Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାପା ମାଁଙ୍କ ସେବା ପୂଣ୍ୟର ଫଳ:ବରଗଡ ବରିଷ୍ଠ ନାଗରୀକ ସଂଘ

ସମ୍ବଲପୁର:ବାପା ମାଁଙ୍କ ସେବା କଲେ ଦୁଃଖି ଲୋକବି ସେବା ପାଇଥାଏ।କିନ୍ତୁ ବାପା ମାଁଙ୍କୁ ଅନ୍ଧାରରେ ଯେଉଁ ପୁଅ ବୋହୂ କିମ୍ବା ଝିଅ ଯୋଇଁ ସ୍ୱାର୍ଥ ହାସଲ କରିଥାନ୍ତି ସେମାନେ ଯେତେ ଧନୀ ହୋଇଥିଲେବି ସମାଜରେ ଘୃଣ୍ୟ ବ୍ୟକ୍ତି ହିସାବରେ ଗଣା ହୋଇଥାନ୍ତି।ବାପା ମାଁଙ୍କୁ ଘରେ ନରଖି ଯେଉଁମାନେ ବୃଦ୍ଧାଶ୍ରମରେ ଛାଡନ୍ତି ସେମାନେ ସମାଜ ପାଇଁ ଅଯୋଗ୍ୟ।ଏଭଳି ଭାବରେ ବରଗଡ ବରିଷ୍ଠ ନାଗରୀକ ମାନଙ୍କ କ୍ଷୋଭର ଅଭିବ୍ୟକ୍ତି ପ୍ରକାଶ ପାଇଛି।
ବରଗଡ଼ ଉପକଣ୍ଠ ଚକରକେନ୍ଦ ଠାରେ ଥିବା ସନ୍ଥକବି ଭୀମ ଭୋଇ ମହିମା+୩ ମହାବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା ବରିଷ୍ଠ ନାଗରୀକ ମାନଙ୍କ ଏକ ସଭା।ମହାବିଦ୍ୟାଳୟ ଅଧ୍ୟକ୍ଷ କାର୍ତ୍ତିକେୟ ସାଥୁଆଙ୍କ ସଭାପତିତ୍ବରେ ଅନୁଷ୍ଠିତ ବରଗଡ଼ ଜିଲ୍ଲା ବରିଷ୍ଠ ନାଗରିକ ସଂଘ ପକ୍ଷରୁ ହୋଇଥିବା ବରିଷ୍ଠ ହତାଦର ସଚେତନତା କାର୍ଯ୍ୟକ୍ରମରେ ବାପା ମାଆଁ ଙ୍କୁ ବୃଦ୍ଧାବସ୍ଥା ରେ ବୃଦ୍ଧାଶ୍ରମ ନ ପଠାଇ ଘରେ ରଖି ସେବା ଯତ୍ନ କଲେ କୋଟି ପୁଣ୍ୟର ଫଳ ମିଳିଥାଏ ବୋଲି ବକ୍ତା ମାନେ ନିଜ ନିଜ ବକ୍ତବ୍ୟ ରେ ପ୍ରକାଶ କରିଥିଲେ ।
ଏଥିରେ ଜିଲ୍ଲା ବରିଷ୍ଠ ନାଗରିକ ସଂଘ ସଭାପତି ପ୍ରମୋଦ ଝାଙ୍କର, ଉପଦେଷ୍ଟା ଗୈ।ର ଚନ୍ଦ୍ର କର ଉପସଭାପତି ନିର୍ମଳ କିଶୋର କର, ସଂପାଦକ ଗୋବିନ୍ଦ ଦାଶ, ସଂଗଠନ ସଂପାଦକ କେଦାର ମିଶ୍ର, ଉପଦେଷ୍ଟା ଗୈାର ଚନ୍ଦ୍ର କର, ଅଭିଜିତ ପ୍ରତିହାର,ଦେବୀ ପଟ୍ଟନାୟକ, ତୁଳସୀ ଚରଣ ଦାଶ, ଟ୍ରଷ୍ଟ ଫଣ୍ଡ ‌ମହାବିଦ୍ୟାଳୟ ଅଧ୍ୟକ୍ଷ ସରୋଜ ଦେବତା, ପୂର୍ବତନ ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ସାହୁ,ମହାବିଦ୍ୟାଳୟ ସଭାପତି ଚୂମ୍ବେଲାଲ ଭୋଇ, ପ୍ରତିଷ୍ଠାତା ସଦସ୍ୟ ଯଦୁମଣି ଭୋଇ, ସରୋଜ ଭୋଇ ଆଦି ଯୋଗଦେଇ ନିଜ ନିଜ ବକ୍ତବ୍ୟ ପ୍ରଦାନ କରି ପରିବାରର ପରିପୋଷଣ ଓ ଯତ୍ନ ହିଁ ସମୃଦ୍ଧ ପରିବାର ଓ ସମାଜର ପରିଚୟ ଦେଇଥାଏ ବୋଲି କହିଥିଲେ।
ଏହା ପୂର୍ବରୁ ଛାତ୍ରଛାତ୍ରୀ ମାନେ ଅତିଥି ମାନଙ୍କୁ ପୁଷ୍ପଗୁଛ ଉପଢୌକନ ଦେଇ ପୂଜ୍ୟ ପୁଜା ର ପରମ୍ପରା କୁ ଉଜ୍ଜିବିତ କରିଥିଲେ।ଶେଷରେ କାହ୍ନୁ ପୃଷ୍ଟି ଧନ୍ୟବାଦ ଅର୍ପଣ କରି ପରିବାର ଏକତା ବଜାୟ ରଖିବାକୁ ସମସ୍ତଙ୍କୁ ଅନୁରୋଧ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ