ନବୀନଙ୍କ ଏହି ସବୁ ଯୋଜନାର ନାଁ ବଦଳାଇ ଦେଲେ ମୋହନ ସରକାର


ଭୁବନେଶ୍ୱର: ଗୁରୁବାର ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବଜେଟର ଆକାର ୨ ଲକ୍ଷ ୬୫ ହଜାର କୋଟି ଟଙ୍କା ରହିଛି । ଯୋଜନାର ନାଁ ବଦଳେଇଛନ୍ତି ସରକାର । ପୂର୍ବ ସରକାରଙ୍କ ଦ୍ୱାରା ପ୍ରଣୟନ ହୋଇଥିବା ବହୁ ଜନହିତକର ଯୋଜନାର ନାମକୁ ପରିବର୍ତ୍ତନ କରିବା ସହ ନୂଆ ଯୋଜନା ପାଇଁ ବ୍ୟୟବରାଦ କରିଛନ୍ତି ମୋହନ ସରକାର ।

ଏହି ସବୁ ଯୋଜନାର ନାଁ ବଦଳିଲା

ବିଏସକେୱାଇରୁ ହେଲା ଗୋପବନ୍ଧୁ ଜନଆରୋଗ୍ୟ ଯୋଜନା । ଗୋପବନ୍ଧୁ ଜନଆରୋଗ୍ୟ ଯୋଜନା ପାଇଁ ୫୪୫୦ କୋଟି ବ୍ୟୟବରାଦ ।
ଲାଗୁହେଲା ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା । ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା ପାଇଁ ୫୦୦ କୋଟି

ବଦଳିଗଲା କାଳିଆ ଯୋଜନାର ନାଁ । ହେଲା ହେଲା ସିଏମ କିଷାନ । ସିଏମ କିଷାନ ଯୋଜନା ପାଇଁ ୧୯୩୫ କୋଟି ବ୍ୟୟ ଅଟକଳ । ସମୃଦ୍ଧ କୃଷକ ଯୋଜନାରେ ୫୦୦୦ କୋଟିର ବ୍ୟୟମଞ୍ଜୁର କରାଯାଇଛି ।

ଆହାର ଯୋଜନା ବଦଳି କରାଗଲା ଶ୍ରୀଅନ୍ନ । ଏଥି ପାଇଁ ୬୪୯ କୋଟିର ପ୍ରାବଧାନ କରାଯାଇଛି ।

ମୋ ସ୍କୁଲ ଯୋଜନାର ନାଁ ବଦଳି ହେଲା ପଞ୍ଚସଖା ଶିକ୍ଷା ସେତୁ ଅଭିଯାନ । ଏହି ନୂଆ ଯୋଜନା ପାଇଁ ୩୨୨ କୋଟି ଟଙ୍କା ବ୍ୟୟବରାଦ ହୋଇଛି ।

ଆମ ଓଡ଼ିଶା ନବୀନ ଓଡ଼ିଶାର ନାଁ ବଦଳିଲା> ନାଁ ବଦଳି ହେଲା ବିକଶିତ ଗାଁ ବିକଶିତ ଓଡ଼ିଶା ।

ଜୁ ସେତୁ ଯୋଜନାର ନାଁ ବଦଳି କରାଗଲା ସେତୁ ବନ୍ଧ ।

ମେକ ଇନ ଓଡିଶାର ନାଁ ବଦଳି ରଖାଗଲା ଉତ୍କର୍ଷ ଉତ୍କଳ ନିବେଶ ସମ୍ମିଳନୀ ।