ଲଗାଣ ବର୍ଷା ଯୋଗୁଁ ସୁବଳୟା ବାବା ମଠ ସାହିର 40 ବୁଣାକାର ପରିବାର ସପ୍ତାହେ ଧରି ପାଣି ଘେରରେ


ବୀରମହାରାଜାପୁର : (ସୌମିତ୍ରି ମେହେର )
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସୁବଳୟା ବାବା ମଠ ସାହି ର ପ୍ରାୟ 40 ବୁଣାକାର ପରିବାର ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁଁ ସପ୍ତାହେ ହେଲା ପାଣି ଘେରରେ ରହିଛନ୍ତି I ଘରର ଚାରିପାଖରେ ଆଣ୍ଠୁଏ ପାଣି ଜମି ରହିଥିବା ବେଳେ ଛାତ୍ର ଛାତ୍ରୀ ଅଙ୍ଗନବାଡି , ସ୍କୁଲ କଲେଜ ଆଦି ଯାଉ ନ ଥିବା ଅଭିଯୋଗ ହୁଏ l ଅପରପକ୍ଷରେ ବୁଣାକାରମାନଙ୍କ ମଙ୍ଗl ଶାଳ (ତନ୍ତସାଲ) ରେ ପାଣି ପଶି ଯିବାରୁ ସେମାନଙ୍କ କୌଳିକ ବୃତ୍ତି ଲୁଗାବୁଣା ବନ୍ଦ ହୋଇଯାଇଛି I ଫଳରେ ସେମାନେ ଭୋକ ଉପାସରେ ରହିଥିବା ଦେଖାଯାଇଛି l ସୁବଳୟା ମୁଖ୍ୟ ରାସ୍ତାରୁ କିଛି ଦୂରରେ ରହିଛି ବାବା ମଠ ସାହି I କେତେକ ଦୋକାନ ଘର ନୂତନ ଭାବେ ନିର୍ମାଣ ହେବା ସହିତ ରାସ୍ତା ଉଚ୍ଚl ହେବା ଯୋଗୁଁ ପାଣି ନିଷ୍କାସନ ହୋଇ ପାରୁ ନ ଥିବାରୁ ଏଇଭଳି ସମସ୍ୟା ଉପୁଜି ଥିବା ସ୍ଥାନିୟ ଲୋକେ କୁହନ୍ତି I ପ୍ରଥମେ ବର୍ଷା ପାଣି ଘେରି ଯିବାରୁ ଦମକଳବାହିନୀ ପ୍ରାୟ ଦୁଇ ଘଣ୍ଟା ପର୍ଯ୍ୟନ୍ତ ମୋଟର ଲଗାଇ ପାଣି ନିଷ୍କାସନ କରିଥିଲା l ପରବର୍ତ୍ତି ସମୟରେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନ ଥିବା ଅଭିଯୋଗ ହୁଏ I ଉକ୍ତ ସାହିର ଡ଼ୋଲାମଣୀ ମେହେର , ବିଦ୍ୟାଧର ମେହେର , ଯାଦବ ମେହେର , ଧବଳେଶ୍ଵର ମେହେର , ଜାହ୍ନବୀ ମେହେର , ଝରିଆ ମେହେର ପ୍ରମୁଖ ବହୁ ବୁଣାକାର , ସ୍ଥାନୀୟ ସରପଞ୍ଚ , ବ୍ଲକ ଅଧ୍ୟକ୍ଷ , ଜିଲ୍ଲା ପରିଷଦ ସଭ୍ୟ , ବିଧାୟକ ଙ୍କୁ ଘଟଣାର ଶୀଘ୍ର ସମାଧାନ ସଙ୍ଗେ ସଙ୍ଗେ ସ୍ଥାୟୀ ପ୍ରତିକାର ପାଇଁ ଗୁହାରି କରିଛନ୍ତି I