କରାଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ