Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ୬ ଅଫିସରଙ୍କୁ ଦାୟିତ୍ୱ ବଣ୍ଟନ, ଜାଣନ୍ତୁ କାହାକୁ ମିଳିଲା କେଉଁ ବିଭାଗ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ୬ ଅଫିସରଙ୍କୁ ବିଭିନ୍ନ ବିଭାଗର ଦାୟିତ୍ୱ ବଣ୍ଟନ କରାଯାଇଛି। ଆଇଏଏସ୍ ନିକୁଞ୍ଜ ବିହାରୀ ଧଳଙ୍କୁ ଗୃହ, ଅର୍ଥ, ଶିଳ୍ପ ପରି ଗୁରୁତ୍ୱପୂର୍ଣ୍ଣ ବିଭାଗ ମିଳିଥିବାବେଳେ ଆଇଏଏସ୍ ଅରିନ୍ଦମ ଡାକୁଆଙ୍କୁ ପଞ୍ଚାୟତିରାଜ, ଜଳ ସମ୍ପଦ, ପୂର୍ତ୍ତ ବିଭାଗ ପ୍ରଦାନ କରାଯାଇଛି।

ସେହିଭଳି ଆଇଏଏସ୍ ଅନୁପମ ଶାହାଙ୍କୁ ରାଜସ୍ୱ, ସୂଚନା ଓ ଲୋକସମ୍ପର୍କ , ଗଣ ଓ ଉଚ୍ଚଶିକ୍ଷା ବିଭାଗ ମିଳିଥିବାବେଳେ ଓଏଏସ୍ ପ୍ରସନ୍ନ ଷଡ଼ଙ୍ଗୀଙ୍କୁ ଗୃହ, ଗ୍ରାମ୍ୟ ଉନ୍ନୟନ, ଅବକାରୀ ବିଭାଗ, ଓଏଏସ୍ ଚିତ୍ରସେନ ରାଉତଙ୍କୁ କୃଷି, ସମବାୟ, ଖାଦ୍ୟ ଯୋଗାଣ ଏବଂ ଓଏଫ୍ଏସ୍ ଉମେଶ ଚନ୍ଦ୍ର ତ୍ରିପାଠୀଙ୍କୁ ମହିଳା, ଶିଶୁ କଲ୍ୟାଣ ଓ ମିଶନ ଶକ୍ତି ବିଭାଗ ଦାୟିତ୍ୱ ପ୍ରଦାନ କରାଯାଇଛି।

ରାଜ୍ୟରେ ବିଜେପି ସରକାରକୁ ମାସେରୁ ଅଧିକ ସମୟ ବିତି ସାରିଛି । କ୍ୟାବିନେଟ୍ ମନ୍ତ୍ରୀମାନେ ଦାୟିତ୍ୱ ଗ୍ରହଣ କରିବା ପରଠୁ ପ୍ରଶାସନିକ ଓ ପୋଲିସ ବିଭାଗ ସ୍ତରରେ ଅଧିକାରୀଙ୍କ ଅଦଳ ବଦଳ ଏବଂ ନୂତନ ନିଯୁକ୍ତି ଚାଲିଛି । ଆଗାମୀ ଦିନରେ ପ୍ରଶାସନିକସ୍ତରରେ ଆଉ କିଛି ପରିବର୍ତ୍ତନ ହୋଇପାରେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ