Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୧୦ ରାଜ୍ୟରେ ନୂଆଁ ତାଜ୍ୟପାଳ

ନୂଆଦିଲ୍ଲୀ:ରାଜ୍ୟପାଳ ନିଯୁକ୍ତିରେ ବଡ଼ ଧରଣର ପରିବର୍ତ୍ତନ କରିଛନ୍ତି ରାଷ୍ଟପତି ଦୌପଦୀ ମୁର୍ମୁ। ୧୦ ରାଜ୍ୟରେ ରାଜ୍ୟପାଳଙ୍କୁ ବଦଳି କରିଛନ୍ତି ରାଷ୍ଟ୍ରପତି। ପଞ୍ଜାବ ରାଜ୍ୟପାଳ ରାଜ୍ୟପାଳ ବନୱାରିଲାଲଙ୍କ ଇସ୍ତଫାକୁ ରାଷ୍ଟପ୍ରତି ଗ୍ରହଣ କରିବା ସହ ୬ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତ କରିଛନ୍ତି । ଏଥିସହ ୩ ରାଜ୍ୟର ରାଜ୍ୟର ରାଜ୍ୟପାଳଙ୍କ ପରିବର୍ତ୍ତନ କରିଛନ୍ତି।ରାଜସ୍ଥାନ, ତେଲେଙ୍ଗାନା, ଝାଡଖଣ୍ଡ, ଛତିଶଗଡ଼, ମେଘାଳୟ, ମହାରାଷ୍ଟ୍ର, ମଣିପୁର ସହ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀ ଓ ଚଣ୍ଡଗଡ଼ରେ ନୂଆ ରାଜ୍ୟପାଳ ନିଯୁକ୍ତ କରିଛନ୍ତି।ରାଜସ୍ଥାନର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି। ବିଷ୍ଣୁ ଦେବ ବର୍ମାଙ୍କୁ ତେଲେଙ୍ଗାନା, ଓମ ପ୍ରକାଶ ମାଥୁରଙ୍କୁ ସିକ୍କିମ, ସନ୍ତୋଷ କୁମାର ଗଙ୍ଗୱାରଙ୍କୁ ଝାଡ଼ଖଣ୍ଡ, ରମେନ ଡେକାଙ୍କୁ ଛତିଶଗଡ଼, ସି.ଏଚ୍. ବିଜୟଶଙ୍କରଙ୍କୁ ମେଘାଳୟ ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି।

ତେବେ ଝାଡଖଣ୍ଡ ରାଜ୍ୟପାଳ ସି.ପି. ରାଧାକ୍ରିଷ୍ଣନଙ୍କୁ ମହାରାଷ୍ଟ୍ରର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତ କରିବା ସହ ତେଲେଙ୍ଗାନାର ରାଜ୍ୟପାଳ ଭୋବେ ଅତିରିକ୍ତ ଦାୟୀତ୍ୱ ଦିଆଯାଇଛି। ଆସାମ ରାଜ୍ୟପାଳ ଗୁଲାବ ଚାନ୍ଦ ଆଚାର୍ୟ୍ୟଙ୍କୁ ପଞ୍ଜାବ ଏବଂ ଚଣ୍ଡିଗଡ଼ ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି। ସିକିମ ରାଜ୍ୟପାଳ ଲକ୍ଷ୍ମଣ ପ୍ରସାଦ ଆଚାର୍ୟ୍ୟଙ୍କୁ ଆସାମ ରାଜ୍ୟପାଳ ଭାବେ ନିଯୁକ୍ତ କରିବା ସହ ମଣିପୁର ରାଜ୍ୟପାଳ ଭାବେ ଅତିରିକ୍ତ ଦାୟୀତ୍ୱ ଦିଆଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ