Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନାହିଁ ଡ୍ରେନେଜ୍ ସୁବିଧା ନଷ୍ଟ ହେଉଛି ଉନ୍ନତ ମାନର ମସଲା ଜାତୀୟ ଫସଲ ଚାରା ଚିନ୍ତାରେ ଗବେଷଣା କେନ୍ଦ୍ର

ପଟ୍ଟାଙ୍ଗି୨୮/୦୭ଚାଷୀଙ୍କୁ ଉନ୍ନତ ମାନର ମସଲା ଜାତୀୟ ଚାଷ ଉପରେ କିପରି ଧାରଣା ଦେଇ ହେବ ସେନେଇ ଗବେଷଣା କେନ୍ଦ୍ର ମାନଙ୍କରେ ବିଭିନ୍ନ ମସଲା ଜନିତ ଫସଲ ଚାରା ଲଗାଇ ଚାଷୀଙ୍କ ନିମନ୍ତେ ପ୍ରତି ବର୍ଷ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ଖର୍ଚ୍ଚ କରା ଯାଉଥିବା ବେଳେ ତାହା ବର୍ତ୍ତମାନ ରାସ୍ତାରେ ବୋହି ଯାଉଥିବା ବର୍ଷା ଜନିତ ପାଣି ଗୁଡିକ ଗବେଷଣା କେନ୍ଦ୍ର ରେ ପଶି ମସଲା ଜାତୀୟ ଫସଲ ଚାରା ନଷ୍ଟ ହେବା କୁ ବଶିଲାଣି ଯାହାକୁ ନେଇ ଚିନ୍ତାରେ ପଡି ଯାଇଛନ୍ତି ଗବେଷଣା କେନ୍ଦ୍ର । ଏହିପରି ଅବ୍ୟବସ୍ଥା ଦେଖିବା କୁ ମିଳିଛି କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମାରେ ରହି ଥିବା ଉଚ୍ଚ ପତ୍ତନ ଗବେଷଣା କେନ୍ଦ୍ର କ୍ଷେତ୍ରରେ । ସୂଚନା ମୁତାବକ ପ୍ରତିବର୍ଷ ଉକ୍ତ ଗବେଷଣା କେନ୍ଦ୍ର ପକ୍ଷରୁ ୨୫ରୁ ୩୦ ଲକ୍ଷ୍ୟ ଟଙ୍କା ଖର୍ଚ୍ଚ କରାଯାଇ ଚାଷୀଙ୍କ ପାଇଁ ବିଭିନ୍ନ ମସଲା ଜାତୀୟ ଫସଲ ଚାରା ଲଗାଇ ଚାଷୀଙ୍କୁ ପ୍ରଦାନ ନିମନ୍ତେ ପଦକ୍ଷେପ ଗ୍ରହଣ କରା ଯାଇଥିଲେ ମଧ୍ୟ ତାହା ରାସ୍ତାରେ ବୋହି ଯାଉଥିବା ବର୍ଷା ପାଣି ଗବେଷଣା କେନ୍ଦ୍ର ଭିତରେ ପ୍ରବେଶ କରୁଥିବା ରୁ ବର୍ତ୍ତମାନ ଉକ୍ତ ଚାରା ସବୁ ନଷ୍ଟ ହେବାକୁ ବସିଲାଣି । ଯେଉଁଥିପାଇଁ ଉକ୍ତ ଗବେଷଣା କେନ୍ଦ୍ର ର ବୈଜ୍ଞାନିକ ମାନେ ଚିନ୍ତାରେ ପଡିଥିବା ବେଳେ ଏଥି ପ୍ରତି କେହି ଦୃଷ୍ଟି ପକାଉ ନାହାଁନ୍ତି । ଯାହାକି ବ୍ଲକର ସଦର ମହକୁମା ର ଶିଶାଗୁଡା ନାମରେ ରହିଥିବା ଗ୍ରାମରୁ ସମସ୍ତ ବର୍ଷା ପାଣି ରାସ୍ତା ଉପରେ ବୋହି ଉକ୍ତ ଗବେଷଣା କେନ୍ଦ୍ର ଭିତରେ ପ୍ରବେଶ କରୁଥିବା ବେଳେ ରାସ୍ତାର ଦୁଇ ପାର୍ଶ୍ଵରେ ଡ୍ରେନେଜ୍ ସୁବିଧା ନଥିବାରୁ ଗବେଷଣା କେନ୍ଦ୍ର କୁ ପ୍ରତିବର୍ଷ ଏହିପରି କ୍ଷତି ସହିବା କୁ ପଡୁଛି । ଅନ୍ୟପକ୍ଷରେ ଡ୍ରେନେଜ୍ ବ୍ୟବସ୍ଥା ଆର ଡି ବିଭାଗର ଦାଇତ୍ଵ ରହିଥିଲେ ମଧ୍ୟ ଉକ୍ତ ବିଭାଗ ହେଉ ବା ବ୍ଲକ ପ୍ରଶାସନ କୈଣସି ଦୃଷ୍ଟି ପକାଇବା ଦୂରର କଥା କେହି ମଧ୍ୟ ତପ୍ତରତା ପ୍ରକାଶ କରୁନାହାଁନ୍ତି । ଏଠାରେ ସୂଚନା ଥାଉକି ଗବେଷଣା କେନ୍ଦ୍ର ପକ୍ଷରୁ ଅଡେଇ ଏକର ଜମିରେ ଗୋଲମରିଚ ୦୨ଲକ୍ଷ୍ୟ , ଲବଙ୍ଗ ୦୩ହଜାର , ସର୍ବମସଲା ୦୪ହଜାର , ଡାଲଚିନ୍ ୧୮ହଜାର , ଗୁଜୁରାତି ୧୦ହଜାର ଏବଂ ଭାନିଲା ୧୭ହଜାର ପ୍ରମୁଖ ମସଲା ଜାତୀୟ ଫସଲ ଚାରା କରା ଯାଇଥିବା ସହ ଅଦା ଏବଂ ହଳଦୀ ର ପ୍ରଜଜନ କରି ବିହନ ତିଆରି ଉକ୍ତ ଗବେଷଣା କେନ୍ଦ୍ର ହେଉଥିବା ବେଳେ ଏହିପରି ବର୍ଷା ପାଣି ପ୍ରତିବର୍ଷ ପ୍ରବେଶ କରି ସବୁ ନଷ୍ଟ କରି ଦେଉଥିବା ଉକ୍ତ କେନ୍ଦ୍ର ର ବରିଷ୍ଠ ବୈଜ୍ଞାନିକ ଭାରପ୍ରାପ୍ତ ଅଧିକାରୀ ଡକ୍ଟର ପର୍ଶୁରାମ ସିଅଁଳ ପ୍ରକାଶ କରିଥିବା ସହ ଉକ୍ତ ସମସ୍ୟା ନେଇ ସ୍ଥାନୀୟ ବ୍ଲକ ପ୍ରଶାସନ ଙ୍କ ଦୃଷ୍ଟି ଆକର୍ଷଣ କରା ଯାଇଥିବା ପ୍ରକାଶ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ