Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

୨୮ରେ ଖୋଲିବ ହୀରାକୁଦ ଜଳଭଣ୍ଡାର ଗେଟ୍

ସମ୍ବଲପୁର: ମହାନଦୀର ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଅତିରିକ୍ତ ବନ୍ୟାଜଳ ନିଷ୍କାସନ ପାଇଁ ଆସନ୍ତା ଜୁଲାଇ ୨୮ ତାରିଖ ପୂର୍ବାହ୍ନ ୯ଟାରେ ହୀରାକୁଦ ଜଳଭଣ୍ଡାରର ଚଳିତ ବର୍ଷର ପ୍ରଥମ ଥର ଗେଟ୍ ଖୋଲିବ । ଗେଟ୍ ଖୋଲିବା ନେଇ ମୁଖ୍ୟଯନ୍ତ୍ରୀ ସୁଶୀଲ କୁମାର ବେହେରା ସୂଚନା ପ୍ରଦାନ କରିଛନ୍ତି ।

ଜଳ ଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ ନେଇ ନିଷ୍ପତ୍ତି ହୋଇଛି ବୋଲି ହୀରାକୁଦ ବନ୍ଧ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ମହାନଦୀର ତଳମୁଣ୍ଡରେ ଥିବା ଜିଲ୍ଲାମାନଙ୍କୁ ଏନେଇ ସତର୍କ ସୂଚନା ଜାରି କରାଯିବ ବୋଲି ମୁଖ୍ୟଯନ୍ତ୍ରୀ କହିଛନ୍ତି ।

ମହାନଦୀର ଉପରମୁଣ୍ଡ ଛତିଶଗଡ଼ରେ ପ୍ରବଳ ବର୍ଷା ହେଉଛି । ଫଳରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ୧ ଲକ୍ଷ ୭୦ ହଜାର ଘନଫୁଟରୁ ଅଧିକ ବନ୍ୟାଜଳ ପ୍ରବେଶ କରୁଛି । ହୀରାକୁଦର ଜଳଭଣ୍ଡାରର ଜଳସ୍ତର ଏବେ ୬୦୫ ଫୁଟରେ ପହଞ୍ଚିଛି । ଗେଟ୍ ଖୋଲିବା ସମୟରେ ଜଳସ୍ତର ୬୧୫ ଫୁଟ ଥିବ ବୋଲି ସୂଚନା ମିଳିଛି । ୨୮ ତାରିଖରେ କେତୋଟି ଗେଟ୍ ଖୋଲାଯିବ ସେନେଇ ପରେ ନିଷ୍ପତ୍ତି ନିଆଯିବ ।