Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ବନ୍ଧ୍ୟାକରଣ ପ୍ରତି ବଢୁଛି ପୁରୁଷଙ୍କ ଆଗ୍ରହ, ବିଧାନସଭାରେ ସୂଚନା ଦେଲେ ସ୍ୱାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ୱର: ବନ୍ଧ୍ୟାକରଣ ପ୍ରତି ବଢୁଛି ପୁରୁଷଙ୍କ ଆଗ୍ରହ। ଏନେଇ ସୋମବାର ବିଧାନସଭାରେ ପ୍ରଶ୍ନକାଳରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଲିଖିତ ଉତ୍ତର ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ୨୦୨୩-୨୪ ବର୍ଷରେ ୧୭୯୨ ଜଣ ପୁରୁଷ ବନ୍ଧ୍ୟାକରଣ କରିଥିବାବେଳେ ୨୦୨୨-୨୩ ରେ ୧୫୬୯ ଜଣ ଓ ୨୦୨୧-୨୨ ରେ ୯୯୧ ପୁରୁଷ ବନ୍ଧ୍ୟାକରଣ କରିଥିଲେ। ଏଥିରୁ ଯେ, ବନ୍ଧ୍ୟାକରଣ ପ୍ରତି ପୁରୁଷ ଆଗ୍ରହ ପ୍ରକାଶ କରୁଛନ୍ତି ।

ହେଲେ ମହିଳାଙ୍କ ବନ୍ଧ୍ୟାକରଣ ସଂଖ୍ୟା ହ୍ରାସ ପାଉଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି। ସେ କହିଛନ୍ତି, ୨୦୨୧-୨୨ ରେ ୮୨୧୫୨ ଜଣ, ୨୦୨୨-୨୩ରେ ୯୨୯୧୫ ଜଣ ଓ ୨୦୨୩-୨୪ ବର୍ଷରେ ୮୦୪୦୩ ଜଣ ମହିଳା ବନ୍ଧ୍ୟାକରଣ କରିଛନ୍ତି। ଗତ ତିନି ବର୍ଷରେ ସମୁଦାୟ ୨ ଲକ୍ଷ ୫୯ ହଜାର ୮୨୨ ଜଣ ମହିଳା ବନ୍ଧ୍ୟାକରଣ କରିଛନ୍ତି। ତେବେ ଏଥିରେ କିଛିଟା ହ୍ରାସ ପାଉଥିବା ଦେଖିବାକୁ ମିଳିଛି ।