Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓଏଏସ୍ ଦେବ ପ୍ରସାଦ ଦାଶଙ୍କ ଉପରୁ ହଟିଲା ନିଲମ୍ବନ, ମିଳିଲା ଯୁଗ୍ମ ସଚିବ ଦାୟିତ୍ୱ

ଭୁବନେଶ୍ୱର: ବହୁଚର୍ଚ୍ଚିତ ଓଏଏସ୍ ଅଫିସର ଦେବ ପ୍ରସାଦ ଦାଶଙ୍କ ଉପରୁ ନିଲମ୍ବନ ହଟାଇଛନ୍ତି ରାଜ୍ୟ ସରକାର । ତାଙ୍କ ନିଲମ୍ବନକୁ ହଟାଇ କାର‌୍ୟ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଓଏଏସ୍ ଅଫିସର ଦେବ ପ୍ରସାଦ ଦାଶଙ୍କୁ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗର ଯୁଗ୍ମ ସଚିବ ଦାୟିତ୍ବ ଦିଆଯାଇଛି।

୨୦୧୮ ମସିହାରେ ପୂର୍ବତନ ସରକାର ତାଙ୍କୁ ନିଲମ୍ବନ କରିଥିଲେ। ସେହି ସମୟରେ ତାଙ୍କୁ ୪ ଥର ବଦଳି କରିବା ପରେ ଶେଷରେ ନିଲମ୍ବନ କରାଯାଇଥିଲା। ଏହା ପରେ ପୂର୍ବତନ ସରକାରଙ୍କୁ ଇଙ୍ଗିତ କରି ଓଏଏସ୍ ଅଫିସର ଦେବ ପ୍ରସାଦ ଦାଶ ଅଭିଯୋଗ ଆଣିଥିଲେ। ବର୍ତ୍ତମାନ

ସୂଚନା ଅନୁସାରେ, ଓଏଏସ୍ ଅଫିସର ଦେବ ପ୍ରସାଦ ଦାଶ ୨୦୧୫ ମସିହାରେ ଚର୍ଚ୍ଚାକୁ ଆସିଥିଲେ। ବିଡିଏ ଏନଫୋର୍ସମେଣ୍ଟ ସ୍କ୍ୱାର୍ଡର ଅଧିକାରୀ ଥିବା ବେଳେ ୨୦୧୫ ମାର୍ଚ୍ଚ ୭ ତାରିଖରେ ସରକାରୀ ଜମି ଉପରେ ଠିଆ ହୋଇଥିବା ବହୁଚର୍ଚ୍ଚିତ ପାଟଶାଣୀ ମଠକୁ ଭାଙ୍ଗିଥିଲେ। ମଠ ଭାଙ୍ଗିବାର ୭ ଦିନ ପରେ ନିଜ ପଦରୁ ହଟିଗଲେ ଦେବ।

ଏପରିକି ବହୁ ସ୍ଥାନରେ ଜବରଦଖଲ ହଟାଇବା ପାଇଁ ଆଗେଇ ଆସିଥିବା ଏହି ଅଧିକାରୀଙ୍କୁ ୪ ବର୍ଷରେ ୬ ଥର ବଦଳି କରାଯାଇଥିଲା। ପାଟ୍ଟଶାଣୀ ମଠଭାଙ୍ଗିବା ପୂର୍ବରୁ ବେଆଇନ ନିର୍ମାଣ ନେଇ ସେ ଜାରି କରିଥିବା ୮୬ଟି ସଂସ୍ଥା ଭିତରେ ଥିଲା କିଟ ଓ କିସ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ