ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା-ଟିକରାପଡ଼ା ଗ୍ରାମର ବୁଣାକାର ରସାନନ୍ଦ ମେହେର ଜାତୀୟ ହସ୍ତତନ୍ତ ପୁରସ୍କାର ପାଇବା ପାଇଁ କେନ୍ଦ୍ର ସରକାର ଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି I ରସାନନ୍ଦ ଙ୍କ ସହିତ ସୁବର୍ଣ୍ଣପୁର ଜିଲ୍ଲା ରୁ ଆଉ ଦୁଇ ଜଣ ବାନ୍ଧ ଶିଳ୍ପିଙ୍କୁ ମଧ୍ୟ ଏହି ସମ୍ମାନରେ ସମ୍ମାନିତ କରା ଯିବାକୁ ଥିବା ଜଣାପଡ଼ିଛି l ସେମାନେ ହେଲେ ସୋନପୁର ସହର ପଟାଭାଡି ରେ ରହୁଥିବା ବାନ୍ଧ ଡିଜାଇନର ଶ୍ଯାମ ସୁନ୍ଦର ମେହେର ଓ ସାଗର ପାଲି ଗ୍ରାମର ବୁଣାକାର ଉତ୍ତମ କୁମାର ମେହେର I ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ଅଗଷ୍ଟ 7 ତାରିଖ ଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନ ଠାରେ ଏହି ତିନି ବାନ୍ଧ ଶିଳ୍ପି ଙ୍କୁ ପୁରସ୍କୃତ କରିବାର କାର୍ଯ୍ୟକ୍ରମ ରହିଛି l ହସ୍ତତନ୍ତ କଳାରେ ନିପୁଣ ଜିଲ୍ଳାର ବୁଣାକାର ବିଭିନ୍ନ ପ୍ରକାର ଡିଜାଇନରେ ଶାଢ଼ି ତିଆରି କରି ଦେଶ ତଥା ଦେଶ ବିଦେଶରେ ଖ୍ୟାତି ଅର୍ଜନ କରିଥିବା ବେଳେ ଜାତୀୟ ଓ ଆନ୍ତର୍ଜାତୀୟ ପୁରସ୍କାର ପାଇ ରାଜ୍ୟ ତଥା ସୁବର୍ଣ୍ଣପୁର ଜିଲ୍ଲା ର ନାମ ଉଜ୍ଜଳ କରିଛନ୍ତି l ଟିକରାପଡା ଗ୍ରାମ ରସାନନ୍ଦ ମେହେରଙ୍କୁ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁରସ୍କୃତ କରୁଥିବା ଖବର ପ୍ରଚାର ହେବା ପରେ ଅଞ୍ଚଳରେ ଆନନ୍ଦର ଲହରୀ ଖେଳିଯାଇଛି I ରସାନନ୍ଦ 65 ବର୍ଷ ବୟସରେ ମଧ୍ଯ ଦୈନିକ 8 ରୁ 10 ଘଣ୍ଟା ବାନ୍ଧ ଓ ଲୁଗାବୁଣା କାମ କରିଥାନ୍ତି I ଉକ୍ତ କାମରେ ତାଙ୍କ ପରିବାରର ଛୋଟ ରୁ ବଡ ପର୍ଯ୍ୟନ୍ତ ପ୍ରାୟ ସମସ୍ତେ ସହଯୋଗ କରୁଥିବା ସେ କୁହନ୍ତି I ରସାନନ୍ଦ ଗାଁ ସ୍କୁଲ ରେ କେବଳ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଛନ୍ତି I ସେ 13 ବର୍ଷ ବୟସରୁ ନିଜେ ସ୍ଵତନ୍ତ୍ର କିଛି କରିବାକୁ ଚେଷ୍ଟା କରି ଆସୁଥିବା ବେଳେ ପ୍ରଥମେ କେବଳ ଶାଢ଼ି ବୁଲୁଥିଲେ I ଏବେ ବିଭିନ୍ନ ଡିଜାଇନ ର ବାନ୍ଧରେ ଡିଜାଇନ କରି ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି I ଆଗରୁ ଶ୍ରୀ ମେହେର ସୁନ୍ଦର ବାନ୍ଧ ପାଇଁ ରାଜ୍ୟ ସରକାରଙ୍କ ପାଖରୁ ପୁରସ୍କୃତ ହୋଇଥିଲେ I ତାଙ୍କର ଦୁଇ ପୁଅ ମଧ୍ୟ ଏହି କୌଳିକ ବୃତ୍ତି ରେ ରାଜ୍ୟ ଓ ଜାତୀୟ ସ୍ତରରେ ପୁରସ୍କୃତ ହୋଇ ସାରିଛନ୍ତି I ରସାନନ୍ଦ ଙ୍କ ସହିତ ଜିଲ୍ଲାର ଶ୍ଯାମ ସୁନ୍ଦର ଓ ଉତ୍ତମ ମେହେର ଙ୍କୁ ଏହି ସଫଳତା ପାଇଁ ସୁବର୍ଣ୍ଣପୁର ଜିଲ୍ଲା ମେହେର (ଭୁଲିଆ) ସାମାଜ ତରଫରୁ ଶୁଭେଚ୍ଛା ଜଣାଇଛନ୍ତି I