Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଦିଲ୍ଲୀରେ ଓଡ଼ିଶା କ୍ୟାଡରର ଆଇଏଏସଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ବୈଠକ

ଭୁୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ନୂଆଦିଲ୍ଲୀରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ଅଧୀନରେ କାର‌୍ୟ୍ୟରତ ଉଚ୍ଚ ପଦାଧିକାରୀମାନଙ୍କର ସହଯୋଗ କାମନା କରିଛନ୍ତି। ଗତକାଲି ନୀତି ଆୟୋଗ ବୈଠକରେ ଯୋଗ ଦେବା ପରେ ଆଜି ଓଡ଼ିଶା ଭବନରେ କେନ୍ଦ୍ରରେ କାର୍ଯ୍ୟରତ ଓଡ଼ିଶା କ୍ୟାଡର ଅଧିକାରୀମାନଙ୍କ ଏକ ବୈଠକର ଆୟୋଜନ କରାଯାଇଥିଲା। ଏଥିରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ପ୍ରଭାତୀ ପରିଡ଼ା ମଧ୍ୟ ଯୋଗ ଦେଇଥିଲେ।

ନୀତି ଆୟୋଗର ବୈଠକରେ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କ ନିକଟରେ ଯେଉଁ ସବୁ ପ୍ରସ୍ତାବ ରଖିଥିଲେ ସେସବୁ ତ୍ୱରିତ କାର‌୍ୟ୍ୟାନ୍ଵୟନ ପାଇଁ ସେ ଏହି ଅଧିକାରୀମାନଙ୍କ ସହଯୋଗ ଲୋଡିଥିଲେ। ଏକ ବିକଶିତ ଓଡ଼ିଶାର ଲକ୍ଷ୍ୟ ପୂରଣ ପାଇଁ ଏହି ସବୁ କ୍ଷେତ୍ରରେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସହଯୋଗ ଓ ସମନ୍ବୟର ଆବଶ୍ୟକତା ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ନୀତି ଆୟୋଗର ଗଭର୍ଣ୍ଣିଂ କାଉନସିଲ ବୈଠକରେ ମୁଁ ଏକ ବିକଶିତ ଓଡ଼ିଶା ଗଠନ ପାଇଁ ଭାରତ ସରକାରଙ୍କ ସମ୍ପୂର୍ଣ୍ଣ ସହଯୋଗ କାମନା କରିଛି। ଯେଉଁ ଯେଉଁ କ୍ଷେତ୍ର ପାଇଁ ଆମକୁ କେନ୍ଦ୍ର ସରକାରଙ୍କ ସହଯୋଗ ଆବଶ୍ୟକ ସେଗୁଡିକ ହେଲା ବନ୍ଦର ଭିତ୍ତିକ ବିକାଶ, ଇଣ୍ଡଷ୍ଟ୍ରିଆଲ କରିଡର ଓ ଇଣ୍ଡଷ୍ଟ୍ରିଆଲ ପାର୍କ ସ୍ଥାପନ, ରେଲୱେ ଓ ଏୟାରପୋର୍ଟ ଭିତ୍ତିଭୂମି ସ୍ଥାପନ ପାଇଁ ଅଧିକ ଅର୍ଥର ବରାଦ ।

ସେହିପରି ବ୍ୟାଙ୍କ ସୁବିଧା ନ ଥିବା ଅଞ୍ଚଳରେ ବ୍ୟାଙ୍କ୍ ଶାଖା ଓ ଏଟିଏମ୍ ପ୍ରତିଷ୍ଠା, ଖଣିଜ ଶିଳ୍ପର ବିକାଶ ପାଇଁ ସହଯୋଗ, ରେଳ ନେଟୱର୍କ ର ବିକାଶ, ବୈଦେଶିକ ପୁଞ୍ଜି ଓ ସେମି କଣ୍ଡକ୍ଟର ପରି ଆଧୁନିକ ଶିଳ୍ପର ବିକାଶ ପାଇଁ ସହଯୋଗ, ଜଙ୍ଗଲ ସମ୍ପଦର ସୁରକ୍ଷା କ୍ଷେତ୍ରରେ ଓଡ଼ିଶା ପରି ରାଜ୍ୟକୁ ଅଧିକ ପ୍ରୋତ୍ସାହନ ଓ ଆହୁରି ଅନେକ ପ୍ରସ୍ତାବ।

More Stories